Advertisment

ମୁସଲମାନ୍‌ ହେଲେ କ’ଣ ହେଲା, ମହାପ୍ରଭୁଙ୍କ ପ୍ରେମରେ ପଡ଼ିଛନ୍ତି

ଚାକିରି ଜୀବନରେ ସମୟ ମିଳିଲେ ଯେତେବେଳେ ଘରକୁ ଆସନ୍ତି, ଶ୍ରୀକ୍ଷେତ୍ର ଚାଲି ଯାଆନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରିନପାରିଲେ କ’ଣ ହେଲା? ଅରୁଣ ସ୍ତମ୍ଭ ଆଗରେ ଛିଡ଼ା ହୋଇ ଆଖି ବନ୍ଦ କରି କିଛି ସମୟ ଠିଆ ହୁଅନ୍ତି।

Cuttack

Cuttack

Advertisment

କୋଟି ଓଡ଼ିଆଙ୍କ ମଉଡ଼ମଣୀ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ଆଜି ତାଙ୍କ ପ୍ରେମରେ ପଡ଼ିଛନ୍ତି ଆରିଫ୍‌ କଟକି। ସେ ଜଣେ ମୁସଲମାନ୍‌ ହୋଇଥିଲେ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରେମରେ ପଡ଼ିଛନ୍ତି। ବିଦେଶରେ ଚାକିରି କରୁଥିଲେ ମଧ୍ୟ ଯେତେବେଳେ ଜନ୍ମମାଟିକୁ ଫେରନ୍ତି ଶ୍ରୀକ୍ଷେତ୍ର ଧାଇଁ ଯାଆନ୍ତି। ଆଉ ଅରୁଣ ସ୍ତମ୍ଭ ଆଗରେ ଛିଡ଼ା ହୋଇ ନୀଳଚକ୍ରକୁ ଦେଖନ୍ତି।

Advertisment

କଟକ ଜିଲ୍ଲା ସାଲେପୁର ବ୍ଲକ୍‌ କୁସମ୍ବି ଗାଁର ଆରିଫ୍‌ କଟକି। ପାଠ ପଢ଼ା ସରିବା ପରେ ବିଦେଶ ଚାଲି ଯାଆନ୍ତି। ସେଠାରେ ସେ ଚାକିରି କରୁଛନ୍ତି। ହେଲେ ସେ ଜଣେ ସଚ୍ଚା ମୁସଲ୍‌ମାନ ହୋଇଥିଲେ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରେମରେ ପଡ଼ିଛନ୍ତି। କୋଟି ଓଡ଼ିଆର ମଉଡମଣୀ ମହାପ୍ରଭୁ ଜଗନ୍ନାଥଙ୍କର ପରମ ଭକ୍ତ ପାଲଟି ଯାଇଛନ୍ତି। ଚାକିରି ଜୀବନରେ ସମୟ ମିଳିଲେ ଯେତେବେଳେ ଘରକୁ ଆସନ୍ତି, ଶ୍ରୀକ୍ଷେତ୍ର ଚାଲି ଯାଆନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରିନପାରିଲେ କ’ଣ ହେଲା? ଅରୁଣ ସ୍ତମ୍ଭ ଆଗରେ ଛିଡ଼ା ହୋଇ ଆଖି ବନ୍ଦ କରି କିଛି ସମୟ ଠିଆ ହୁଅନ୍ତି। ହୃଦୟ ଭିତରେ ମହାପ୍ରଭୁଙ୍କୁ ଗୁହାରୀ କରନ୍ତି। ତା’ପରେ ଘରକୁ ଫେରି ଯାଆନ୍ତି।

ଆରିଫ୍‌ କଟକିଙ୍କ କହିବା ଅନୁସାରେ ସେ ଥରେ ସାଙ୍ଗମାନଙ୍କ ସହ ଶ୍ରୀକ୍ଷେତ୍ର ଯାଇଥିଲେ। ସାଙ୍ଗମାନେ ହିନ୍ଦୁ ହୋଇଥିବାରୁ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। କିନ୍ତୁ ମୁଁ ଯାଇପାରିନଥିଲି। ଅରୁଣ ସ୍ତମ୍ଭ ଆଗରେ ଠିଆ ହୋଇ ବଡ଼ ଦେଉଳକୁ ଚାହିଁଲି। ଆଉ ମହାପ୍ରଭୁଙ୍କୁ ଅନୁଭବ କଲି। ତା’ପରେ ବସ୍‌ରେ ଘରକୁ ଫେରିଲି। ରାତିରେ ଶୋଇଥିବା ବେଳେ ମନ ଓ ଦେହ ଭିତରେ କ’ଣ ଗୋଟିଏ ବିଚଳିତ ହୋଇଗଲା। ତା’ପରଠାରୁ ଜଗନ୍ନାଥଙ୍କ ଉପରେ କବିତା ଲେଖୁଛି। ଆଗକୁ ଆହୁରି ଲେଖୁଥିବି। ମହାପ୍ରଭୁ ଜଗନ୍ନାଥ ମୋ ହୃଦୟରେ ଅଛନ୍ତି ବୋଲି ଆରିଫ୍‌ କହିଛନ୍ତି।

Advertisment

ରିପୋର୍ଟ- ସାଲେପୁରରୁ ମନୋଜ ଆଚାର୍ଯ୍ୟ

Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe