Advertisment

କିଡ୍‌ନୀ ରୋପଣ ପରେ ପାଇଥିଲେ ନୂଆ ଜୀବନ, ଏବେ ମାଆ ହେଲେ

କିଡନୀ ପ୍ରତିରୋପଣ ପରେ ଯାଜ୍ଞସିନୀଙ୍କର ଚିକିତ୍ସା ଚାଲିଥିଲା। ସୁସ୍ଥ ହେବା ପରେ ଘରକୁ ଫେରିଥିଲେ ଯାଜ୍ଞସିନୀ। କିନ୍ତୁ ନିୟମିତି ମେଡ଼ିକାଲ୍‌ ଚେକ୍‌ଅପ୍‌ ପାଇଁ ଏସ୍‌ସିବି ଆସୁଥିଲେ।

Child

Child

Advertisment

କିଡ୍‌ନୀ ରୋପଣ ପରେ ପାଇଥିଲେ ନୂଆ ଜୀବନ। ଆଉ ଏବେ ଶିଶୁ କନ୍ୟାର ମାଆ ହେଲେ ଯାଜ୍ଞସିନୀ ଜେନା। ମାଆ ଓ ଛୁଆ ସୁସ୍ଥ ଅଛନ୍ତି। ଏସ୍‌ସିବି ମେଡ଼ିକାଲରୁ ଆସିଛି ଏପରି ଭଲ ଖବର। ନେଫ୍ରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଅରୁଣା ଆଚାର୍ଯ୍ୟଙ୍କ ନେତୃତ୍ୱରେ ଗଠିତ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି।

Advertisment

ବାଲେଶ୍ୱର ଜିଲ୍ଲାର ଯାଜ୍ଞସିନୀ ଜେନା। ପେସାରେ ସେ ଜଣେ ଷ୍ଟାଫ୍‌ ନର୍ସ। ହେଲେ ୨୦୧୭ ମସିହାରେ ସେ ଅସୁସ୍ଥ ହୋଇଥିଲେ। ମେଡ଼ିକାଲ୍‌ ଚେକ୍‌ଅପ୍‌ ପରେ କିଡ୍‌ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତା’ପରେ ତାଙ୍କୁ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ୨୦୧୯ ମସିହାରେ ଏସସିବିର ନେଫ୍ରୋଲୋଜି ବିଭାଗରେ କିଡନୀ ପ୍ରତିରୋପଣ କରାଯାଇଥିଲା। ଏଥିପାଇଁ ଏଣ୍ଡୋକ୍ରାଇନ୍‌, କାର୍ଡିଓଲୋଜି ଓ ନେଫ୍ରୋଲୋଜି ବିଭାଗକୁ ନେଇ ଏକ ସ୍ୱତନ୍ତ୍ର ଡାକ୍ତର ଟିମ୍‌ ଗଠନ କରାଯାଇଥିଲା। ତା’ପରେ ସଫଳ ଅସ୍ତ୍ରୋପଚାର କରାଯାଇଥିଲା।

କିଡନୀ ପ୍ରତିରୋପଣ ପରେ ଯାଜ୍ଞସିନୀଙ୍କର ଚିକିତ୍ସା ଚାଲିଥିଲା। ସୁସ୍ଥ ହେବା ପରେ ଘରକୁ ଫେରିଥିଲେ ଯାଜ୍ଞସିନୀ। କିନ୍ତୁ ନିୟମିତି ମେଡ଼ିକାଲ୍‌ ଚେକ୍‌ଅପ୍‌ ପାଇଁ ଏସ୍‌ସିବି ଆସୁଥିଲେ। ତାଙ୍କୁ ଅପରେସନ୍‌ କରିଥିବା ଡାକ୍ତରୀ ଟିମ୍‌ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରୁଥିଲେ। ୨୦୨୧ ମସିହାରେ ବିବାହ କରିଥିଲେ ଯାଜ୍ଞସିନୀ। ତା’ପରେ ଡାକ୍ତରଙ୍କ ପରାମର୍ଶରେ ଗର୍ଭଧାରଣ କରିଥିଲେ। ଯେପରି ଜଣେ ସାଧାରଣ ମହିଳା ଗର୍ଭବତୀ ହୁଅନ୍ତି, ଠିକ୍‌ ସେମିତି ଯାଜ୍ଞସିନୀ ଗର୍ଭ ଧାରଣ କରିଥିଲେ।

Advertisment

ତେବେ ପ୍ରସବ ସମୟ ହେବାରୁ ଯାଜ୍ଞସିନୀ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। ତାଙ୍କର ଚିକିତ୍ସା ଓ ଅପରେସନ୍‌ ପାଇଁ ନେଫ୍ରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଅରୁଣା ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଥିଲା। ଟିମ୍‌ରେ ୟୁରୋଲୋଜି ବିଭାଗର ଡାକ୍ତର ସମୀର ସ୍ୱାଇଁ, ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଲୁଶି ଦାସ ଥିଲେ। ଗୁରୁବାର ଏସ୍‌ସିବି ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଯାଜ୍ଞସିନୀ ଏକ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି। ଛୁଆର ଓଜନ ୩ କେଜି ରହିଛି। ବର୍ତ୍ତମାନ ମାଆ ଓ ଛୁଆ ସୁସ୍ଥ ଅଛନ୍ତି। ଏନେଇ ସୂଚନା ଦେଇଛନ୍ତି ଏସ୍‌ସିବି ମେଡିକାଲର ପ୍ରଶାସନିକ ଅଧିକାରୀ ଡ଼ଃ ଅଭିନାଶ ରାଉତ।

Scb Medical Cuttack Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe