Advertisment

Birth Place: ଗାଁ ମାଟିର ମୋହ

ଭୁଲି ନଥିଲା ଗାଁ ମାଟି। ଭୁଲି ନଥିଲେ ପରିବାର ଲୋକେ। ଦିନେ ନିଜର ଓ ପରିବାରର ଭୋକ ମେଣ୍ଟାଇବା ପାଇଁ ନାବାଳକ ଅବସ୍ଥାରେ ଗାଁ ଛାଡ଼ି ବାହାର ରାଜ୍ୟକୁ ଚାଲିଯାଇଥିଲେ। ଏବେ ୬୦ ବର୍ଷ ପରେ ବୃଦ୍ଧ ଅବସ୍ଥାରେ ନିଜ ଜନ୍ମମାଟିକୁ ଫେରିଛନ୍ତି ସେଦିନର ସେଇ ପିଲାଟି।

Sarkar

ନାରାୟଣ ସରକାର

Advertisment

ଭୁଲି ନଥିଲା ଗାଁ ମାଟି। ଭୁଲି ନଥିଲେ ପରିବାର ଲୋକେ। ଦିନେ ନିଜର ଓ ପରିବାରର ଭୋକ ମେଣ୍ଟାଇବା ପାଇଁ ନାବାଳକ ଅବସ୍ଥାରେ ଗାଁ ଛାଡ଼ି ବାହାର ରାଜ୍ୟକୁ ଚାଲିଯାଇଥିଲେ। ସେଇ ଗଲେ ଯେ ଗଲେ ଆଉ ଫେରିନଥିଲେ। ୟା ଭିତରେ ବିତି ଯାଇଛି ୬୦ ବର୍ଷ। ଏବେ ୬୦ ବର୍ଷ ପରେ ବୃଦ୍ଧ ଅବସ୍ଥାରେ ନିଜ ଜନ୍ମମାଟିକୁ ଫେରିଛନ୍ତି ସେଦିନର ସେଇ ପିଲାଟି। ସ୍ୱାଭାବିକ ଭାବରେ, ଏତେ ବର୍ଷ ପରେ ହଠାତ୍ ଫେରିଆସିଥିବାରୁ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। 

Advertisment

ଏହି ବ୍ୟକ୍ତିଙ୍କ ନାଁ ନାରାୟଣ ସରକାର। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ତି ବ୍ଲକର ବେହେରାମୁଣ୍ତା ହେଉଛି ତାଙ୍କ ଗାଁ। ନାରାୟଣଙ୍କୁ ଯେତେବେଳେ ୧୫ ବର୍ଷର ହୋଇଥିଲା ସେ ଗାଁ, ଘର ଓ ପରିବାର ଛାଡ଼ି ଦାଦନ ଖଟିବାକୁ ପଳାଇ ଯାଇଥିଲେ ଛତିଶଗଡ଼। ସେବେଠୁ ଯାଇଥିଲେ ଯେ ଆଉ ଫେରି ନଥିଲେ। ସେଇଠି ବାହା ହୋଇଥିଲେ। ଏପଟେ ବହୁବର୍ଷ ଧରି ନିଖୋଜ ରହିବାରୁ ଘରଲୋକେ ଭାବିଥିଲେ, ନାରାୟଣ ଆଉ ଇହଧାମରେ ନାହାନ୍ତି।

ଦୀର୍ଘବର୍ଷ ଧରି ବାହାରେ ରହିଥିବାରୁ ଆଉ ଭଲ କରି ଓଡ଼ିଆ କହି ପାରୁ ନାହାନ୍ତି ନାରାୟଣ ସରକାର। କିନ୍ତୁ ମନ ଭିତରେ ରହିଥିଲା ଜନ୍ମମାଟିର ଆକର୍ଷଣ। ଦୀର୍ଘ ବର୍ଷ ପରେ ଜଣେ ପରିଚିତ ବ୍ୟକ୍ତିଙ୍କ ସାହାଯ୍ୟରେ ଫୋନ୍‌ରେ ଗାଁରେ ରହୁଥିବା ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲେ। ଆଉ ତା’ପରେ ସେ ଗାଁକୁ ଫେରିଛନ୍ତି। 

ଗାଁ ମାଟିର ମୋହ କେବେ ମଧ୍ୟ କୌଣସି ମଣିଷ ଛାଡ଼ିପାରେନା। ଅସୁବିଧାରେ ପଡ଼ି ହୁଏତ କିଏ କେଉଁଠି ରହୁଥିବେ, କିନ୍ତୁ ମନ ଖୋଜୁଥିବ ଜନ୍ମମାଟିର ପରଷ। ଯାହା ଘଟିଛି ନାରାୟଣଙ୍କ କ୍ଷେତ୍ରରେ।

Advertisment

ଝରିଗାଁରୁ ତ୍ରିନାଥ ଧୁରୁଆଙ୍କ ରିପୋର୍ଟ 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe