Advertisment

ଦିଲ୍ଲୀ 'ମଦ ନୀତି' ମାମଲା କ'ଣ, କାହିଁକି ସ୍କାନରରେ ଦିଲ୍ଲୀ ସରକାର?

ଦୀର୍ଘଦିନ ଧରି ଦିଲ୍ଲୀ ମଦ ନୀତିକୁ ନେଇ ଚାଲିଥିବା ଲିକ୍ୱର ପଲିସି କେସ୍ କ’ଣ, କାହିଁକି ଜଣେ ପରେ ଜଣେ ଆପ୍ ନେତା ଏଥିରେ ଛନ୍ଦି ହେଉଛନ୍ତି, ଜଣନ୍ତୁ...

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଦିଲ୍ଲୀ ମଦ ନୀତି ମାମଲାକୁ ନେଇ ଉଠୁଛି ପଡୁଛି ରାଜନୀତି। ଆମ୍ ଆଦମି ପାର୍ଟି ଉପରେ ଏହା ଉଦ୍ଦେଶ୍ୟମୂଳକ ଚଢ଼ାଉ ବୋଲି ଦଳ ଅଭିଯୋଗ କରୁଛି। ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବଂ ସାଂସଦ ସଞ୍ଜୟ ସିଂହ ଏହି ମାମଲାରେ ଗିରଫ ହୋଇ ଜେଲରେ ଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜେରା ପାଇଁ ସମନ ପଠାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। କିନ୍ତୁ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଉଲ୍ଲେଖ କରି ସେ ହାଜର ହେବେ ନାହିଁ ବୋଲି ଏକ ଚିଠି ଲେଖି ଜଣେଇଛନ୍ତି। ଅନ୍ୟପଟେ ଏହି ମାମଲାରେ ଦିଲ୍ଲୀ ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜ କୁମାର ଆନନ୍ଦଙ୍କ ଘରେ ମଧ୍ୟ ଇଡିର ଚଢ଼ାଉ ହୋଇଛି।

Advertisment

ଦୀର୍ଘଦିନ ଧରି ଦିଲ୍ଲୀ ମଦ ନୀତିକୁ ନେଇ ଚାଲିଥିବା ଏହି ମାମଲା କ’ଣ, କାହିଁକି ଜଣେ ପରେ ଜଣେ ଆପ୍ ନେତା ଏଥିରେ ଛନ୍ଦି ହେଉଛନ୍ତି, ଜଣନ୍ତୁ...

ଦିଲ୍ଲୀ 'ମଦ ନୀତି' କଣ?
ନଭେମ୍ବର ୨୦୨୧ରେ ମଦ ବିକ୍ରେତାମାନଙ୍କ ପାଇଁ ଦିଲ୍ଲୀ ସରକାର ଏକ ନୂଆ ନୀତି ଆଣିଥିଲେ। କଳାବଜାରୀ ବନ୍ଦ, ଗ୍ରାହକଙ୍କୁ ଲାଭ ଏବଂ ଦିଲ୍ଲୀ ସରକାରଙ୍କ ରାଜସ୍ୱ ବୃଦ୍ଧି ଉଦ୍ଦେଶ୍ୟରେ ଏହି ନୀତି ଆସିଥିବା କହିଥିଲେ ସରକାର। 

Advertisment

ଏହି ନୂଆ ନୀତି ଆସିବା ପରେ ଦିଲ୍ଲୀରେ ମଧ୍ୟରାତ୍ରି ପରେ ମଦ ଦୋକାନ ଖୋଲା ରଖିବାର ଅନୁମତି ମିଳିଥିଲା। ଏଥିସହ ମଦ ବୋତଲ ଉପରେ ନିର୍ଦ୍ଦିଷ୍ଟ ମୂଲ୍ୟ କଟକଣା ହଟି ଯାଇଥିଲା। ବିକ୍ରେତାମାନଙ୍କୁ ନିଜ ଇଚ୍ଛା ଅନୁସାରେ ରିହାତି ଦେବାର ଅନୁମତି ଦେଇଥିଲା ଏହି ନୂଆ 'ମଦ ନୀତି'। ଏହାପରେ ମାଲେମାଲେ ହୋଇଥିଲେ ଦିଲ୍ଲୀର ମଦ ବ୍ୟବସାୟୀ। ବିକ୍ରୟ ବୃଦ୍ଧିକୁ ଦୃଷ୍ଟିରେ ରଖି ୨୭ ପ୍ରତିଶତ ଟ୍ୟାକ୍ସ ବୃଦ୍ଧି ପାଇଁ ଦାବି କରିଥିଲେ ଦିଲ୍ଲୀର ଆପ୍ ସରକାର।

ଏହାକୁ ନେଇ ଦିଲ୍ଲୀର ବିରୋଧୀ ବିଜେପି ତୀବ୍ର ସମାଲୋଚନା କରିଥିଲା। ଏଥିସହ କେଜ୍ରିୱାଲ ସରକାର ‘ମଦ ସଂସ୍କୃତି’ ପ୍ରଚାର କରୁଥିବା ଅଭିଯୋଗ କରିଥିଲେ ବିଜେପି ନେତା। ଏପରି ନୀତି ଆଣିବା ଫଳରେ ଦିଲ୍ଲୀର ଆବାସିକ ଅଞ୍ଚଳରେ ଏକାଧିକ ମଦ ଦୋକାନ ଖୋଲିଥିବା ଅଭିଯୋଗ କରିଥିଲା ବିଜେପି।

ସମସ୍ୟାର ପ୍ରଥମ ଫର୍ଦ୍ଦ
ଦିଲ୍ଲୀର ମୁଖ୍ୟ ଶାସନ ସଚିବ ନରେଶ କୁମାର ଜୁଲାଇ ୨୦୨୨ରେ ନୂଆ ନୀତି ବିରୁଦ୍ଧରେ ପ୍ରଥମ ଅଭିଯୋଗ ଆଣିଥିଲେ। ସେ ଏକ ରିପୋର୍ଟରେ ଦର୍ଶାଇଥିଲେ ଯେ, ନୂଆ ମଦ ନୀତି ଅନେକ ନିୟମ ଉଲ୍ଲଙ୍ଘନ କରୁଛି। କେଜ୍ରିୱାଲ ସରକାରଙ୍କ ମଦ ନୀତି ବିକ୍ରେତାମାନଙ୍କୁ ‘ଅଯଥା ଲାଭ’ ଦେଉଛି। କୋଭିଡ ସମୟରେ ମଦ ଲାଇସେନ୍ସ ଫି'ରେ ୧୪୪ କୋଟି ଟଙ୍କା ରିହାତି ପ୍ରଦାନ କରାଯାଇଛି।

ଏହି ରିପୋର୍ଟ ପରେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ. ସାକ୍ସେନା କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ)କୁ ଉକ୍ତ ପ୍ରସଙ୍ଗ ଉପରେ ଦୃଷ୍ଟି ଦେବାକୁ କହିଥିଲେ। ଏହା ଆପ୍ ନେତୃତ୍ୱାଧୀନ କେଜ୍ରିୱାଲ ସରକାର ଉପରେ ଆକ୍ରମଣ ପାଇଁ ବିଜେପିକୁ ଖୋରାକ ଯୋଗାଇଥିଲା। ସେତେବେଳେ ଆପ୍ ଏସବୁ ଅଭିଯୋଗକୁ ଖଣ୍ଡନ କରିବା ସହ କିଛି ଦିନ ପରେ ନୂଆ ନୀତିକୁ ପ୍ରତ୍ୟାହାର କରି ନେଇଥିଲା। ଫଳରେ ନୂଆ କରି ଖୋଲା ଯାଇଥିବା ୪୦୦ରୁ ଅଧିକ ମଦ ଦୋକାନରେ ସଟର୍ ପଡ଼ିଥିଲା ଏବଂ ଏକ ନୂଆ ନୀତି ଲାଗୁ ନହେବା ପର୍ଯ୍ୟନ୍ତ ମଦ ବିକ୍ରି ସରକାରୀ ନିୟନ୍ତ୍ରଣକୁ ଯାଇଥିଲା।

ସିବିଆଇ ଚଢ଼ାଉ
ଆପ୍ ସରକାର ନୂଆ ପଲିସିକୁ ପତ୍ୟାହାର କରି ନେଇଥିଲେ ମଧ୍ୟ ଚୁପ୍ ବସି ନଥିଲା ସିବିଆଇ। ଅଗଷ୍ଟ ୨୦୨୨ରେ ସିବିଆଇ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ତଥା ଅରବିନ୍ଦ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ମନିଷ ସିସୋଦିଆଙ୍କ ଘରେ ଚଢ଼ାଉ କରିଥିଲା। ଅର୍ଥ ହେରଫେରର ଅନୁସନ୍ଧାନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଧ୍ୟ ଏହି ଅନୁସନ୍ଧାନରେ ସାମିଲ୍ ହୋଇଥିଲା। ସିସୋଦିଆ ଏବଂ ଅନ୍ୟ ୧୪ ଜଣଙ୍କ ବିରୋଧରେ ସିବିଆଇ ଦାଖଲ କରିଥିବା ମାମଲା ଉପରେ ତଦନ୍ତ କରିଥିଲା ଇଡି।

ଅନୁସନ୍ଧାନକାରୀ ସଂସ୍ଥା ଏହି ମଦ ନୀତିରେ ଏକ ‘ସାଉଥ୍ ଗ୍ରୁପ୍’ର ସମ୍ପୃକ୍ତି ଥିବା ଅଭିଯୋଗ କରିଛି, ଯେଉଁଥିରେ ତେଲେଙ୍ଗାନା ବିଆରଏସ ନେତା ତଥା କେସିଆରଙ୍କ ଝିଅ କେ. କବିତା ଏବଂ ଅରବିନ୍ଦ ଫାର୍ମାର ୱାଇଏସଆରସିପି ସାଂସଦ ଏମ. ଶ୍ରୀନିବସୁଲୁ ରେଡ୍ଡି ଏବଂ ଶରତ ରେଡ୍ଡି ସାମିଲ ଅଛନ୍ତି। ଇଡି ଅଭିଯୋଗ କରିଛି ଯେ, ‘ସାଉଥ୍ ଗ୍ରୁପ୍’ ଏବଂ ଆପ୍ ମିଳିତ ଭାବେ ଏକ ବ୍ୟବସ୍ଥା କରିଥିଲେ, ଏହା ମାଧ୍ୟମରେ ‘ସାଉଥ୍ ଗ୍ରୁପ୍’ ପୂର୍ବ ଗୋଆ ନିର୍ବାଚନ ସମୟରେ ଆପକୁ ଆର୍ଥିକ ସହାୟତା ଯୋଗାଇଥିଲା। ପରବର୍ତ୍ତୀ ସମୟରେ ଦିଲ୍ଲୀ ମଦ ନୀତି ମାଧ୍ୟମରେ ଏସବୁ ଟଙ୍କା ଫେରସ୍ତ ପାଇଥିଲା ‘ସାଉଥ୍ ଗ୍ରୁପ୍’। 

CBI Arvind Kejriwal Ed Delhi Liquor Policy APP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe