ଦିନେ ସିଦ୍ଧାନ୍ତ ମହାପାତ୍ରଙ୍କ ଗାଡ଼ି ଚଲାଉଥିଲେ...

ରାଜଧାନୀରେ ଗାଡ଼ି ଚଳାଉଥିବା ବେଳେ ସିନେ ତାରକା ସିଦ୍ଧାନ୍ତ ମହାପାତ୍ରଙ୍କ ଶ୍ୱଶୁର ଘର ଗାଡ଼ି ଚଳାଇବାକୁ ଅଫର ପାଇଥିଲେ। ଆଉ ସେହି ଅଫରକୁ ସାଦରେ ଗ୍ରହଣ କରିଥିଲେ ଦେବରାଜ। ରହିବାକୁ ତାଙ୍କୁ ଘରଟିଏ ମିଳିଥିଲା।

Nabarangapur PhotoOR

ସିନେ ଷ୍ଟାର ସିଦ୍ଧାନ୍ତଙ୍କ ସହ ଦେବରାଜ ବିଷୋୟୀ (ଫାଇଲ ଫଟୋ)

Manoranjan Sial
  • Published: Monday, 05 February 2024
  • Updated: 05 February 2024, 06:40 PM IST

ଦିନେ ସିନେ ଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ଗାଡ଼ି ଚଲାଉଥିଲେ। ଚାକଚକ୍ୟ ଦୁନିଆରେ ରହୁଥିଲେ। ହେଲେ ହଠାତ୍‌ ବଦଳିଗଲା ଜୀବନ। କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ହେଲେ। ନା ଚାଲି ପାରିଲେ ନା ଗାଡ଼ି ଚଲାଇ ପାରିଲେ। ତେଣୁ ରାଜଧାନୀ ଛାଡ଼ି ଫେରିଗଲେ ଗାଁକୁ। ସେଠାରେ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି। ଆଉ ଆର୍ଥିକ ସହାୟତା କରିବା ପାଇଁ ସମସ୍ତଙ୍କୁ ଆକୁଳ ନିବେଦନ କରୁଛନ୍ତି। ତାଙ୍କ ନାଁ ଦେବରାଜ ବିଷୋୟୀ।

ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଅଞ୍ଚଳର ଫଟୋଗୁଡ଼ା ଗାଁରେ ଦେବରାଜ ବିଷୋୟୀଙ୍କ ଘର। ପରିବାରରେ ଅଛନ୍ତି ବାପା ଆପନା ବିଷୋୟୀ, ମାଆ, ସ୍ତ୍ରୀ ସାବିତ୍ରୀ ବିଷୋୟୀ, ଝିଅ ସିଦ୍ଧି ଓ ପୁଅ ଦେବାଂଶୁ। ପେସାରେ ସେ ଜଣେ ଡ୍ରାଇଭର। ଗାଡ଼ି ଚଲାଇ ଯାହା ରୋଜଗାର କରୁଥିଲେ, ସେଥିରେ ଦୁଃଖ କଷ୍ଟରେ ଚଳି ଯାଉଥିଲା ପରିବାର। ପରିବାର ବଢ଼ିବାରୁ ଅଧିକ ରୋଜଗାର ଆଶାରେ ଦେବରାଜ ରାଜଧାନୀ ଭୁବନେଶ୍ୱର ପଳାଇ ଆସିଥିଲେ। ଏଠାରେ ଆ’ ତା’ ଗାଡ଼ି ଚଲାଉଥିଲେ।

ରାଜଧାନୀରେ ଗାଡ଼ି ଚଲାଉଥିବା ବେଳେ ସିନେ ତାରକା ସିଦ୍ଧାନ୍ତ ମହାପାତ୍ରଙ୍କ ଶ୍ୱଶୁର ଘର ଗାଡ଼ି ଚଲାଇବାକୁ ଅଫର ପାଇଥିଲେ। ଆଉ ସେହି ଅଫରକୁ ଗ୍ରହଣ କରିଥିଲେ ଦେବରାଜ। ରହିବାକୁ ତାଙ୍କୁ ଗୋଟିଏ ଘର ବି ମିଳିଥିଲା। ସେ ସିଦ୍ଧାନ୍ତ ମହାପାତ୍ର ଏବଂ ତାଙ୍କ ପରିବାର ଲୋକଙ୍କ ଗାଡ଼ି ମଧ୍ୟ ଚଲାଉଥିଲେ। ବେଶ୍‌ ହସଖୁସିରେ ସେ ଚଳୁଥିଲେ। ରୋଜଗାର ଭଲ ହେଉଥିବାରୁ ପତ୍ନୀ ସାବିତ୍ରୀ ଓ ପୁଅଝିଅଙ୍କୁ ଭୁବନେଶ୍ୱର ନେଇ ଆସିଥିଲେ। 

Nabarangapurସିଦ୍ଧାନ୍ତ ଓ ମାମା ମିଶ୍ରଙ୍କ ସହ ଦେବରାଜ ବିଷୋୟୀ

ଆଜକୁ ୮ ମାସ ତଳେ ହଠାତ୍‌ ଦେବରାଜ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କ ପତ୍ନୀ ତାଙ୍କୁ ଡାକ୍ତରଖାନା ନେଇଥିଲେ। ସେଠାରେ ଚିକିତ୍ସା ପରେ ସେ ସାମାନ୍ୟ ସୁସ୍ଥ ଅନୁଭବ କରିଥିଲେ। କିନ୍ତୁ ଗାଡ଼ି ଚଲାଇବା ସ୍ଥିତିରେ ନଥିଲେ ସେ। ତେଣୁ ତାଙ୍କୁ ଭୁବନେଶ୍ୱର ଛାଡ଼ିବାକୁ ପଡ଼ିଥିଲା। ପତ୍ନୀ ଓ ପିଲାଛୁଆଙ୍କୁ ଧରି ଗାଁକୁ ଫେରି ଯାଇଥିଲେ ଦେବରାଜ। ଗାଁରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଗଲା। ତେଣୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ତାଙ୍କୁ କୋରାପୁଟ ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆବଶ୍ୟକ ସମସ୍ତ ପରୀକ୍ଷା ପରେ ତାଙ୍କର ଦୁଇଟି ଯାକ କିଡ୍‌ନୀ ଖରାପ ବୋଲି ଡାକ୍ତର କହିଥିଲେ। 

ପରିବାର ଲୋକେ ଦେବରାଜଙ୍କୁ ନେଇ ଭୁବନେଶ୍ୱରରେ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନଘଟିବାରୁ ତାଙ୍କୁ ପରିବାର ଲୋକେ ବିଶାଖାପାଟଣାରେ ଏକ ପ୍ରାଇଭେଟ୍‌ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ପାଖରେ ଅର୍ଥ ନଥିବାରୁ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ସେଠାରେ ଚିକିତ୍ସା ଚାଲିଲା। ଚିକିତ୍ସା ଚାଲିଥିବା ବେଳେ କିଡ୍‌ନୀ ପ୍ରତିରୋପଣ କରିବାକୁ ଡାକ୍ତର କହିଥିଲେ। ଏହା ବ୍ୟୟସାପେକ୍ଷ ହୋଇଥିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ। ସେପଟେ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ମିଳିଥିବା ଟଙ୍କା ମଧ୍ୟ ସରି ଯାଇଥିଲେ। ଜମିବାଡ଼ି ବିକି ଟଙ୍କା ଖର୍ଚ୍ଚ କରିଥିଲେ ପରିବାର ଲୋକେ। ସେହି ଟଙ୍କା ସରିବା ପରେ ଦେବରାଜଙ୍କୁ ଧରି ଘରକୁ ଫେରିଥିଲେ ପରିବାର ଲୋକେ।

Also Read

ଏବେ ଦେବରାଜ ଗାଁରେ ଅଛନ୍ତି। ସପ୍ତାହକୁ ୩ ଦିନ ଡାଏଲିସସ୍‌ ହେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଛନ୍ତି। ଗାଡ଼ି କରି ନେଲେ ଥରକେ ୨୦୦୦ ଟଙ୍କା ଖର୍ଚ୍ଚ ହେଉଛି। ତେଣୁ ଆଉ ପ୍ରାଇଭେଟ୍‌ ଗାଡ଼ି କରି ଯାଉନାହାନ୍ତି। ଦେବରାଜ ଅର୍ଥ ଯନ୍ତ୍ରଣାରେ ଘାଣ୍ଟି ହେଉଥିବାରୁ ବାଧ୍ୟ ହୋଇ ବସ୍‌ରେ ଡାକ୍ତରଖାନା ଯିବା ପାଇଁ ବାଧ୍ୟ ହେଉଛନ୍ତି।

ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ଦେବରାଜ। ସେ ବିଛଣାରେ ପଡ଼ିଥିବାରୁ ବୃଦ୍ଧ ବାପା ଦିନ ମଜୁରିଆ ଭାବେ କାମ କରି ଯାହା ରୋଜଗାର କରୁଥିଲେ, ସେଥିରେ ଚଳି ଯାଉଥିଲା ପରିବାର। ହେଲେ ଦଇବ ସହିଲା ନାହିଁ। ପକ୍କା ଘରେ ଛାତ ପକାଇବା କାମ କରିବା ବେଳେ ପଡ଼ି ତାଙ୍କ ଗୋଡ଼ ଭାଙ୍ଗି ଗଲା। ଏବେ ସେ ଚାଲି ପାରୁ ନାହାନ୍ତି। ଏପରି ସ୍ଥିତିରେ କେମିତି ଚଳିବ ପରିବାର? କେମିତି ଚିକିତ୍ସିତ ହେବେ ଦେବରାଜ? ସେହି ଚିନ୍ତାରେ ପଡ଼ି ଯାଇଛନ୍ତି ପରିବାର ଲୋକେ। 

ଦେବରାଜଙ୍କ ଏଭଳି ସ୍ଥିତିରେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ଆକୁଳ ନିବେଦନ କରିଛନ୍ତି ସାବିତ୍ରୀ ବିଷୋୟୀ। ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କାଳୀପ୍ରସାଦ ବେହେରା କହିଛନ୍ତି, ଦେବରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିଛି। ସରକାରଙ୍କ ତରଫରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ।

ରିପୋର୍ଟ- ନବରଙ୍ଗପୁରରୁ ନବଘନ ବିଷୋୟୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story