Advertisment

ବର୍ଷର ଶେଷ ଦିନ ୧୨/୩୧/୨୩, କାହିଁକି ସ୍ପେଶାଲ?

ଯଦି ସଂଖ୍ୟା କ୍ରମରେ ଏହାକୁ ଦେଖିବା ତେବେ ଏହା ୧୨୩୧୨୩। ଏହି ସଂଖ୍ୟା ଆପଣଙ୍କୁ କିଛି ନୂଆ ଆରମ୍ଭ କରିବାକୁ ବାଧ୍ୟ କରିଥାଏ।

author-image
Madhupriya Mistry
Last Day of the Year

Last Day of the Year

ସରି ଆସୁଛି ବର୍ଷ। ଆଉ ଦିନ କେଇଟା ଗଲେ ଆସିବ ନୂଆ ବର୍ଷ। ତେବେ ଚଳିତ ବର୍ଷର ଶେଷ ଦିନଟି ସମସ୍ତଙ୍କ ପାଇଁ ବେଶ୍‌ ଖାସ୍‌ ହୋଇଥାଏ। ଏହି ଦିନ ସମସ୍ତେ ନୂଆବର୍ଷକୁ ସ୍ୱାଗତ କରିବା ଓ ଚଳିତ ବର୍ଷକୁ ବିଦାୟ ଦେବାକୁ କେତେ କ'ଣ ପ୍ଲାନିଂ କରିଥାନ୍ତି। ତେବେ ଏଥର ବର୍ଷର ଶେଷ ଦିନଟି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଧ୍ୟ ବେଶ୍‌ ସ୍ପେଶାଲ ରହିଛି। ୨୦୨୩ ଶେଷ ଦିନର ତାରିଖ ୧୨/୩୧/୨୩ ଅଟେ। ଯଦି ସଂଖ୍ୟା କ୍ରମରେ ଏହାକୁ ଦେଖିବା ତେବେ ଏହା ୧୨୩୧୨୩। ଏହି ସଂଖ୍ୟା ଆପଣଙ୍କୁ କିଛି ନୂଆ ଆରମ୍ଭ କରିବାକୁ ବାଧ୍ୟ କରିଥାଏ।

Advertisment

ଅଙ୍କଶାସ୍ତ୍ର ଅନୁସାରେ ସଂଖ୍ୟା ୧୨୩ ନୂଆ ଆରମ୍ଭ କରିବାକୁ ପ୍ରେରଣା ଦିଏ ବୋଲି ବିଶ୍ୱାସ ରହିଛି। ସିକ୍ୱେନ୍ସ ୧୨୩ ଓ ୧୨୩୧୨୩କୁ ଏଞ୍ଜେଲ ନମ୍ବର ମଧ୍ୟ କୁହାଯାଏ। ଏଭଳି ନମ୍ବର ଯଦି କୌଣସି ତାରିଖରେ ପଡେ ତେବେ ସେହି ଦିନଟି ସମସ୍ତଙ୍କ ପାଇଁ ବେଶ୍‌ ଶୁଭ ହୋଇଯାଏ ବୋଲି ମଧ୍ୟ କୁହାଯାଏ।

ଅଙ୍କଜ୍ୟୋତିଷରେ ପ୍ରତ୍ୟେକ ଅଙ୍କର ନିଜସ୍ୱ ଭିନ୍ନ ଅର୍ଥ ରହିଛି। ସଂଖ୍ୟା ୧ ର ଅର୍ଥ ହେଉଛି ନୂଆ ଆରମ୍ଭ କରିବା। ସହେପରି ୨ର ଅର୍ଥ ଭାବନା ଓ ଭଲ ସମୟ ସହ ଜଡିତ ରହିଛି। ୩ର ଅର୍ଥ କିଛି ନୂଆ ଶିଖିବା ଓ ଆଗକୁ ବଢ଼ିବା ସହ ରହିଛି।

Advertisment

୧+୨+୩= ୬। ଅଙ୍କଜ୍ୟୋତିଷ ଅନୁସାରେ ୬ର ଅର୍ଥ ପୋଷଣ, ସନ୍ତୁଳନ ଓ ପ୍ରେମ। ତେଣୁ ୧୨/୩୧/୨୩ ରେ ଆମେ ଆଶା କରିପାରିବା ଯେ ଏହି ସକରାତ୍ମକ ଗୁଣଗୁଡ଼ିକ ବିଶେଷ ଭାବରେ ପ୍ରତିଷ୍ଠିତ ହେବ।

ସେହିପରି ଯଦି ପୂରା ତାରିଖକୁ ଭଙ୍ଗାଯାଏ ତେବେ ୧୨ ଅର୍ଥ ପ୍ରକୃତ ଇଚ୍ଛା ଓ ଆଶା। ସେହପରି ୨୩ ଅର୍ଥ ଦୃଢ଼ ଏବଂ ସ୍ଥିର ଶକ୍ତି। କିନ୍ତୁ ୩୧ ହୁଏତ ଜିନିଷଗୁଡିକ ଯୋଜନା ଅନୁଯାୟୀ ନହେବାକୁ ସୂଚାଇପାରେ, ତେଣୁ ବିଶେଷତ ନୂତନ ବର୍ଷର ଉତ୍ସବ ପାଇଁ ସାବଧାନ ରହିବା ସ୍ମାର୍ଟ ଅଟେ।

Astrology New Years Eve Date