ମଶାଣି ଭୁଇଁରେ ଛିଡା ହୋଇ ସହିଦ ବାପାଙ୍କୁ ଚାହିଁ ରହିଛି କୁନି ଝିଅ । ଭାବୁଛି ଏମିତି କିଛି ହୁଅନ୍ତାନି ବାପା ପୁଣି ମୋ ପାଖକୁ ଫେରି ଆସନ୍ତେ । ତାଙ୍କ ସହିତ ଟିକେ ଗେଲ ମଜା ହୁଅନ୍ତି । ଆଉ ଡ୍ୟୁଟିକୁ ଯିବା ପାଇଁ କେବେ ବି ଛାଡନ୍ତିନି । ଏମିତି ଅନେକ କିଛି ତାମନକୁ ଆସୁଛି । ସେ ଜାଣିଛି ଏହା କେବେ ସମ୍ଭବ ହେବ ନାହିଁ ହେଲେ ମନକୁ ସମ୍ଭାଳି ପାରୁନି । ଛାତିର କୋହକୁ ଆଖି ଲୁହରେ ଚାପି ରଖିପାରୁନି । କାହିଁକି ନା ଏ ବାପା ଡାକ ତାପାଇଁ ସରିଗଲା ।