Advertisment

ଦେଖରେ ଅଫିସରଙ୍କ ବାପା ଆସୁଛନ୍ତି

ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅଧିନସ୍ଥ ବଉଳପଦା ଗାଁର ପାଲାଗାୟକ ଗଜେନ୍ଦ୍ର ପରିଡ଼ା ପୁଅ ପ୍ରକାଶ କୁମାର ପରିଡ଼ା ।

author-image
Manoj Swain
ଅଦ୍ୟତନ ହୋଇଛି

ଟିଉସନ୍‌ କରି ପରିବାର ପ୍ରତିପୋଷଣ କରେ, ଯିଏ ସାନ ଭାଇର ପଢ଼ା ଖର୍ଚ୍ଚ ଉଠାଏ, ଆଉ ଦରକାର ପଡ଼ିଲେ ବାପା-ମାଆଙ୍କ ଦୁଃଖସୁଖରେ ଭାଗିଦାର ହୁଏ ଏବଂ ଶେଷରେ କଠିନ ପରିଶ୍ରମ କରି ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୁଅନ୍ତି। ଏଭଳି ସୁଯୋଗ୍ୟ ସନ୍ତାନକୁ ପାଇ ବାପା-ମାଆ ଦୁହେଁ ଆଜି ଗର୍ବ ଅନୁଭବ କରୁଛନ୍ତି । ଟିଉସନ୍‌ କରି ନିଜ ପଢା ଖର୍ଚ୍ଚ ନିଜେ ଉଠାଇବା ସହିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୨୪୦ ରାଙ୍କ ରଖିଛନ୍ତି ପୁରୀ ଜିଲ୍ଲାର ପ୍ରକାଶ କୁମାର ପରିଡ଼ା ।

Advertisment
Odisha Opsc