Advertisment

ଝାଉଁ କାଠର ଘୋର ଅଭାବ; ସ୍ୱର୍ଗଦ୍ୱାରରେ ଲୋଡ଼ା କି ବୈଦ୍ୟୁତିକ ଚୁଲା?

ଜଣକା ୨ କ୍ୱିଣ୍ଟାଲ୍‌ କାଠର ଆବଶ୍ୟକତା ଥିବାରୁ ବର୍ଷକୁ ଏ ବାବଦରେ ପ୍ରାୟ ୭୨ ହଜାର କ୍ୱିଣ୍ଟାଲ କାଠ ଦରକାର। ଏପରିସ୍ଥଳେ ବନ ବିଭାଗ ପକ୍ଷରୁ ଅସ୍ତରଙ୍ଗ ଜଙ୍ଗଲରୁ ପୁରୀ ସ୍ୱର୍ଗଦ୍ୱାରକୁ ଯୋଗାଇ ଦିଆଯାଉଥିବା ଝାଉଁ କାଠର ଉତ୍କଟ ଅଭାବ ପରିଲକ୍ଷିତ ହୋଇଛି।

ଅଦ୍ୟତନ ହୋଇଛି
Swargadwar

Swargadwar

Advertisment

ପୁରୀ ସ୍ୱର୍ଗଦ୍ୱାରରେ ଲୋଡ଼ା କି ବୈଦ୍ୟୁତିକ ଚୁଲା? ଶବଦାହ ପାଇଁ କାଠ ବଦଳରେ ଆବଶ୍ୟକ କି ବିକଳ୍ପ ବ୍ୟବସ୍ଥା? ସ୍ୱର୍ଗଦ୍ୱାରରେ ଶବ ସଂସ୍କାର ପାଇଁ ଆବଶ୍ୟକ ଝାଉଁ କାଠର ଘୋର ଅଭାବ ଭିତରେ ପରିବେଶବିତ, ପୁରୀ ବାସିନ୍ଦା ଓ ଜିଲ୍ଲା ପ୍ରଶାସନ ପାଇଁ ସୃଷ୍ଟି ହୋଇଛି ଏକ ବଡ଼ ଆହ୍ୱାନ। ସ୍ୱର୍ଗଦ୍ୱାରରେ ଶବଦାହ କରିବା ଅନେକଙ୍କ ଧାର୍ମିକ ଭାବନା ଓ ବିଶ୍ୱାସ ସହ ଜଡ଼ିତ ଥିବା ଓ ଏଠାରେ ଶବ ସଂସ୍କାର ପାଇଁ ସରକାରଙ୍କ ପକ୍ଷରୁ ସୁବ୍ୟବସ୍ଥା ଥିବାରୁ ଏବେ ଦୈନିକ ପାଖାପାଖି ୧୦୦ଟି ମୃତଦେହ ଦାହସଂସ୍କାର ପାଇଁ ଆସୁଛି।

Advertisment

ଜଣକା ୨ କ୍ୱିଣ୍ଟାଲ୍‌ କାଠର ଆବଶ୍ୟକତା ଥିବାରୁ ବର୍ଷକୁ ଏ ବାବଦରେ ପ୍ରାୟ ୭୨ ହଜାର କ୍ୱିଣ୍ଟାଲ କାଠ ଦରକାର। ଏଥିପାଇଁ ବନ ବିଭାଗ ପକ୍ଷରୁ ଅସ୍ତରଙ୍ଗ ଜଙ୍ଗଲରୁ ପୁରୀ ସ୍ୱର୍ଗଦ୍ୱାରକୁ ଯୋଗାଇ ଦିଆଯାଉଥିବା ଝାଉଁ କାଠ। ତଥାପି ଶବଦାହ ପାଇଁ ଝାଉଁକାଠର ଉତ୍କଟ ଅଭାବ ପରିଲକ୍ଷିତ ହେଉଛି। ତେଣୁ ପରିବେଶକୁ ଦୃଷ୍ଟିରେ ରଖି କାଠ ସହ ଶବଦାହ ପାଇଁ ବୈଦ୍ୟୁତିକ ଚୂଲାର ଆବଶ୍ୟକତା ମଧ୍ୟ ଜରୁରୀ ବୋଲି ମତ ରଖିଛନ୍ତି ପରିବେଶବିତ ଓ ପୁରୀ ବାସିନ୍ଦା।

ହିନ୍ଦୁ ଧର୍ମରେ ଶବଦାହ ବେଳେ ଶବକୁ କେବଳ ଜଳାଯିବା ଓ ଶବଦାହ ପରେ ଶ୍ମଶାନରୁ ଅସ୍ତି ସଂଗ୍ରହ କରାଯିବାର ପରମ୍ପରା ରହିଛି। ସେ ଦୃଷ୍ଟିରୁ ଶବକୁ କେବଳ କାଠରେ ପୋଡାଯିବାର ବିଧି ଶାସ୍ତ୍ର ସମ୍ମତ ବୋଲି ସଂସ୍କୃତି ବିଶେଷଜ୍ଞଙ୍କ ମତ ଦେଇଛନ୍ତି। ଏପରି ସ୍ଥଳରେ କାଠର ଅଭାବ, ପରିବେଶ ସୁରକ୍ଷା ଓ ପୁରୀ ସ୍ୱର୍ଗଦ୍ୱାରକୁ ଦୈନିକ ଶବ ସଂଖ୍ୟା ବୃଦ୍ଧି ଭଳି ସ୍ଥିତିକୁ ଦେଖି ବୈଦ୍ୟୁତିକ ଚୁଲା ଭଳି ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ବିଭିନ୍ନ ଗୋଷ୍ଠୀର ମତାମତ ଲଡ଼ା ଯାଇଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ।

Advertisment

ଏହା ପୂର୍ବରୁ ପରିବେଶ ରକ୍ଷା, ଶବଦାହ ପାଇଁ ଖର୍ଚ୍ଚ କମ୍‌ ଏବଂ ଗୋସଂପଦର ସୁରକ୍ଷା ଦୃଷ୍ଟିରୁ ପୁରୀ ସ୍ୱର୍ଗଦ୍ୱାରରେ ଗୋବର ଘସିରେ ଶବ ଦାହ ଲାଗି ଯୋଜନା କରାଯାଉଥିବା ସୂଚନା ଦେଇଥିଲେ ପ୍ରାଣୀସଂପଦ ମନ୍ତ୍ରୀ।

Puri 'Swargadwar App
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe