Advertisment

ଖତ ଖାଉଛି ରାଜ୍ୟ ସରକାରଙ୍କ ଭ୍ରାମ୍ୟମାଣ ବ୍ୟାଙ୍କ

୨୦୧୯ରେ ଜିଲ୍ଲାର ବାରିପଦା ଓ କରଞ୍ଜିଆ ଶାଖା ପାଇଁ ଦୁଇଟି ଭ୍ରାମ୍ୟମାଣ ଶାଖା ଆରମ୍ଭ ହୋଇଥିଲା। କିଛି ମାସ ଲୋକଙ୍କୁ ସେବା ଯୋଗାଇଥିଲା। ହେଲେ ଏବେ କାମରେ ଲାଗୁନି ଭ୍ରାମ୍ୟମାଣ ଶାଖା। ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ପରିସରରେ ଖାତ ଖାଉଛି।

Mobile Bank Service

Mobile Bank Service

Advertisment

ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବ୍ୟାଙ୍କିଂ ସେବା ପହଞ୍ଚାବା ପାଇଁ ରାଜ୍ୟ ସରକାର ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା ଖୋଲିଥିଲେ। ଲୋକଙ୍କ ଦୂଆର ମୁହଁରେ ବ୍ୟାଙ୍କ ସେବା ପହଞ୍ଚାଇବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି କେନ୍ଦ୍ର ସମବାୟ ବ୍ୟାଙ୍କ ଜରିଆରେ ଆରମ୍ଭ ହୋଇଥିବା ଏହି ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା। ଯେଉଁଥିରେ ଗୋଟିଏ ବସ୍‌ରେ ବ୍ୟାଙ୍କ ଗାଁକୁ ଯାଉଥିଲା। ସେହି ବସ୍‌ରେ ରହିଥିଲା ଏଟିଏମ୍‌ ବ୍ୟବସ୍ଥା। ଲୋକମାନେ ସେହି ଭ୍ରାମ୍ୟମାଣ ଏଟିଏମ୍‌ରୁ ଟଙ୍କା ଉଠାଉଥିଲେ। ଆଉ ବ୍ୟାଙ୍କ ସମ୍ପର୍କରେ ସୂଚନା ପାଉଥିଲେ। ହେଲେ ଏବେ ଖତ ଖାଉଛି ସମବାୟ ବ୍ୟାଙ୍କର ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା।

Advertisment

୨୦୧୯ରେ ଜିଲ୍ଲାର ବାରିପଦା ଓ କରଞ୍ଜିଆ ଶାଖା ପାଇଁ ଦୁଇଟି ଭ୍ରାମ୍ୟମାଣ ଶାଖା ଆରମ୍ଭ ହୋଇଥିଲା। କିଛି ମାସ ଲୋକଙ୍କୁ ସେବା ଯୋଗାଇଥିଲା। ହେଲେ ଏବେ କାମରେ ଲାଗୁନି ଭ୍ରାମ୍ୟମାଣ ଶାଖା। ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ପରିସରରେ ଖାତ ଖାଉଛି। ବସ୍‌ ଭିତରେ ବନ୍ଦ ହୋଇ ପଡ଼ିଛି ନେଣ ଦେଣ କରୁଥିବା ଦାମୀ ମେଶିନ୍‌। ଏ ଚିତ୍ର କେବଳ ମୟୂରଭଞ୍ଜ ଜିଲ୍ଲାର ନୁହେଁ, ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରୁ ଆରମ୍ଭ କରି ଗଞ୍ଜାମ ଯାଏଁ ରାଜ୍ୟ ପ୍ରାୟ ସ୍ଥାନରେ ଭ୍ରାମ୍ୟମାଣ ବ୍ୟାଙ୍କ ଶାଖାର ସମାନ ଅବସ୍ଥା। ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ବ୍ୟାଙ୍କିଙ୍ଗ ସେବା ମିଳୁନଥିବାରୁ ଲୋକଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ।

ଅନ୍ୟପକ୍ଷରେ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିକାରୀଙ୍କ କହିବା କଥା, ଭ୍ରାମ୍ୟମାଣ ବ୍ୟାଙ୍କ ଶାଖାର ମେସିନ ବାରମ୍ବାର ଖରାପ ହେଉଛି। ଉପାନ୍ତ ଅଞ୍ଚଳକୁ ବସ୍ ଯାଉଥିବାରୁ ଏହାର ମରାମତି ପାଇଁ ମଧ୍ୟ ଟଙ୍କା ଦରକାର ପଡ଼ୁଛି। ଉପରିସ୍ଥ ଅଧିକାରୀ ଟଙ୍କା ଅନୁମୋଦନ କଲେ ପୁଣିଥରେ ଗାଁକୁ ଗଡ଼ିବ ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା।

Advertisment

ବ୍ୟାଙ୍କିଙ୍ଗ ବିଶେଷଜ୍ଞ ଦାମୋଦର ନନ୍ଦଙ୍କ କହିବା କଥା, ବ୍ୟାଙ୍କ ଶାଖା ଓ ଏଟିଏମ୍ ନଥିବା ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା ଖୋଲାଯାଇଥିଲା। ଏହି ଶାଖାଗୁଡ଼ିକ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇଥାନ୍ତି। ତେବେ କେଉଁ କାରଣରୁ ଏ ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା ବନ୍ଦ ହୋଇଛି, ତାହା ବ୍ୟାଙ୍କ କର୍ତ୍ତୃପକ୍ଷ କହିପାରିବେ। କିନ୍ତୁ ଯଦି ଗାଡ଼ି ମରାମତି କାରଣରୁ ଭ୍ରାମ୍ୟମାଣ ବ୍ୟାଙ୍କ ସେବା ବନ୍ଦ ରହିଛି, ତାହା ଅତ୍ୟନ୍ତ ଦୁଃଖ ଦାୟକ ବୋଲି ସେ କହିଛନ୍ତି।

Baripada Koraput Cooperative Bank
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe