Advertisment

ମନ ବୁଝିଲାନି, ପେଟ ପୂରିଲାନି; ଚାକିରି ଛାଡ଼ି ମହୁଚାଷ କଲେ

ବିକାଶ ଚାକିରି ଛାଡ଼ି ଘରକୁ ଫେରିବା ପରେ ବାପାଙ୍କଠାରୁ ମହୁ ଚାଷର ସବୁ ସୂତ୍ର ଶିଖିଲେ। ତା’ପରେ ନିଜ ବାଡ଼ିରେ ୧୦ଟି ମହୁ ବାକ୍ସ ବସାଇଥିଲେ। ଆଉ ତା’ର ଯତ୍ନ ନେଇଥିଲେ। ପରବର୍ତ୍ତୀ ସମୟରେ ଆହୁରି ମହୁ ବାକ୍ସ ବସାଇଥିଲେ। ଏବେ ୨୬୦ଟି ମହୁ ବାକ୍ସ ବସାଇଛନ୍ତି। ପ୍ରତି ସିଜିନିରେ ମହୁ ବାକ୍ସ ପିଛା ୫ କେଜିରୁ ୨୫ କେଜି ପର୍ଯ୍ୟନ୍ତ ମହୁ ଅମଳ କରୁଛନ୍ତି।

BHADRAK

BHADRAK

Advertisment

ମନ ବୁଝିଲାନି। ପେଟ ପୂରିଲାନି। ବହୁ ବିଚାର ବିମର୍ଷ ପରେ ଚାକିରି ଛାଡ଼ିଥିଲେ। ଆଉ ବାପାଜେଜ ଅମର ବୃତ୍ତିକୁ ଆଣାଇ ନେଲେ। ମହୁଚାଷ ଚାଷ କରି ଅନ୍ୟପାଇଁ ଉଦାହରଣ ପାଲଟି ଗଲେ ବିକାଶ ରଞ୍ଜନ ମହାପାତ୍ର। ଏବେ ନିଜେ ସ୍ୱାବଲମ୍ୱୀ ହେବା ସହିତ ଅନ୍ୟମାନଙ୍କ ମୁହଁରେ ସହ ଫୁଟାଉଛନ୍ତି ହସ।

Advertisment

ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ତାଳପଦା ଗାଁର ବିକାଶ ରଞ୍ଜନ ମହାପାତ୍ର। ବିକାଶ ଚାକିରି କରୁଥିଲେ। ହେଲେ ସେଥିରେ ମନ ଲାଗୁନଥିଲା କି ପେଟ ପୂରୁନଥିଲା। ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ତେଣୁ ଚାକିରି ଛାଡ଼ିବା ପାଇଁ ନିଷ୍ପତ୍ତି ନେଲେ। ଆଉ ପରିବାର ଲୋକଙ୍କ ସହ ଆଲୋଚନା କରି ଘରକୁ ଫେରି ଆସିଲେ। ଜେଜବାପାଙ୍କ ଅମଳରେ ହେଉଥିବା ମହୁ ଚାଷକୁ ଆପଣାଇ ନେଇଥିଲେ। ଆଉ ସେହି କାମରେ ବାପା ଲଳିତ ମହାପାତ୍ର ଓ ପତ୍ନୀ ଶୁଭାସିନୀ ସହଯୋଗ କରୁଛନ୍ତି।

ବିକାଶଙ୍କ ଜେଜେଙ୍କ ପରେ ବାପା ମହୁ ଚାଷ କରୁଥିଲେ। ବିକାଶ ଚାକିରି ଛାଡ଼ି ଘରକୁ ଫେରିବା ପରେ ବାପାଙ୍କଠାରୁ ମହୁ ଚାଷର ସବୁ ସୂତ୍ର ଶିଖିଲେ। ତା’ପରେ ନିଜ ବାଡ଼ିରେ ୧୦ଟି ମହୁ ବାକ୍ସ ବସାଇଥିଲେ। ଆଉ ତା’ର ଯତ୍ନ ନେଇଥିଲେ। ପରବର୍ତ୍ତୀ ସମୟରେ ଆହୁରି ମହୁ ବାକ୍ସ ବସାଇଥିଲେ। ଏବେ ୨୬୦ଟି ମହୁ ବାକ୍ସ ବସାଇଛନ୍ତି। ପ୍ରତି ସିଜିନିରେ ମହୁ ବାକ୍ସ ପିଛା ୫ କେଜିରୁ ୨୫ କେଜି ପର୍ଯ୍ୟନ୍ତ ମହୁ ଅମଳ କରୁଛନ୍ତି। ସେଥିରୁ ସେ ୪ରୁ ୫ ଲକ୍ଷ ପର୍ଯ୍ୟଟ ଟଙ୍କା ରୋଜଗାର କରିପାରୁଛନ୍ତି। ବିକାଶ ନିଜେ ସ୍ୱାବଲମ୍ୱୀ ହେବା ସହିତ ୭ରୁ ୧୦ ଜଣଙ୍କ ମୁହଁ ହସ ଫୁଟାଇ ପାରିଛନ୍ତି।

Advertisment

ମହୁ ଚାଷ କରିବା ସହିତ ବିକାଶ ମହୁ ବାକ୍ସ ଓ ମହୁ ମାଛି ବେପାର ମଧ୍ୟ କରୁଛନ୍ତି। ଭଦ୍ରକ ଜିଲ୍ଲାରେ ଶିକ୍ଷିତ ଯୁବକ, ଯୁବତୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତାଙ୍କୁ ମହୁ ଚାଷ ସମ୍ପର୍କରେ ତାଲିମ ଦେଉଛନ୍ତି। ତାଲିମ ନେଲା ପରେ ସେମାନଙ୍କୁ ବାକ୍ସ ଓ ମହୁ ମାଛି ଯୋଗାଇ ଦେଉଛନ୍ତି। ଏଥିପାଇଁ କିଛି ଅର୍ଥ ମଧ୍ୟ ନେଉଛନ୍ତି। ମହୁ ବାକ୍ସ ପିଛା ୫୦୦୦ ଟଙ୍କା ନେଉଛନ୍ତି। ଯେଉଁମାନେ ଗରିବ, ସେମାନଙ୍କୁ ମାଗଣାରେ ମହୁ ବାକ୍ସ ପ୍ରଦାନ କରୁଛନ୍ତି। ଆଉ ଉତ୍ପାଦିତ ହେଉଥିବା ମହୁର ଅଧା ସେ ନେଉଥିଲେ।

ବିକାଶଙ୍କ ବାପା ଲଳିତ ମହାପାତ୍ର କହିଛନ୍ତି, ବାପାଙ୍କ ଅମଳରୁ ମହୁ ଚାଷ କରୁଛୁ। ମୋ ଅମଳରେ ମହୁମାଛି ବିକ୍ରି କରିବା ଆରମ୍ଭ କରିଥିଲୁ। ବାଲେଶ୍ୱର ଖଦି ସମବାୟ ସମିତି ମହୁ ମାଛି ବାକ୍ସ ପିଛା ହଜାର ଟଙ୍କା ଲେଖାଏଁ ନେଉଥିଲା ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ

Honey Bee Attack Organic Farming
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe