Advertisment

ଦୁଇ ଘଣ୍ଟା ବନ୍ଦ ହୋଇଥିଲା ହାର୍ଟ ବିଟ୍‌; ତଥାପି ପୁନର୍ଜନ୍ମ ପାଇଲେ ଯବାନ

ଏମ୍ସ ଡାକ୍ତର ଔଷଧ ଦେଇ ଶୁଭକାନ୍ତଙ୍କ ବିପି ବଢ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ହାର୍ଟ ବିଟ୍‌ କିନ୍ତୁ କମି ଚାଲିଥିଲା। ଏହାରି ଭିତରେ ହଠାତ ହୋଇଥିଲା କର୍ଡିଆକ୍‌ ଆରେଷ୍ଟ। ବନ୍ଦ ହୋଇଗଲା ହାର୍ଟ ବିଟ୍‌। ତେଣୁ ଡାକ୍ତର ତାଙ୍କୁ CPR ଦେବା ଆରମ୍ଭ କରିଥିଲେ।

AIIMS

AIIMS

Advertisment

ପ୍ରାୟ ଦୁଇଘଣ୍ଟା ଯାଏଁ ବନ୍ଦ ହୋଇଯାଇଥିଲା ହାର୍ଟ ବିଟ୍‌। ହୃତପିଣ୍ଡ ଜମାରୁ କାମ କରୁ ନଥିଲା। ଘର ଲୋକ ମଧ୍ୟ ଆଶା ଛାଡ଼ି ଦେଇଥିଲେ। ହେଲେ ଚିକିତ୍ସା ବିଜ୍ଞାନର ଚମତ୍କାରିତାରୁ ଜଣେ ୨୪ ବର୍ଷୀୟ ରୋଗୀ ପାଇଲେ ନୂଆ ଜୀବନ। ଆଉ ଏଭଳି ଚମତ୍କାର କରିଛନ୍ତି ଭୁବନେଶ୍ୱର ଏମ୍‌ସର ଡାକ୍ତର। ପୁନର୍ଜନ୍ମ ପାଇଲେ ଭାରତୀୟ ସେନାର ଯବାନ ଶୁଭକାନ୍ତ ସାହୁ।

Advertisment

ନୟାଗଡ଼ ଜିଲ୍ଲା ଓଡ଼ପଲା ଗାଁର ୨୪ ବର୍ଷୀୟ ଶୁଭକାନ୍ତ ସାହୁ। ସେ ଜଣେ ଯବାନ। ଘରକୁ ଆସିଥିବା ବେଳେ ସେପ୍ଟେମ୍ବର ୩୦ ତାରିଖ ରାତିରେ ହଠାତ ଦୁର୍ବଳ ଅନୁଭବ କରିଥିଲେ ଶୁଭକାନ୍ତ। ଘର ଲୋକ ପ୍ରଥମେ ତାଙ୍କୁ ସ୍ଥାନୀୟ ରଣପୁର ମେଡିକାଲକୁ ନେଇ ଯାଇଥିଲେ। ହେଲେ ହାର୍ଟ ବିଟ୍‌ କମୁଥିବାର ଦେଖି ସେଠାକାର ଡାକ୍ତର ତାଙ୍କୁ ତୁରନ୍ତ ଭୁବନେଶ୍ୱର ଏମ୍‌ସ ରେଫର୍‌ କରିଥିଲେ। ଏମ୍‌ସରେ ପହଞ୍ଚୁ ପହଞ୍ଚୁ କାର୍ଡିଓଜେନିକ ସକ୍‌ ଯୋଗୁ ଶୁଭକାନ୍ତଙ୍କ ହାର୍ଟ ଫଙ୍କସନ୍‌ କରିବା ବନ୍ଦ କରି ସାରିଥିଲା। ରକ୍ତଚାପ ମଧ୍ୟ ବହୁତ କମି ଯାଇଥିଲା।

ଏମ୍ସ ଡାକ୍ତର ଔଷଧ ଦେଇ ଶୁଭକାନ୍ତଙ୍କ ବିପି ବଢ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ହାର୍ଟ ବିଟ୍‌ କିନ୍ତୁ କମି ଚାଲିଥିଲା। ଏହାରି ଭିତରେ ହଠାତ ହୋଇଥିଲା କର୍ଡିଆକ୍‌ ଆରେଷ୍ଟ। ବନ୍ଦ ହୋଇଗଲା ହାର୍ଟ ବିଟ୍‌। ତେଣୁ ଡାକ୍ତର ତାଙ୍କୁ CPR ଦେବା ଆରମ୍ଭ କରିଥିଲେ। ୪୦ ମିନିଟ୍‌ ପରେ ମଧ୍ୟ ହାର୍ଟ ବିଟ୍‌ ଫେରି ନଥିଲା। ୨୪ ବର୍ଷୀୟ ଯୁବ ଶୁଭକାନ୍ତଙ୍କୁ ମୃତ ଘୋଷଣା କରିବା ପୂର୍ବରୁ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ନେଇ, ଏକମୋ ମେସିନ ଲଗାଇ ସିପିଆର୍‌ ଦେଇ ପୁଣି ହାର୍ଟ ବିଟ୍‌ ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ।

