Advertisment

ସ୍କୁଲ୍ ପରିସରରୁ ବାଲି, ଗୋଡ଼ି ଉଠାଇଲେ ଛାତ୍ରଛାତ୍ରୀ

ପିଲାମାନେ ମଧ୍ୟାହ୍ନ ଭୋଜନ ସାରିବା ପରେ ନିଜେ ନିଜେ ଗୋଡ଼ି, ବାଲି ଉଠାଇଥିଲେ।

ଅଦ୍ୟତନ ହୋଇଛି
Baliguda

Baliguda

Advertisment

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିକକେତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବିଦ୍ୟାଳୟ ପରିସରରୁ ଛାତ୍ରଛାତ୍ରୀମାନେ ବାଲି, ଗୋଡ଼ି ଉଠାଉଥିବା ଦୃଶ୍ୟ ସାମ୍ନାକୁ ଆସିଛି। 

Advertisment

କିଛି ଛାତ୍ର ଫାଉଡ଼ାରେ ଗୋଡ଼ି ଓ ବାଲିକୁ ବାଲ୍‌ଟି ବା ଅଖାରେ ରଖୁଥିଲେ। ଆଉ କିଛି ପିଲା ସେଗୁଡ଼ିକୁ ବୋହି ନେଇ ଅନ୍ୟତ୍ର ପକାଉଥିଲେ। ବାଲି, ଗୋଡ଼ି ଉଠାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ କମିଟି ସଭାପତି କହିଥିଲେ। ନିଜେ ସଭାପତି ଏ କଥା କହିଛନ୍ତି। 

ବିଦ୍ୟାଳୟ କମିଟିର ସଭାପତି ପ୍ରତ୍ୟୁଷ ପ୍ରଧାନ କହିଛନ୍ତି ଯେ ବିଦ୍ୟାଳୟ ପରିସରରେ ଦୀର୍ଘ ଦିନ ଧରି ବାଲି ଗୋଡ଼ି ପଡ଼ିଥିଲା। ସେଗୁଡ଼ିକୁ ପିଲାମାନେ ଉଠାଇଥିଲେ। ସେମାନେ ଘର କିମ୍ବା ଅନ୍ୟ କୌଣସି କାମ କରିବା ପାଇଁ ବାଲି, ଗୋଡ଼ି ଉଠାଇ ନଥିଲେ। ବାଲି, ଗୋଡ଼ି ପଡ଼ି ରହିଥିଲା ବୋଲି ସେମାନଙ୍କୁ ଖେଳିବାରେ ଅସୁବିଧା ହେଉଥିଲା। ତେଣୁ ସେମାନେ ସେଗୁଡ଼ିକୁ ସଫା କରିଥିଲେ। 

Advertisment

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନଳିନୀ ରଥ କହିଛନ୍ତି ଯେ ପିଲାମାନେ ମଧ୍ୟାହ୍ନ ଭୋଜନ ସାରିବା ପରେ ନିଜେ ନିଜେ ଗୋଡ଼ି, ବାଲି ଉଠାଇଥିଲେ। ଆମେ ସେମାନଙ୍କୁ କହି ନଥିଲୁ। ସେମାନଙ୍କୁ ଖେଳିବାରେ ଅସୁବିଧା ହେଉଛି। ତେଣୁ ସେମାନେ ସେହି କାମ କରିଥିଲେ।

ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏଭଳି କାମରେ ଲଗାଇବାକୁ ନାପସନ୍ଦ କରାଯାଇଛି। ସ୍କୁଲ୍ ପରିସରରୁ ବାଲି, ଗୋଡ଼ି ହଟାଇବା ଦାୟିତ୍ୱ ସ୍କୁଲ୍ କର୍ତ୍ତୃପକ୍ଷଙ୍କର ଥିଲା। ସେମାନେ ଶ୍ରମିକଙ୍କୁ ଲଗାଇ ଏକାମ କରିପାରିଥା’ନ୍ତେ ବୋଲି କୁହାଯାଉଛି। 

ରିପୋର୍ଟ- ବାଲିଗୁଡ଼ାରୁ ଅଜିତ ନାୟକ

School Students
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe