Advertisment

ଜୁନାଗଡ଼ ମାଟିରେ ଫଳୁଛି ଜାପାନୀ ଆମ୍ବ ‘ମିୟାକାଜି’; କେଜିଏ ପାଇଁ ଦେବାକୁ ପଡ଼ିବ ୩ ଲକ୍ଷ

ରକ୍ଷାକର ନାୟକ ଜଣେ ପ୍ରାଥମିକ ସ୍କୁଲ ଶିକ୍ଷକ ହୋଇଥିବା ବେଳେ ଗଛ ପ୍ରତି ରହିଛି ତାଙ୍କର ଖୁବ୍‌ ଦୁର୍ବଳତା । ସେ ଜଣେ ପ୍ରକୃତି ପ୍ରେମୀ ଭାବେ ମଧ୍ୟ ଖୁବ୍‌ ପରିଚିତ ।

ଅଦ୍ୟତନ ହୋଇଛି
Mango

Mango

Advertisment

ଫଳ ଭିତରେ ରାଜା ହେଉଛି ଆମ୍ବ । ତାହା ଛୋଟଠୁ ବଡ଼ ସମସ୍ତଙ୍କର ପ୍ରିୟ । ଆମ୍ବ ଚାଷ କରି ବି ଲୋକେ ଲକ୍ଷପତି ହୋଇପାରିବେ। ଲୋକଙ୍କ ମଧ୍ୟରେ ଏପରି ଆଶା ଉଜ୍ଜୀବୀତ କରିଛନ୍ତି ଜଣେ ଶିକ୍ଷକ ତଥା ପରିବେଶବିତ।  ଏହି ଶିକ୍ଷକ ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ କାନ୍ଦୁଲଗଡ଼ ଗାଁର ରକ୍ଷାକର ନାୟକ । ଯିଏକି କଳାହାଣ୍ଡି ମାଟିରେ ଜାପାନୀ ପ୍ରଜାତିର ମିୟାକାଜି ଆମ୍ବ ଫଳାଇ ଖୁବ୍‌ ଲୋକପ୍ରିୟ ହୋଇ ପାରିଛନ୍ତି। ଏହି ଆମ୍ବର ଦାମ୍‌ ଶୁଣିଲେ ଲୋକଙ୍କ ହୋସ୍‌ ଉଡ଼ିଯିବ । କାରଣ ମିୟାକାଜି ଆମ୍ବ ଦାମ ବିଦେଶରେ କିଲୋ ପ୍ରତି ଅଢେଇ ଲକ୍ଷରୁ ୩ ଲକ୍ଷ ବୋଲି ଜଣାଯାଇଛି।

Advertisment

ରକ୍ଷାକର ନାୟକ ଜଣେ ପ୍ରାଥମିକ ସ୍କୁଲ ଶିକ୍ଷକ ହୋଇଥିବା ବେଳେ ଗଛ ପ୍ରତି ରହିଛି ତାଙ୍କର ଖୁବ୍‌ ଦୁର୍ବଳତା । ସେ ଜଣେ ପ୍ରକୃତି ପ୍ରେମୀ ଭାବେ ମଧ୍ୟ ଖୁବ୍‌ ପରିଚିତ ।

ପ୍ରାୟ ୧୨ ବର୍ଷ ତଳେ ରକ୍ଷାକର ହାଇଦ୍ରାବାଦ ଯାଇଥିବା ବେଳେ ସେଠାରୁ ଜାପାନୀ ପ୍ରଜାତିର ମିୟାକାଜି ଆମ୍ବ ଚାରା ଆଣି ନିଜ ବାଡ଼ିରେ ଲଗାଇଥିଲେ। ହେଲେ ଏହାର ଔଷଧୀୟ ଗୁଣ ଥିବା ଜାଣିବା ପରେ ସେ ଏହି ପ୍ରଜାତିର ବହୁ ଆମ୍ବ ଗଛ ନିଜ ବାଡ଼ିରେ ଲଗାଇ ସାରିଲେଣି। ଗତବର୍ଷଠୁ ୨ଟି ଗଛରେ ଆମ୍ବ ଫଳୁଛି।

Advertisment

ବିଦେଶରେ ଏହାର ଚାହିଦା ଖୁବ୍‌ ଥିବା ବେଳେ ଏହାର ଦାମ୍‌ ଲକ୍ଷାଧିକ ଟଙ୍କା ରହିଛି। ଏହା ଜାଣିବା ପରେ ଆସନ୍ତା ବର୍ଷମାନଙ୍କରେ ଅଧିକ ଆମ୍ବ ଉତ୍ପାଦନ କରି ବିଦେଶକୁ ରପ୍ତାନୀ କରିବାର ଯୋଜନା କରିବେ ବୋଲି କହିଛନ୍ତି ରକ୍ଷାକର।

ଏଥିସହ ଏହି ପ୍ରଜାତିର ଆମ୍ବର ବହୁ ଔଷଧୀୟ ଗୁଣ ଥିବା ଜାଣି ଆଖପାଖର ବହୁ ଲୋକ ଆସି ରକ୍ଷାକରଙ୍କ ନିକଟରୁ ଏହି ଗଛ ଲଗାଇବା ନିମନ୍ତେ ପ୍ରଶିକ୍ଷଣ ନେଉଛନ୍ତି। ଆମ୍ବ ଚାଷ କରି ବି ଲୋକେ ଲକ୍ଷପତି ହୋଇ ପାରିବେ ବୋଲି କହିଛନ୍ତି ରକ୍ଷାକର । ତାଙ୍କ ସ୍ତ୍ରୀ ବି ସ୍ୱାମୀଙ୍କ କାମରେ ଖୁବ୍‌ ଖୁସି ଥିବା ବେଳେ ତାଙ୍କୁ ସବୁ କାମରେ ସାହାଯ୍ୟର ହାତ ବଢ଼ାଉଥିବା କହିଛନ୍ତି ।

ଜୁନାଗଡ଼ ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଟଙ୍କଧର କାଲୋ କହିଛନ୍ତି, ଏହା ଜାପାନୀ ଆମ୍ବ ପରି ଲାଗୁଛି। ବିଦେଶରେ ଏହାର ମୂଲ୍ୟ ଅଧିକ । କଳାହାଣ୍ଡି ମାଟିରେ ଫଳିଛି ଜାପାନୀ ପ୍ରଜାତିର ମିୟାକାଜି ଆମ୍ବ ଫଳୁଛି।

Kalahandi Odisha Teacher Mango Love
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe