Advertisment

ପଞ୍ଚଭୂତରେ ବିଲୀନ ହେଲେ ସୂର୍ଯ୍ୟ ନାରାୟଣ ପାତ୍ର, ଲୁହରେ ଭିଜିଲା ଦିଗପହଣ୍ତି

ଗାଁରେ ସ୍ୱର୍ଗତ ପାତ୍ରଙ୍କ ମର ଶରୀର ପହଞ୍ଚିବା ପରେ ଲୋକାରଣ୍ୟ ହୋଇଯାଇଥିଲା। ଲୁହରେ ଭିଜିଥିଲା ଗାଁର ମାଟି। ଛଳ ଛଳ ଆଖିରେ ଅନ୍ତିମ ବିଦାୟ ଦେଇଥିଲେ ତାଙ୍କ ଶହ ଶହ ସମର୍ଥକ। ଶେଷ ଦର୍ଶନ କରିଥିଲେ ଜିଲ୍ଲାର ସାଂସଦ, ବିଧାୟକ ଓ ସାଧାରଣ ଜନତା।

ଅଦ୍ୟତନ ହୋଇଛି
Former Speaker Surya Narayan Patra

Former Speaker Surya Narayan Patra

Advertisment

ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ବିଜେଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର। ଲୁହ ଭିଜା ଆଖିରେ ବିଦାୟ ଦେଇଛନ୍ତି ଶହ ଶହ ସମର୍ଥକ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଅନ୍ତିମ ସତ୍କାର କରାଯାଇଛି। ମୁଖାଗ୍ନି ଦେଇଛନ୍ତି ପୁଅ ବିପ୍ଲବ ପାତ୍ର। 

Advertisment

ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା। ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କର ଶେଷ ଦର୍ଶନ ପାଇଁ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କ ନୟାପଲ୍ଲୀ ସ୍ଥିତ ବାସଭବନରେ ଭିଡ଼ ଜମି ଥିଲା। ବିଭିନ୍ନ ରାଜନୀତିକ ଦଳର ନେତାମାନେ ତାଙ୍କ ଶେଷ ଦର୍ଶନ କରିଥିଲେ। 

ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱର୍ଗତ ସୂର୍ଯ୍ୟଙ୍କ ବାସଭବନକୁ ଯାଇ ଅନ୍ତିମ ଦର୍ଶନ କରିଥିଲେ। ଏହା ପରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପାର୍ଥିବ ଶରୀରକୁ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ବିଜେଡ଼ି ନେତା କର୍ମୀମାନେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ତା ପରେ ବିଧାନସଭାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଗାର୍ଡ଼ ଅଫ୍ ଅନର ଦିଆଯାଇଥିଲା। ବିଧାୟକ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସ୍ୱର୍ଗତ ପାତ୍ରଙ୍କୁ ଶେଷ ଦର୍ଶନ କରିଥିଲେ। ତା’ପରେ ତାଙ୍କ ପାର୍ଥିବ ଶରୀରକୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଭିମୁଖେ ନିଆଯାଇଥିଲା। 

Advertisment

ଗାଁରେ ସ୍ୱର୍ଗତ ପାତ୍ରଙ୍କ ମର ଶରୀର ପହଞ୍ଚିବା ପରେ ଲୋକାରଣ୍ୟ ହୋଇଯାଇଥିଲା ଗ୍ରାମୀଣ ପରିବେଶ। ଲୁହରେ ଭିଜିଥିଲା ଗାଁର ମାଟି। ଛଳ ଛଳ ଆଖିରେ ଅନ୍ତିମ ବିଦାୟ ଦେଇଥିଲେ ତାଙ୍କ ଶହ ଶହ ସମର୍ଥକ। ଶେଷ ଦର୍ଶନ କରିଥିଲେ ଜିଲ୍ଲାର ସାଂସଦ, ବିଧାୟକ ଓ ସାଧାରଣ ଜନତା। ଅପରାହ୍ନରେ ସ୍ୱର୍ଗତ ପାତ୍ରଙ୍କ ମରଶରୀରକୁ ଅନ୍ୟ ଏକ ସ୍ଥାନରେ ଥିବା ତାଙ୍କ ପୈତୃକ ଯାଗାକୁ ନିଆଯାଇଥିଲା। ସେଠାରେ ତାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତିମ ସଂସ୍କାର କରାଯାଇଥିଲା। ସେହି ସମୟରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଓ ଜିଲ୍ଲାର ବିଧାୟକ, ସାଂସଦ ମାନେ ଉପସ୍ଥିତ ଥିଲେ। 

Odisha Ganjam Surjya Narayan Patra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe