/odisha-reporter/media/post_attachments/uploadimage/library/16_9/16_9_0/Nepal_1721826307.jpeg)
Nepal
ପ୍ରେମିକଙ୍କୁ ସାଥୀରେ ଧରି ସାତ ଦରିଆ ଆଠ ନଈ ପାର ହେଲେ ନେପାଳି ସୁନ୍ଦରୀ। ଆଉ ପହଞ୍ଚିଥିଲେ ଓଡ଼ିଶାରେ। ଗାଁ ମନ୍ଦିରରେ ବନ୍ଧାଗଲା ବାହାବେଦି। ପୁରୋହିତଙ୍କ ମନ୍ତ୍ର ଧ୍ୱନୀରେ ପଡ଼ିଲା ହାତଗଣ୍ଠି। ଦୁବାଇରେ ଆରମ୍ଭ ହୋଇଥିବା ପ୍ରେମ ନେଲା ବିବାହର ରୂପ। ପ୍ରେମିକ-ପ୍ରେମିକାରୁ ପତି-ପତ୍ନୀ ହେଲେ ନେପାଳି ସୁନ୍ଦରୀ ଜଗତ ମାୟା ଓ ଓଡ଼ିଆ ପୁଅ ରାକେଶ।
କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ଦୁର୍ଗାପୁର ପଞ୍ଚାୟତ ଭେଡା ରାମଚନ୍ଦ୍ରପୁର ଗାଁର କାମଦେବ ଗୋଚ୍ଛିଙ୍କ ପୁଅ ହେଉଛନ୍ତି ରାକେଶ। ସେ କାମ ଅନ୍ୱୋଷଣରେ ଦୁବାଇ ଯାଇଥିଲେ। ଡ୍ରାଇଭିଂ ଶିଖିଥିବାରୁ ସେଠାରେ ଡ୍ରାଇଭର ଭାବେ ଚାକିରି କରୁଥିଲେ। ଆଜକୁ ଦେଢ଼ ବର୍ଷ ତଳର କଥା। ଥରେ ରାକେଶ ଦୁବାଇରେ ଏକ ମଲ୍ରେ ବୁଲୁଥିଲେ। ସେହି ସମୟରେ ନେପାଳୀ ଝିଅ ଜଗତ ମାୟାଙ୍କ ସହ ଦେଖା ହୋଇଲା। ପ୍ରଥମ ଦେଖାରେ ଉଭୟ ପରସ୍ପରକୁ ଭଲ ପାଇଥିଲେ। ହେଲେ ମନର ବେଦନାକୁ ମୁହଁରେ ପରିପ୍ରକାଶ କରିପାରୁନଥିଲେ। ଖାଲି ପରସ୍ପରଠାରୁ ମୋବାଇଲ୍ ନମ୍ୱର ଦିଆନିଆ ହୋଇଥିଲେ।
ମୋବାଇଲ୍ ନମ୍ୱର ମିଳିବା ପରେ ଉଭୟ ପରସ୍ପରକୁ ଫୋନ୍ କରି କଥାବାର୍ତ୍ତା ହୋଇଥିଲେ। ଧୀରେ ଧୀରେ ଉଭୟ ନିକଟତର ହୋଇଥିଲେ। ପରେ ମନର କଥାକୁ ମୁହଁରେ ପରିପ୍ରକାଶ କରିଥିଲେ। ଆଉ ତା’ପରେ ପ୍ରେମର ଗାଡ଼ି ଆଗକୁ ବଢ଼ିଥିଲା। ଉଭୟ ନିଜ ନିଜ ପରିବାର ଲୋକଙ୍କୁ ନିଜ ପ୍ରେମ କାହାଣୀ ସମ୍ପର୍କରେ ଅବଗତ କରାଇଥିଲେ। ପରିବାର ଲୋକ ସହମତି ପ୍ରକାଶ କରିବାରୁ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ।
ନେପାଳି ସୁନ୍ଦରୀ ଜଗତ ମାୟାଙ୍କୁ ସାଥୀରେ ଧରି ରାକେଶ ନିଜ ଗାଁ ରାମଚନ୍ଦ୍ରପୁର ଆସିଥିଲେ। ପରିବାର ଲୋକେ ତାଙ୍କୁ ଗ୍ରାଣ୍ଡ ୱେଲ୍କମ୍ କରିଥିଲେ। ତା’ପରେ ଗ୍ରାମଦେବୀଙ୍କ ମନ୍ଦିରରେ ଆୟୋଜନ କରାଯାଇଥିଲା ବିବାହ ଉତ୍ସବ। ବୈଦିକ ରୀତିନୀତିରେ ଉଭୟ ପରିବାରର ସହମତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଆଉ ଜଗତଙ୍କ ସିନ୍ଥିରେ ସିନ୍ଦୂର ଦେଇ ପତ୍ନୀ ରୂପେ ଗ୍ରହଣ କରିଥିଲେ ରାକେଶ। ସେପଟେ ଜଗତ ମଧ୍ୟ ବରଣାମାଳ ପକାଇ ରାକେଶଙ୍କୁ ପତି ଭାବେ ଗ୍ରହଣ କରିଥିଲେ।
ରାକେଶଙ୍କ ବାହୁ ବନ୍ଧରେ ପତ୍ନୀ ଜଗତ ମାୟାବିବାହ ଉତ୍ସବ ପାଇଁ ଗ୍ରାଣ୍ଡ ଭୋଜି ଆୟୋଜନ କରାଯାଇଥିଲା। ବନ୍ଧୁ ବାନ୍ଧବ ଓ ସାହି ପଡ଼ିଶାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଗାଁର ମୁରବୀମାନେ ବିବାହ ଉତ୍ସବରେ ସାମିଲ୍ ହୋଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ବିବାହ ପରେ ବଧୂ ବେଶରେ ରାକେଶଙ୍କ ଘରକୁ ଯାଇଥିଲେ ଜଗତ। ସେ ବେଶ୍ ଖୁସି ଅଛନ୍ତି। ଅଗଷ୍ଟ ୧୫ ତାରିଖରେ ଉଭୟ ଦୁବାଇ ଫେରିଯିବେ ବୋଲି ଜଣାପଡ଼ିଛି।
ନିଜ ବିବାହକୁ ନେଇ ଜଗତ ମାୟା କହିଛନ୍ତି, ଓଡ଼ିଶା ମୋତେ ବହୁତ ଭଲ ଲାଗୁଛି। ଏଠିରେ ମହାପ୍ରଭୁ ଜଗନ୍ନାଥ ଅଛନ୍ତି। ମହାପ୍ରଭୁଙ୍କ ସହିତ ନେପାଳର ସମ୍ପର୍କ ରହିଛି। ମୁଁ ମହାପ୍ରଭୁଙ୍କୁ ବହୁ ଭଲପାଏ। ଶାଶୁଘର ଲୋକେ ମୋତେ ବହୁତ ଭଲ ପାଉଛନ୍ତି ବୋଲି ମାୟା କହିଛନ୍ତି।
ରିପୋର୍ଟ- ବାଙ୍କୀରୁ ସଞ୍ଜୀବ ବିଶ୍ୱାଳ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
