Advertisment

ଦୃଷ୍ଟିହୀନ ସ୍କୁଲ ଚଲାଇବାକୁ ଦିବ୍ୟାଙ୍ଗ କରୁଛନ୍ତି ଭଜନ ସମାରୋହ

ସୁନ୍ଦରଗଡ ଜିଲ୍ଲାର କୋଇଡା ଅଞ୍ଚଳରେ ଏବେ ଏହି ଦିବ୍ୟାଙ୍ଗଙ୍କ ଭଜନ ସମାରୋହ ପ୍ରଶଂସାର ବିଷୟ ହୋଇଛି।

ଅଦ୍ୟତନ ହୋଇଛି
musical program

musical program

Advertisment

ଦୃଷ୍ଟିହୀନ ସ୍କୁଲ ଚଲାଇବାକୁ ଦିବ୍ୟାଙ୍ଗ କରୁଛନ୍ତି ଭଜନ ସମାରୋହ। ସୁନ୍ଦରଗଡ ଜିଲ୍ଲାର କୋଇଡା ଅଞ୍ଚଳରେ ଏବେ ଏହି ଦିବ୍ୟାଙ୍ଗଙ୍କ ଭଜନ ସମାରୋହ ପ୍ରଶଂସାର ବିଷୟ ହୋଇଛି। କୋଇଡ଼ାର ବିଭିନ୍ନ ସ୍ଥାନରେ ଏହି ଦିବ୍ୟାଙ୍ଗ ଦଳ ବୁଲିବୁଲି ଭଜନ ପରିବେଷଣ କରୁଛନ୍ତି। ପଚାରିବା ପରେ ଏହି ଭଜନ ପରିବେଷଣ ଦଳ ନବରଙ୍ଗପୁର ଜିଲ୍ଲାରୁ ଆସିଥିବା ପ୍ରକାଶ କରିଛନ୍ତି। ସେମାନଙ୍କ ସୁମଧୁର ସ୍ୱର ଓ ବାଦ୍ୟ ପରିବେଶଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଚାଲିଛି।

Advertisment

ଗାୟକ ଲିପୁ ଜେନା କହିଛନ୍ତି, ଆଗରୁ ସେମାନଙ୍କୁ ଦୃଷ୍ଟିହୀନ ସ୍କୁଲ ଚଲାଇବାକୁ ଦୋକାନ ଦୋକାନ ବୁଲି ଭିକ୍ଷା ମାଗିବାକୁ ପଡ଼ୁଥିଲା। ହେଲେ ସଂଗୀତ ଓ ବାଦ୍ୟ ଶିକ୍ଷା କରିବା ପରେ ଏବେ ଏହାର ଉପଯୋଗ କରି ଭଜନ ସମାରୋହ କରୁଛନ୍ତି। ସମସ୍ତ ଦୃଷ୍ଟିହୀନ କଳାକାର ମିଶି ଏହି ଭଜନ ପରିବେଷଣ ସଂଗଠନ ଗଢ଼ିଛନ୍ତି। ଯାହାର ନାମ ଜୀବନ ଜ୍ୟୋତି ଭଜନ ଗ୍ରୁପ୍ ଦେଇଛନ୍ତି। ପ୍ରାୟ ୭ ବର୍ଷ ହେବ ଏହି କାର୍ଯ୍ୟକ୍ରମ ମଧ୍ୟମରେ ଯାହା ମିଳୁଛି ସେଥିରେ ଦୃଷ୍ଟିହୀନ ସ୍କୁଲ ଚାଲିବା ସହ ଏହି କଳା ଉପରେ ନିର୍ଭର କରୁଥିବା ବ୍ୟକ୍ତିମାନଙ୍କ ପରିବାର ଚଳୁଛି। ଭଜନ ପରିବେଷଣ ଦ୍ୱାରା ଲୋକଙ୍କ ଭିତରେ ଆଧ୍ୟାତ୍ମିକ ଚେତନା ବୃଦ୍ଧି ହେଉଛି। ଲୋକେ ଯାହାକିଛି ଏ ବାବଦରେ ଦାନ ପେଟିରେ ଦାନ କରୁଛନ୍ତି ସେଥିରେ ସମସ୍ତଙ୍କ ମଙ୍ଗଳ ସାଧନ ହେଉଛି। ଏହି ଭଜନ ଗ୍ରୁପରେ ଏବେ ସମୁଦାୟ ୧୪ ଜଣ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟ ୪ ଜଣ ଗାୟକ ଓ ୩ ଜଣ ବାଦ୍ୟକାର। ଯେଉଁମାନେ ସମ୍ପୂର୍ଣ୍ଣ ଦୃଷ୍ଟିହୀନ।

musical programଦିବ୍ୟାଙ୍ଗମାନେ ଭଜନ ପରିବେଷଣ କରୁଛନ୍ତି।

ସ୍ଥାନୀୟ ବାସିନ୍ଦା ଗୟାଧର ସ୍ୱାଇଁ କହିଛନ୍ତି, ଦଇବ ସିନା ସେମାନଙ୍କୁ ଦୁନିଆଁ ଦେଖାଇ ଦେଇନି। ହେଲେ ସେମାନଙ୍କ କଣ୍ଠର ଯାଦୁରେ ସମସ୍ତଙ୍କ ହୃଦୟ ଦ୍ରବିଭୂତ ହେଉଛି। ଏମାନେ ବୁଲି ବୁଲି ଲୋକଙ୍କ ସାହଯ୍ୟରେ ବିଭିନ୍ନ ସ୍ଥାନରେ ଭଜନ ପରିବେଷଣ କରୁଛନ୍ତି। ଦାନବାକ୍ସରେ ଯାହା ଯେତିକି ଲୋକେ ଦାନ କରୁଛନ୍ତି ସେତିକିରେ ଏମାନଙ୍କ ପରିବାର ସହିତ ଏକ ଦୃଷ୍ଟିହୀନ ବିଦ୍ୟାଳୟ ଚାଲୁଛି। ସେମାନେ ରାସ୍ତା ପାର୍ଶ୍ୱରେ ଭଜନ ପରିବେଶ କରୁଥିବା ବେଳେ ବହୁ ଦର୍ଶକ ରାସ୍ତା କଡରେ ଘଣ୍ଟା ଘଣ୍ଟା ଧରି ଠିଆ ହେଇ ଏହାର ଆନନ୍ଦ ନେଉଛନ୍ତି। ସରକାରୀ ସହାୟତା ମିଳିପାରିଲେ ସେମାନେ ଆହୁରୀ ଆଗକୁ ବଢି ପାରନ୍ତେ।

Advertisment

ରିପୋର୍ଟ- କୋଇଡ଼ାରୁ ସୁନିଲ ପଣ୍ଡା

Odia Talents Hindu Bhajan Handicapped
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe