Advertisment

କୁକୁରର ମୃତ୍ୟୁ ପରେ ଶୋକସଭା ସହ ବ୍ରାହ୍ମଣ ଭୋଜନ

ଗୁଲୁପାପା ପଶୁ ହେଲେ ବି ମଣିଷର ଭଲପାଇବା ବୁଝିପାରୁଥିଲା। ଆଉ ୧୨ବର୍ଷ ଧରି ପରିବାରରେ ସଦସ୍ୟଭଳି ରହିଆସୁଥିଲା । ହେଲେ ସେ ଅକାଳରେ ଅଫେରା ପଥରେ ଚାଲିଗଲା । ଆଉ ପରିବାର ଲୋକଙ୍କ ଆଖିର ଲୁହ ଦେଇ ଗଲା ।

khordha

dog’s death

Advertisment

ପଶୁ ହେଲେ କଣ ହେ‍ବ ଯିଏ ଆପଣାର ମଣିଷ ଭଳି ୧୨ ବର୍ଷ ଧରି ଚଳିଆସୁଥିଲା। କେତେ ଗେଲବସରରେ ବଢିଥିଲା। ତା’ର କଳନା ନାହିଁ। ହେଲେ ସେ ଏବେ ଆରପାରିରେ। ତା’ ଆତ୍ମାର ସଦଗତି ଏବଂ ସ୍ମୃତି ପାଇଁ ତା’ ମାଲିକ ଯେଉଁ ନିଆରା ଭାବ ଆଉ ଆବେଗ ଦେଖାଇଛନ୍ତି, ବୋଧହୁଏ ବିରଳ । ସେ ଆମକୁ ଛାଡି ଗଲାପରେ ସାତଦିନ ହେ‍ବ ପାଟିକୁ ଖାଇ‍ବା ଯାଉନି । ଭାରି ମନେପଡୁଛି ଆମ ପ୍ରିୟ ଗୁଲୁପାପା କଥା ଏମିତି କହି ପରିବାରର ସମସ୍ତ ସଦସ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଏଭଳି ନିଆରା ପଶୁ ପ୍ରେମ ଦେଖିବାକୁ ମିଳିଛି ଖୋର୍ଦ୍ଧା ଅଞ୍ଚଳରେ।

Advertisment

ଚନ୍ଦ୍ରଶେଖର ମହାପାତ୍ରଙ୍କ ପରିବାର ଭୁବନେଶ୍ବର ଟଙ୍କପାଣି ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ଲାବ୍ରାଡର୍ ପ୍ରଜାତିର କୁକୁର ଛୁଆ ଆଣିଥିଲେ। ସ୍ନେହ ସରାଗ ଦେଇ ବଢ଼ାଇଲେ। ଆପଣାର କଲେ। ଶ୍ରଦ୍ଧାରେ ତା ନାଁ ରଖିଥିଲେ ଗୁଲୁପାପା। ମଣିଷ ସିନା ନଥିଲା ସେ, ହେଲେ ମଣିଷଠୁ କିଛି କମ୍ ଦାୟିତ୍ୱ ନିଭାଉନଥିଲା। ସେଥିପାଇଁ ଗୁଲୁପାପା ହାତରେ ଏବଂ ଭରସାରେ ଘର ଜଗିବାର ଦାୟିତ୍ୱ ଦେଇ ବାହାରକୁ ଯାଉଥିଲେ ପରିବାର ସଦସ୍ୟ। ସେ ମଧ୍ୟ ବଫାଦାର ସାଜି ଜୀବଦଶା ମଧ୍ୟରେ ମାଲିକଙ୍କ ବିଶ୍ବାସକୁ ଜିତିଥିଲା । ଗୁଲୁପାପା ପଶୁ ହେଲେ ବି ମଣିଷର ଭଲପାଇବା ବୁଝିପାରୁଥିଲା। ଆଉ ୧୨ବର୍ଷ ଧରି ପରିବାରରେ ସଦସ୍ୟଭଳି ରହିଆସୁଥିଲା । ହେଲେ ସେ ଅକାଳରେ ଅଫେରା ପଥରେ ଚାଲିଗଲା । ଆଉ ପରିବାର ଲୋକଙ୍କ ଆଖିର ଲୁହ ଦେଇ ଗଲା ।

ଗତ ଅକ୍ଟୋବର ୫ରେ ଗୁଲୁପାପାର ମୃତ୍ୟୁ ପରେ ଖାଁ ଖାଁ ଘରଦ୍ୱାର । ଶୂନ୍ୟ ଲାଗୁଛି ପ୍ରତ୍ୟେକ ସଦସ୍ୟଙ୍କ ପ୍ରାଣପିଣ୍ଡ। ଆଜି ସବୁକିଛି ଅଛି, କିନ୍ତୁ ଗୁଲୁପାପା ନାହିଁ। ଏମିତି ଛଳଛଳ ଆଖିରେ ବଖାଣିଛନ୍ତି ପରିବାର ଲୋକ। ଗୁଲୁପାପାର ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳି ଯାଇଛି। ଆଉ ଆଜିକୁ ଗୁଲୁ ପାପା ର ମୃତ୍ୟୁକୁ ସାତ ଦିନ ପୁରିଛି । ଏଥିପାଇଁ ମହାପାତ୍ର ପରିବାରରେ ଆୟୋଜିତ ହୋଇଥିଲା ସ୍ମୃତି ସଭା । ଏଥି ସହ ବ୍ରାହ୍ମଣ ଭୋଜି ହୋଇଥିଲା।

Advertisment
Khorda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe