Advertisment

ମାଗଣା ବିଜୁଳି ପାଇବେ କେତେ ଲୋକ?

100ରୁ 150 ୟୁନିଟ ପର୍ଯ୍ୟନ୍ତ ବିଲରୁ ଅଧା ଛାଡ଼ ହେବ। ଖର୍ଚ୍ଚ 150 ୟୁନିଟରୁ ଅଧିକ ହେଲେ ଗ୍ରାହକଙ୍କୁ କୌଣସି ରିହାତି ମଳିବ ନାହିଁ। ସମ୍ପୂର୍ଣ୍ଣ ବିଲ୍ ଦେବାକୁ ପଡ଼ିବ।

Electricity

Electricity

Advertisment

ବିଜୁ ଜନତା ଦଳ ବା ବିଜେଡି ପୁଣି ଥରେ କ୍ଷମତାକୁ ଫେରିଲେ ମାସିକ 100 ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ଖର୍ଚ୍ଚ କରୁଥିବା ଘରୋଇ ଗ୍ରାହକଙ୍କୁ ମାଗଣା ବିଜୁଳି ଦେବ ବୋଲି ତାର ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି। 100ରୁ 150 ୟୁନିଟ ପର୍ଯ୍ୟନ୍ତ ବିଲରୁ ଅଧା ଛାଡ଼ ହେବ। ଖର୍ଚ୍ଚ 150 ୟୁନିଟରୁ ଅଧିକ ହେଲେ ଗ୍ରାହକଙ୍କୁ କୌଣସି ରିହାତି ମଳିବ ନାହିଁ। ସମ୍ପୂର୍ଣ୍ଣ ବିଲ୍ ଦେବାକୁ ପଡ଼ିବ। ଦିଲ୍ଲୀରେ ବହୁ ପୂର୍ବରୁ 200 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ମାଗଣା ଥିବାବେଳେ 200ରୁ 400 ୟୁନିଟ ପର୍ଯ୍ୟନ୍ତ ଅଧା ବିଲ ନିଆଯାଉଛି। ତେବେ 400 ୟୁନିଟ ଟପିଲେ କିଛି ରିହାତି ମିଳୁନାହିଁ। ଏବେ ସୋଲାର ପାନେଲ ଲଗାଇଲେ 400 ୟୁନିଟ ଟପିଲେ ବି କିଛି ବିଲ୍ ନିଆଯିବ ନାହିଁ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ଓଡ଼ିଶା ଏକମାତ୍ର ରାଜ୍ୟ ଯେ କୌଣସି ବାଟେ ଏପର୍ଯ୍ୟନ୍ତ ଗ୍ରାହକଙ୍କୁ ରିହାତି ଦେଉନଥିଲା ବୋଲି ବିଶେଷଜ୍ଞମାନେ କହିଛନ୍ତି। ଓଡ଼ିଶାରେ ପ୍ରାୟ 1 କୋଟି ଘରୋଇ ଗ୍ରାହକଙ୍କ ସହ ପ୍ରାୟ 2 ଲକ୍ଷ ଚାଷୀଙ୍କୁ ମାଗଣା ବିଜୁଳି ଦେଲେ ଓଡ଼ିଶା ସରକାରଙ୍କୁ ଏଥିପାଇଁ ବର୍ଷକୁ ଅତିବେଶିରେ 5 ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି କୁହାଯାଉଛି।

Advertisment

ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି- ଅତିବେଶୀରେ ଏଥିପାଇଁ ରାଜ୍ୟ ସରକାରଙ୍କୁ ସବସିଡି ବାବଦରେ ବର୍ଷକୁ 4,200 କୋଟି ଭିତରେ ଖର୍ଚ୍ଚ କରିବାକୁ ପଡ଼ିବ। ମାତ୍ର ଶୀତ ଦିନ ବ୍ୟତୀତ ଅନ୍ୟଦିନେ ଅଧିକାଂଶ ଗ୍ରାହକଙ୍କ ବିଲ 150 ୟୁନିଟ୍ ଉପରକୁ ଚାଲିଯିବ ସେମାନେ କୌଣସି ରିହାତି ପାଇବେ ନାହିଁ। ମୋ ହିସାବରେ ଅତି ବେଶିରେ 75% ଲୋକ ଏହାର ସୁବିଧା ପାଇବେ। ମାତ୍ର ଅନେକ ରାଜ୍ୟ ବିଦ୍ୟୁତ୍ ଗ୍ରାହକଙ୍କୁ ସବସିଡି ଦେଉଥିବାବେଳେ ଓଡ଼ିଶା ଦେଉନଥିଲା। ଏହା ଖୁବ ବିଳମ୍ବ ହୋଇଛି।

ଅନ୍ୟପଟରେ ବିଜେପି କେନ୍ଦ୍ର ବଜେଟର ଘୋଷଣା ଅନୁଯାୟୀ ତାର ଇସ୍ତାହାରରେ ଦେଶର 1 କୋଟି ଲୋକଙ୍କୁ `ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା’ରେ 300 ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବ ବୋଲି ଘୋଷଣା କରିଛି। 1 କିଲୋଓ୍ବାଟଠାରୁ ଆରମ୍ଭ କରି 3 କିଲୋଓ୍ବାଟ ପର୍ଯ୍ୟନ୍ତ ସୋଲାର ପାନେଲ ଲଗାଇଲେ, 30 ହଜାରରୁ ଆରମ୍ଭ କରି 78 ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଦେବ। ଗ୍ରାହକଙ୍କୁ ବଳକା ମୂଳ ଧନ ଶସ୍ତା ସୁଧ ହାରରେ ବ୍ୟାଙ୍କରୁ ଯୋଗାଇ ଦିଆଯିବ। ବଳକା ବିଜୁଳିକୁ ଗ୍ରାହକ ବିଦ୍ୟୁତ ବିତରଣ କମ୍ପାନୀକୁ ବିକି ପାରିବେ।

Advertisment

ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ କହିଛନ୍ତି- ରାଜ୍ୟ ସରକାର ଇଲେକ୍ଟ୍ରିସିଡି ଡ୍ୟୁଟି ବାଟେ ପ୍ରାୟ 5 ହଜାର କୋଟି ଟଙ୍କା ନେଉଛନ୍ତି। ଯାହା ନେବା ଉଚିତ ନୁହେଁ। ସେହି ଟଙ୍କାରେ ଏ ସବସିଡି ମିଳିଯିବ। ଏହା ବହୁ ପୂର୍ବରୁ ହେବାର ଥିଲା।

ସାଧାରଣ ଖାଉଟିଙ୍କ ଆର୍ଥିକ ବୋଝ ଲାଘବ କରିବା ଓ ଅର୍ଥନୀତିକୁ ଚଳଚଞ୍ଚଳ କରିବା ପାଇଁ ଦେଶର ଅଧିକାଂଶ ରାଜ୍ୟ ମାଗଣା କିମ୍ବା ରିହାତିଯୁକ୍ତ ବିଜୁଳି ଯୋଗାଇ ଦେଉଛନ୍ତି। ଓଡ଼ିଶାରେ ବି ଶସ୍ତା ବିଜୁଳି ରାଜନୀତି ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନଗୋଙ୍କ ରିପୋର୍ଟ 

Electricity Office
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe