୨୦୦୪ରେ ରାଜ୍ୟରେ ଥିଲେ ୧୯୨ ବାଘ, ଏବେ ଅଛନ୍ତି ୨୦

ଶିମିଳିପାଳ ଅଭୟାରଣ୍ୟରେ ପ୍ରତି ବର୍ଷ ବାଘ ସଂଖ୍ୟା ବଢ଼ାଇବା ଓ ସଂରକ୍ଷଣ ପାଇଁ ଏନଟିସିଏ ୧୨ ରୁ ୧୩ କୋଟି ଟଙ୍କା କେବଳ ବାଘଙ୍କ ସଂରକ୍ଷଣ ପାଇଁ ଖର୍ଚ୍ଚ କରୁଥିବା ବେଳେ ଗତ ୧୨ ବର୍ଷ ଭିତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ବାବଦରେ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଲେଣି।

Tiger PhotoOR

ବାଘ

Niranjan Mishra
  • Published: Saturday, 29 July 2023
  • Updated: 29 July 2023, 07:20 PM IST

Sports

Latest News

ଶିମିଳିପାଳରେ ବଢ଼ିଛି ବାଘ ସଂଖ୍ୟା, କିନ୍ତୁ ଓଡ଼ିଶାରେ କମିଛି। ଆଜି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ଶିମିଳିପାଳରେ ବାଘ ସଂଖ୍ୟା ୮ରୁ ୧୬କୁ ବୃଦ୍ଧି ପାଇଛି। ୨୦୧୮ରେ ଶିମିଳିପାଳରେ ୮ଟି ବାଘ ଥିବା ବେଳେ ବର୍ତ୍ତମାନ ତାହା ୧୬କୁ ବୃଦ୍ଧି ପାଇଛି। କିନ୍ତୁ ମୋଟ ଉପରେ ଦେଖିବାକୁ ଗଲେ ଓଡ଼ିଶା ସୀମା ଭିତରେ ଆସୁଥିବା ଜଙ୍ଗଲରେ କମିଛି ବାଘ ସଂଖ୍ୟା।

୨୦୧୮ରେ ରାଜ୍ୟରେ ୨୮ଟି ବାଘ ଥିବା ବେଳେ ଏ ବର୍ଷ ତାହା ୨୦କୁ ଖସି ଆସିଛି। ଏହି ବାଘ ଗଣନା ୨୦୨୧-୨୨ରେ କରାଯାଇଥିଲା। ପ୍ରତି ୪ ବର୍ଷରେ ଥରେ ଦେଶରେ ବାଘ ଗଣନା କରାଯାଇଥାଏ। ଆଜି ବିଶ୍ୱ ବ୍ୟାଘ୍ର ଦିବସରେ ଏସଂପର୍କିତ ରିପୋର୍ଟ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର।

Also Read

ପୂର୍ବ ସଂଖ୍ୟା ହ୍ରାସକୁ ଦେଖିଲେ ବାଘଙ୍କ ଲାଗି ସୁରକ୍ଷିତ ନୁହେଁ କି ଓଡ଼ିଶା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ରାଜ୍ୟରେ କମି କମି ଚାଲିଛି ବାଘ ସଂଖ୍ୟା । ରାଷ୍ଟ୍ରୀୟ ବ୍ୟାଘ୍ର ସରକ୍ଷଣ ପ୍ରାଧିକରଣ(NTCA) ରିପୋର୍ଟରୁ ମିଳିଛି ଏଭଳି ଚିନ୍ତାଜନକ ତଥ୍ୟ । NTCA ରିପୋର୍ଟ ଅନୁସାରେ, ୨୦୦୬ରେ ରାଜ୍ୟରେ ୪୫ଟି ବାଘ ଥିଲା ବେଳେ ୨୦୧୦ରେ ଏହି ସଂଖ୍ୟା ୩୨କୁ ଖସିଥିଲା। ୨୦୧୪ ଓ ୨୦୧୮ରେ ବାଘ ସଂଖ୍ୟା ୨୮କୁ ହ୍ରାସ ପାଇଥିଲା।

ସେହିପରି ରାଜ୍ୟ ସରକାରଙ୍କ ନିଜସ୍ଵ ବାଘ ଗଣନା ଅନୁଯାୟୀ, ୨୦୦୪ରେ ରାଜ୍ୟରେ ୧୯୨ଟି ବାଘ ଥିଲା ବେଳେ ୨୦୧୬ରେ ଏହି ସଂଖ୍ୟା ୪୦କୁ ଖସି ଅସିଥିଲା।

ମୟୂରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ହେଉଛି ମହାବଳ ବାଘଙ୍କ ଉତ୍ତମ ପ୍ରଜୋଜନ ସ୍ଥାନ। ହେଲେ ଶିମିଳିପାଳ ଅଭୟାରଣ୍ୟରେ କମୁଛି ବାଘଙ୍କ ସଂଖ୍ୟା। ଗତ ୧୨ ବର୍ଷ ଭିତରେ ପୂର୍ବ ସଂଖ୍ୟା ତୁଳନାରେ ୭୫ଟି ବାଘ କମିଥିବା ଜଣାପଡ଼ିଛି। ରାଜ୍ୟ ବନ ବିଭାଗ ରିପୋର୍ଟ ମୁତାବକ, ୨୦୦୬ ମସିହାରେ କରାଯାଇଥିବା ବାଘ ଗଣନାରେ ଶିମିଳିପାଳରେ ବାଘ ସଂଖ୍ୟା ୧୦୧ ଥିବା ବେଳେ ୨୦୧୯ ମସିହା ଗଣନାରେ ବାଘଙ୍କ ସଂଖ୍ୟା ୨୮କୁ ଖସି ଆସିଥିଲା। ଶିମିଳିପାଳ ଅଭୟାରଣ୍ୟରେ ପ୍ରତି ବର୍ଷ ବାଘ ସଂଖ୍ୟା ବଢ଼ାଇବା ଓ ସଂରକ୍ଷଣ ପାଇଁ ଏନଟିସିଏ ୧୨ ରୁ ୧୩ କୋଟି ଟଙ୍କା କେବଳ ବାଘଙ୍କ ସଂରକ୍ଷଣ ପାଇଁ ଖର୍ଚ୍ଚ କରୁଥିବା ବେଳେ ଗତ ୧୨ ବର୍ଷ ଭିତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ବାବଦରେ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଲେଣି। ଅଭୟାରଣ୍ୟରେ ବେଆଇନ ବାଘ ଶିକାର ବାଘ ସଂଖ୍ୟା ହ୍ରାସର କାରଣ ହୋଇଛି। କିଛିଦିନ ତଳେ ପାଟ୍ରୋଲିଂ ବେଳେ ଶିକାରୀ ଗୁଳିରେ ଦୁଇ ବନପାଳଙ୍କ ମୃତ୍ୟୁ ହେବା ପରେ ଏହି ଅଭୟାରଣ୍ୟ ସୁରକ୍ଷା ନେଇ ଚିନ୍ତା ପ୍ରକାଶ ପାଇଛି।

କେବଳ ମହାବଳ ନୁହେଁ, ରାଜ୍ୟରେ କଲରାପତରିଆ ବାଘ ବି ସଙ୍କଟରେ। ୨୦୧୮ରେ ଏନଟିସିଏ ରିପୋର୍ଟ ଅନୁସାରେ, ଦେଶରେ ମୋଟ ୧୨ ହଜାର ୮୫୨ଟି କଲରାପତରିଆ ଥିଲା ବେଳେ କେବଳ ଓଡ଼ିଶାରେ ଥିଲେ ୭୬୦ । ହେଲେ ଶିକାରୀଙ୍କ ପ୍ରାଦୁର୍ଭାବ ଯୋଗୁ ଦୃତ ଗତିରେ କମୁଛି ଏମାନଙ୍କ ବଂଶ।

ଗତ ୩ ବର୍ଷରେ ରାଜ୍ୟରେ ବନ ବିଭାଗ ଓ ଏସଟିଏଫ୍ ଜବତ କଲାଣି ୬୮ଟି କଲରାପତରିଆ ବାଘ ଛାଲ। ଯେଉଁଥିରୁ କେବଳ ୨୦୨୩ର ପ୍ରଥମ ୭ ମାସରେ ୧୯ଟି କଲରାପତରିଆ ବାଘ ଚମଡ଼ା ଧରା ପଡ଼ିଥିଲା। ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମତରେ, ରାଜ୍ୟରେ କଲରାପତରିଆ ବାଘ ଶିକାର ପଛରେ କାମ କରୁଛି ଆନ୍ତର୍ଜାତିକ ପେସାଦାର ରାକେଟ୍ । ଯେତିକି କଲରାପତରିଆ ବାଘ ଛାଲ ଜବତ ହେଉଛି, ତାହା ତୁଳନାରେ ଶିକାର ହେଉଥିବା କଲରାପତରିଆଙ୍କ ସଂଖ୍ୟା ଢେର୍ ଅଧିକ । ସରକାର ଏବେଠୁ ଏହା ଉପରେ ନଜର ନ ରଖିଲେ, ଆଗକୁ ଏ ବାଘଙ୍କ ସଂଖ୍ୟା ବି ଲୋପ ପାଇଯିବ।

ଅନ୍ୟପଟେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପାଳନ ହୋଇଛି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ। ଏବେ ନନ୍ଦନ କାନନରେ ବିଭିନ୍ନ ପ୍ରଜାତିର ୨୭ଟି ବାଘ ଅଛନ୍ତି। ବାଘଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଏହି ଅବସରରେ ନନ୍ଦନକାନନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଣାଅଜଣା ପ୍ରତିଯୋଗିତା ଆୟୋଜନ ହୋଇଛି। ଏକ ଦସ୍ତଖତ ଅଭିଯାନ ମଧ୍ୟ କରାଯାଇଛି। ଛାତ୍ରଛାତ୍ରୀଙ୍କୁ ବାଘଙ୍କ ଜୀବନଶୈଳୀ ସମ୍ପର୍କରେ ଅବଗତ କରାଇବାକୁ ବାଘ ସହ ଗୋଟିଏ ଦିନ ବିତାଇବାର ସୁଯୋଗ ଦିଆଯାଇଛି। ଏହାସହ ବାଘ ବଂଶ ବୃଦ୍ଧି ପାଇଁ ନନ୍ଦନକାନନରେ ସ୍ଵତନ୍ତ୍ର ପ୍ରଜନନ ବ୍ୟବସ୍ଥା ମଧ୍ୟ କରାଯାଇଥିବା ନନ୍ଦନ କାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story