Advertisment

ଦୁବାଇ ଯିବ କଳାହାଣ୍ଡିର ‘ଆମ୍ରପଲ୍ଲୀ’ ଆମ୍ବ

ଶ୍ରଦ୍ଧାଞ୍ଜଳି ମାଝି ପ୍ରଥମ ଥର ପାଇଁ ଦେଶ ବାହାରକୁ ଆମ୍ରପଲ୍ଲୀ ଆମ୍ୱ ପଠାଉଛନ୍ତି। ପଶ୍ଚିମବଙ୍ଗର ପାଫ୍‌ ଗ୍ରୁପ୍‌ ମାର୍କେଟିଂ ସଂସ୍ଥା ମାଧ୍ୟମରେ ୨୫ କ୍ୱିଣ୍ଟାଲ୍‌ ଆମ୍ୱ ଦୁବାଇ ପଠାଇବେ। ସେଥିପାଇଁ ସ୍ୱଚ୍ଛତା ଓ ଗୁଣବତ୍ତା ଉପରେ ଅଧିକ ଧ୍ୟାନ ଦେଉଛନ୍ତି।

Amrapali Mango

Amrapali Mango

Advertisment

‘ଆମ୍ରପଲ୍ଲୀ’ ସୁଆଦିଆ ଓ ରସିଳା ଆମ୍ବ। ଏହି ଆମ୍ୱ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଚାଷ ହେଉଛି। ଏବେ ଏହି ଆମ୍ୱ କଳାହାଣ୍ଡିରୁ ଦୁବାଇ ଯିବ। ପଶ୍ଚିମବଙ୍ଗର ଏକ ମାର୍କେଟିଂ ସଂସ୍ଥା ମାଧ୍ୟମରେ କଳାହାଣ୍ଡିର ‘ଆମ୍ରପଲ୍ଲୀ’ ଆମ୍ବ ଭାୟା ଭୁବନେଶ୍ୱର ଦେଇ ଦୁବାଇ ଯିବ। ପ୍ରଥମ ପର୍ଯ୍ୟାୟରେ ୨୫ କ୍ୱିଣ୍ଟାଲ୍‌ ‘ଆମ୍ରପଲ୍ଲୀ’ ଆମ୍ବ ଯିବ। ସେଥିପାଇଁ ଆମ୍ୱ ଚାଷୀଙ୍କ ମଧ୍ୟରେ ଖୁସିର ଲହର ଖେଳି ଯାଇଛି।

Advertisment

ନର୍ଲା ବ୍ଲକ୍‌ ଶାଡ଼ିଙ୍ଗତରା ଅଞ୍ଚଳର ମହିଳା ଚାଷୀ ହେଉଛନ୍ତି ଶ୍ରଦ୍ଧାଞ୍ଜଳି ମାଝି। ତାଙ୍କ ସ୍ୱାମୀ ଉଦ୍ୟାନ କୃଷିରେ ଚାକିରି କରିଥିବାରୁ ସେ ଆଜକୁ ୮ରୁ ୧୦ ବର୍ଷ ତଳେ ନିଜର ଥିବା ୩ରୁ ୪ ହେକ୍ଟର ଜମିରେ ଆମ୍ୱ ଚାଷ ଆରମ୍ଭ କରିଥିଲେ। ଜୈବିକ ପଦ୍ଧତିରେ ‘ଆମ୍ରପଲ୍ଲୀ’ ଭଳି ବିଭିନ୍ନ କିଶମର ଆମ୍ୱ ଚାରା ରୋପଣ କରିଥିଲେ। ଆମ୍ୱ ଚାରାର ନିୟମିତ ଯତ୍ନ ନେଉଥିଲେ। ଚଳିତବର୍ଷ ପ୍ରଥମ ଥର ପାଇଁ ଆମ୍ୱ ଫଳି ଥିଲା। ନିଜ ବାଡ଼ିରେ ଫଳୁଥିବା ଆମ୍ୱକୁ କୋଲକାତା, ଦିଲ୍ଲୀ, ରାୟପୁର, ରାଞ୍ଚି ଭଳି ବଡ଼ବଡ଼ ସହରକୁ ପଠାଉଥିଲେ। ଆମ୍ରପଲ୍ଲୀ ଆମ୍ୱ କେଜି ୫୫ ଟଙ୍କାରେ ବିକ୍ରି କରୁଥିଲେ। ଏଥିପାଇଁ ବେଶ୍‌ ଭଲ ରୋଜଗାର କରୁଥିଲେ ଶ୍ରଦ୍ଧାଞ୍ଜଳି।

ଶ୍ରଦ୍ଧାଞ୍ଜଳି ମାଝି ପ୍ରଥମ ଥର ପାଇଁ ଦେଶ ବାହାରକୁ ଆମ୍ରପଲ୍ଲୀ ଆମ୍ୱ ପଠାଉଛନ୍ତି। ପଶ୍ଚିମବଙ୍ଗର ପାଫ୍‌ ଗ୍ରୁପ୍‌ ମାର୍କେଟିଂ ସଂସ୍ଥା ମାଧ୍ୟମରେ ୨୫ କ୍ୱିଣ୍ଟାଲ୍‌ ଆମ୍ୱ ଦୁବାଇ ପଠାଇବେ। ସେଥିପାଇଁ ସ୍ୱଚ୍ଛତା ଓ ଗୁଣବତ୍ତା ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଆମ୍ୱ ତୋଳି ପ୍ୟାକିଂ କରାଯାଉଛି। ତା’ପରେ ସେହି ଆମ୍ୱକୁ ଶୀତତାପ ନିୟନ୍ତ୍ରିତ ଟ୍ରକ୍‌ରେ ଭୁବନେଶ୍ୱର ପଠାଯିବ। ଏଠାରୁ କାର୍ଗୋରେ ଦୁବାଇ ପଠାଯିବ। କଳାହାଣ୍ଡିରେ ଯେଉଁ ଆମ୍ୱ କିଲୋ ୫୫ ଟଙ୍କାରେ ବିକ୍ରି ହେଉଥିଲା, ତାହା ଦୁବାଇରେ ୨୦୦ ଟଙ୍କାରେ ବିକ୍ରି ହେବ। ଆଉ ଦୁବାଇ ଚାଖିବ କଳାହାଣ୍ଡିରେ ଚାଷ ହେଉଥିବା ଆମ୍ରପାଲି ଆମ୍ୱର ସ୍ୱାଦ।

Advertisment

ଉଦ୍ୟାନ କୃଷି ନିର୍ଦ୍ଦେଶକ କିଶୋର ମହାଲିଙ୍ଗଙ୍କ କହିବା ଅନୁସାରେ କଳାହାଣ୍ଡି ଜିଲ୍ଲାରେ ୮ ହଜାର ହେକ୍ଟର ଜମିରେ ଚାଷୀ ଆମ୍ବଚାଷ ହେଉଛି। ପ୍ରାୟ ୨୭ ଶହ ହେକ୍ଟର ଜମିରୁ ଗୁଣବତ୍ତା ବା ଭଲ ଆମ୍ବ ଉତ୍ପାଦନ ହେଉଛି। ପୂର୍ବରୁ ଆମ୍ୱ ଚାଷୀ ଦେଶ ଭିତରେ ବିଭିନ୍ନ ରାଜ୍ୟକୁ ଆମ୍ୱ ଚାଲାଣ କରୁଥିଲେ। ଆଗାମୀ ଦିନରେ ଆମ୍ବଚାଷୀ ନିଜସ୍ୱ ଉଦ୍ୟମରେ ଯେପରି ପ୍ୟାକିଂ କରିପାରିବେ ସେ ନେଇ ପଦକ୍ଷେପ ନିଆଯିବ। ଏହାଦ୍ଵାରା ସେମାନଙ୍କୁ ଅଧିକ ଲାଭ ମିଳିବ ବୋଲି ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ମହାଲିଙ୍ଗ ପ୍ରକାଶ କରିଛନ୍ତି।

ରିପୋର୍ଟ- ଭବାନୀପାଟଣାରୁ ରାଜକୁମାର ସିଂହଦେଓ

Kalahandi Mango Love
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe