Advertisment

ଦିନେ ରାସ୍ତାରେ ପଡ଼ିଥିଲେ, ଆଜି ଆମେରିକାରେ

ଦିନେ ରାସ୍ତା କଡ଼ରେ ପଡ଼ି କୁଆଁ କୁଆଁ କାନ୍ଦୁଥିଲେ ବାପା ମାଆ ଛେଉଣ୍ଡ ଶିଶୁକନ୍ୟା। ଆଜି ଆମେରିକାର ଜଣେ କୋଟିପତିଙ୍କ ଝିଅ।

author-image
Biswajit Samal
ଅଦ୍ୟତନ ହୋଇଛି
Kabya

Kabya

‘ଅରକ୍ଷିତକୁ ଦଇବ ସାହା’ ଏହାର ଅର୍ଥ ହେଉଛି ଯାହାର କେହି ନାଥାନ୍ତି ତା’ ପାଇଁ ଈଶ୍ୱର ଅଛନ୍ତି। ସେ ନିଶ୍ଚୟ କେଉଁ ରୂପରେ ଆସି ତା’କୁ ରକ୍ଷା କରିବେ। ଏ ଭଳି ଏକ ବିଶ୍ୱାସ ପ୍ରାୟ ସବୁଧର୍ମରେ ଦେଖିବାକୁ ମିଳେ। ଏକଥା ଆଜି ବାସ୍ତବରେ ପରିଣତ ହୋଇଛି। ଦିନେ ରାସ୍ତା କଡ଼ରେ ପଡ଼ି କୁଆଁ କୁଆଁ କାନ୍ଦୁଥିଲେ ବାପା ମାଆ ଛେଉଣ୍ଡ ଶିଶୁକନ୍ୟା। ଆଜି ଆମେରିକାର ଜଣେ କୋଟିପତିଙ୍କ ଝିଅ।

Advertisment

ମାଲକାନଗିରିରୁ ଉଦ୍ଧାର ହୋଇଥିବା କୁନି ଝିଅ କାବ୍ୟାର ଏ କାହାଣୀ। ଉଦ୍ଧାର ସମୟରେ କାବ୍ୟାର ବୟସ ମାତ୍ର ୧୩ ମାସ ଥିଲା। ଆଉ ଉଦ୍ଧାର ପରେ କାବ୍ୟାକୁ କୋରାପୁଟ ଦଶମନ୍ତପୁର ସଦରମହକୁମା ସ୍ଥିତ ପୋଷ୍ୟ ସନ୍ତାନ କେନ୍ଦ୍ରରେ ରଖାଯାଇ ଲାଳନ ପାଳନ କରାଯାଉଥିଲା।

ଆଉ ଏହାରି ଭିତରେ କାବ୍ୟାକୁ ଝିଅ କରି ନେବାଲାଗି ଚାହିଁଥିଲେ ଆମେରିକାରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ। ଏଥିଲାଗି ସେ ଅନଲାଇନରେ ଆବେଦନ କରିବା ସହ କିଛିଦିନ ପରେ ଦଶମନ୍ତପୁର ଆସି କାବ୍ୟାକୁ ଆଇନ ଅନୁଯାୟୀ ଝିଅ କରି ଆମେରିକା ନେଇଯାଇଥିଲେ।

Advertisment

ଆଉ ଏବେ ସେ ଝିଅକୁ ଧରି ପୁଣି ଥରେ ଦଶମନ୍ତପୁରର ଏହି ପୋଷ୍ୟ କନ୍ୟା ସନ୍ତାନ କେନ୍ଦ୍ରକୁ ବୁଲିବାକୁ ଆସିଛନ୍ତି। ଆଉ କାବ୍ୟାକୁ ଦେଖି ପୋଷ୍ୟ ସନ୍ତାନ କେନ୍ଦ୍ରର କର୍ମଚାରୀ ବି ଭାବ ବିହ୍ୱଳ ହୋଇଛନ୍ତି। କାବ୍ୟା ଏବେ ଆମେରିକାରେ କ୍ଲାସ୍ ଟୁ ରେ ପଢୁଥିବା ଜଣାପଡ଼ିଛି।

Malkangiri Kabya