Advertisment
AIIMSମେଡିକାଲ୍‌ ଟିମ୍‌ ସହ ରୋଗୀ

ପ୍ରାୟ ୨ ଘଣ୍ଟା ପରେ ଧୀରେ ଧୀରେ ଫେରିଥିଲା ହୃତ୍‌ ସ୍ପନ୍ଦନ। ଏକମୋ ସପୋର୍ଟ ସହ ସିପିଆର କାରଣରୁ ୩୬ ଘଣ୍ଟା ପରେ ହାର୍ଟ ବିଟ୍‌ ନିୟମିତ ହେବାକୁ ଲାଗିଲା। ଆଉ ୪ ଦିନ ପରେ ହାର୍ଟ ପମ୍ପିଂ କରିବା ଆରମ୍ଭ କଲା। ହେଲେ ସେତେବେଳକୁ ଶୁଭକାନ୍ତଙ୍କ ଲଙ୍ଗସ, କିଡନୀ, ଲିଭର ଆଦି ଅଙ୍ଗ ଗୁଡ଼ିକ ଖରାପ ହୋଇଯାଇଥିଲା। ତାଙ୍କୁ ସୁସ୍ଥ କରିବାକୁ ପାଖାପାଖି ଦେଢ଼ ମାସ ଲାଗିଲା। ସେ ଏବେ ସୁସ୍ଥ ଅଛନ୍ତି ବୋଲି ଏମ୍‌ସ ଡାକ୍ତର କହିଛନ୍ତି। ଏଭଳି ଘଟଣା ଓଡ଼ିଶାରେ ପ୍ରଥମ ବୋଲି ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। ତାଙ୍କୁ ଦିନେ ଦୁଇ ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ କରାଯିବ।

ପୁଅକୁ ଦ୍ୱିତୀୟ ଜୀବନ ପ୍ରଦାନ କରିଥିବାରୁ ଏମ୍ସ ଭୁବନେଶ୍ୱର ଡାକ୍ତରୀ ଦଳକୁ କୃତଜ୍ଞତା ପ୍ରଦାନ କରିଛନ୍ତି ଯବାନଙ୍କ ମାଆ ମିନତୀ ସାହୁ। ଏମ୍ସ ଡାକ୍ତରମାନଙ୍କର ଦକ୍ଷତା, କରୁଣା ଓ ନିଷ୍ଠାକୁ ଆମ ପରିବାର ସବୁଦିନ ମନେରଖିବ ବୋଲି ଯବାନଙ୍କ ମାଆ କରିଛନ୍ତି।

AIIMSରୋଗୀଙ୍କ ଗହଣରେ ମେଡ଼ିକାଲ୍‌ ଟିମ୍‌

ସେପଟେ ଏମ୍‌ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ କହିଛନ୍ତି, ଏମ୍‌ସ ଭୁବନେଶ୍ୱର ଚିକିତ୍ସା ବିଜ୍ଞାନ ଓ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୁକ୍ତ ସମନ୍ୱୟ ସହିତ ଅଗ୍ରଗାମୀ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସର୍ବଦା ଆଗରେ ରହିଆସିଛି। ଜୀବନ ବଞ୍ଚାଇବା ଓ ଚିକିତ୍ସା ସେବାକୁ ଆଗକୁ ନେବା ପାଇଁ ଏହା ଆମର ଉତ୍ସର୍ଗୀକୃତ ଭାବନାର ଏକ ଉଦାହରଣ ବୋଲି ଡ. ବିଶ୍ବାସ ମତବ୍ୟକ୍ତ କରିଛନ୍ତି।

ଶୁଭକାନ୍ତଙ୍କୁ ନୂଆ ଜୀବନ ଦେଇଥିବା ଡାକ୍ତରୀ ଟିମ୍‌ରେ ଡ. କ୍ରିଷ୍ଣମୋହନ ଗୁଲା, ଡ. ସନ୍ଦୀପ କୁମାର ପଣ୍ଡା, ଡ. ସିଦ୍ଧାର୍ଥ ସାଠିଆ, ଡ. ସଙ୍ଗୀତା ସାହୁ, ଡ. ମାନସ ପାଣିଗ୍ରାହୀ, ଏମ୍‌ସିଆଇ ଓ ନର୍ସିଂ ଅଧିକାରୀଙ୍କ ଭଳି ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ପ୍ରମୁଖ ସାମିଲ ଥିଲେ।

Health AIIMS Bhubaneswar Aiims
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe