ଅଙ୍ଗନବାଡ଼ିରେ ପାଠ ପଢ଼ୁଥିବା କୁନି ପିଲାଟି କହୁଛି, ଡାଲମାରେ ଖାଲି ଗାଜର ପଡୁଛି। ସେପଟୁ କିଏ ଜଣେ ମହିଳା କହୁଛନ୍ତି, ଅଣ୍ଡା ଖାଉଛୁ ବୋଲି କହ। କିନ୍ତୁ ପିଲାଟି ବାରମ୍ବାର ମୁଣ୍ଡ ହଲାଇ ମନା କରିବା ପରେ ଶେଷରେ ହଁ ମାରିଲା। ଯଦିଓ କୁନି କୁନି ପିଲାମାନେ ଖନେଇ ଖନେଇ ଠିକ ଭାବେ କଥା କହିପାରୁ ନାହାନ୍ତି କିନ୍ତୁ ଖାଇବା-ପିଇବାରେ ହୁଏତ ସେମାନେ ମିଛ କହିବେନି।