Advertisment

5-T ସ୍କୁଲରେ ହିନ୍ଦୀ ଶିକ୍ଷକ ପଢ଼ାଉଛନ୍ତି ବିଜ୍ଞାନ ଓ ଇଂରାଜୀ

୨୩ ବର୍ଷ ହେଲାଣି ଏହି ଉଚ୍ଚ ବିଦ୍ୟାଳୟରେ ନାହାଁନ୍ତି ବିଜ୍ଞାନ ଓ ଇଂରାଜୀ ଶିକ୍ଷକ। ଦୀର୍ଘ ଦିନରୁ ଫାଙ୍କା ପଡ଼ିଛି ୫ ଜଣ ଶିକ୍ଷକଙ୍କ ପଦବୀ। କେବଳ ସଂସ୍କୃତ, ହିନ୍ଦୀ ଓ ଖେଳ ଶିକ୍ଷକଙ୍କ ହାତରେ ଛାତ୍ରଛାତ୍ରୀଙ୍କ ଭାଗ୍ୟ ତିଆରି ଚାଲିଛି।

ଅଦ୍ୟତନ ହୋଇଛି
Telkoi

Telkoi

Advertisment

ରାଜ୍ୟ ସରକାର ୫-ଟି ସ୍କୁଲ ରୂପାନ୍ତରଣ କାର୍ୟ୍ୟକ୍ରମ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ୧୦୭୮ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ଶେଷ କରିଛନ୍ତି। ଏଥିରେ ସ୍କୁଲ ଗୁଡ଼ିକର ରୂପ ପୂରା ବଦଳି ଯାଇଛି। ଚକାଚକ ଶ୍ରେଣୀ ଗୃହ ସହିତ ଅତ୍ୟାଧୁନିକ ବିଜ୍ଞାନ ପ୍ରୟୋଗଶାଳା ଓ ଇ-ଲାଇବ୍ରେରୀ କରାଯାଇଛି। ସେହିପରି ଅନ୍ୟାନ୍ୟ ଭିତ୍ତିଭୂମି ସହିତ ସ୍କୁଲ ପରିସରରେ ଫୁଲଗଛ ଆଦି ଲଗାଇ ଉତ୍ତମ ପରିବେଶ ସୃଷ୍ଟି କରାଯାଇଛି। ସ୍କୁଲ କାନ୍ଥ ଓ ପାଚେରୀରେ ସୁନ୍ଦର ସୁନ୍ଦର ଚିତ୍ର ଅଙ୍କନ ମଧ୍ୟ କରାଯାଇଛି।

Advertisment

ଏମିତି ରୂପ ପାଇଥିବା ସ୍କୁଲ୍ ଗୁଡ଼ିକ ମଧ୍ୟରେ ରହିଛି କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ ରାଇସୁଆଁ ପଞ୍ଚାୟତର ରାଣିବେଡ଼ା ଗାଁରେ ଥିବା ମହାପାଟ ଉଚ୍ଚବିଦ୍ୟାଳୟ। ୧୯୮୫ ରେ ଏହି ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ଏହି ଉଚ୍ଚ ବିଦ୍ୟାଳୟରେ ନାହାଁନ୍ତି ବିଜ୍ଞାନ ଓ ଇଂରାଜୀ ଶିକ୍ଷକ। ଦୀର୍ଘ ଦିନରୁ ଫାଙ୍କା ପଡ଼ିଛି ୫ ଜଣ ଶିକ୍ଷକଙ୍କ ପଦବୀ। କେବଳ ସଂସ୍କୃତ, ହିନ୍ଦୀ ଓ ଖେଳ ଶିକ୍ଷକଙ୍କ ହାତରେ ଛାତ୍ରଛାତ୍ରୀଙ୍କ ଭାଗ୍ୟ ତିଆରି ଚାଲିଛି।

ଏହି ବିଦ୍ୟାଳୟରେ ରହିଛି ୩ଟି ଶ୍ରେଣୀ। ଅଷ୍ଟମ, ନବମ ଓ ଦଶମ ତିନୋଟି ଶ୍ରେଣୀରେ ପାଠ ପଢୁଛନ୍ତି ୧୧୦ ଜଣ ଛାତ୍ରଛାତ୍ରୀ। ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ତରୁଣ କୁମାର ରାଉତ ପିଲାଙ୍କୁ ପଢ଼ାଉଛନ୍ତି ବିଜ୍ଞାନ। କାରଣ ଏଠି ନାହାନ୍ତି ବିଜ୍ଞାନ ଶିକ୍ଷକ। ୩ ଜଣ ଶିକ୍ଷକଙ୍କ ଭିତରେ ସଂସ୍କୃତ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଅଛନ୍ତି। ହିନ୍ଦୀ ଶିକ୍ଷକ ନିଜ ବିଷୟ ପଢ଼ାଇବା ସହିତ ବିଜ୍ଞାନ, ଇଂରାଜୀ ପଢାଉଛନ୍ତି। ଖେଳ ଶିକ୍ଷକ ଅନ୍ୟ ବିଷୟ ପଢ଼ାଉଛନ୍ତି। ବିଜ୍ଞାନ ଓ ଇଂରାଜୀ ଶିକ୍ଷକ ନଥିବାରୁ ବହୁ ଅସୁବିଧାରେ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ବିଦ୍ୟାଳୟରେ ପାଠ ଭଲ ଭାବରେ ବୁଝି ହେଉ ନଥିବାରୁ ଆମେ ଅଧିକାଂଶ ବିଷୟ ଟିଉସନରେ ବୁଝିଥାଉ। ସ୍ମାର୍ଟ ବୋର୍ଡ଼ ଅଛି କିନ୍ତୁ ତାକୁ ଚଳାଇବାକୁ କେହି ନାହାଁନ୍ତି। ଶିକ୍ଷକ ନଥିବାରୁ ପାଠ ବୁଝି ହେଉନାହିଁ ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

Advertisment

୫୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟକୁ ରୂପାନ୍ତରିତ କରାଯାଇଛି। କମ୍ପ୍ୟୁଟର ଠାରୁ ଆରମ୍ଭ କରି ସ୍ମାର୍ଟ ବୋର୍ଡ଼ ପର୍ୟ୍ୟନ୍ତ ସବୁ ଅଛି କିନ୍ତୁ ତାକୁ ଚଳାଇବାକୁ କେହି ନାହାନ୍ତି। ସବୁ ସମୟରେ ସରକାରଙ୍କୁ ଶିକ୍ଷକ ଅଭାବ ଥିବା ଜଣାଉଛୁ କିନ୍ତୁ କେହି ଶୁଣୁ ନାହାଁନ୍ତି ବୋଲି ଅଭିଭାବକମାନେ କହିଛନ୍ତି।

ଶିକ୍ଷକ ଅଭାବ ନେଇ ସ୍ଥାନୀୟ ସମିତି ସଭ୍ୟ ଅଶୋକ କୁମାର ନାୟକ କହିଛନ୍ତି, କେନ୍ଦୁଝର ଜିଲ୍ଲାରେ ବିଦ୍ୟାଳୟ ଗୁଡ଼ିକୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅର୍ଥରେ ୫-ଟିରେ ରୂପାନ୍ତରିତ କରାଗଲା। କିନ୍ତୁ ସରକାର ଶିକ୍ଷକ ନିଯୁକ୍ତି ଦେଲେନାହିଁ । ତେଣୁ ଯେମିତି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅର୍ଥରେ ବିଦ୍ୟାଳୟ ରୂପାନ୍ତରିତ ହେଲା, ଠିକ ସେମିତି ସେହି ଅର୍ଥରେ ଶିକ୍ଷକ ନିଯୁକ୍ତି ଦିଆ ଯାଉବୋଲି ଶ୍ରୀ ନାୟକ କହିଛନ୍ତି।

ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ

School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe