Advertisment

ଏମିତି ଚାଲିଛି ଶିକ୍ଷା ବ୍ୟବସ୍ଥା, ଗଛ ତଳେ ଗଢ଼ାଯାଉଛି ପିଲାଙ୍କ ଭବିଷ୍ୟତ

ଖରା ଦିନରେ ମଧ୍ୟ ପିଣ୍ଡିରେ ବସି ପିଲାମାନେ ପାଠପଢ଼ିବା ହଇରାଣ ହୋଇଥାନ୍ତି। ଅତ୍ୟଧିକ ଖରା ସହ ଗୁଳିଗୁଳି ହେଲେ ପିଲାମାନେ ପିଣ୍ଡିରେ ବସି ପାଠ ପଢ଼ିବା ପାଇଁ କଷ୍ଟକର ହୋଇଥାଏ। ଏକ ପ୍ରକାର ପାଠପଢ଼ା ଠପ୍‌ ହୋଇଯାଇଥାଏ।

ଅଦ୍ୟତନ ହୋଇଛି
student

student

Advertisment

ଗଛ ତଳେ ତିଆରି ହୋଇଛି ପିଣ୍ଡି। ସେହି ପିଣ୍ଡିରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ଗୋଟିଏ ପିଣ୍ଡିରେ ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀର ଛାତ୍ରଛାତ୍ରୀ ବସୁଥିବା ବେଳେ ଅନ୍ୟ ଏକ ପିଣ୍ଡିରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ବସି ପାଠ ପଢୁଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ହିର୍ଲିସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। 

Advertisment

ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୩୭ ଜଣ ଛାତ୍ରଛାତ୍ରୀ ପାଠପଢ଼ନ୍ତି। ପ୍ରତିଦିନ ପ୍ରାୟ ୨୨୦ ଛାତ୍ରଛାତ୍ରୀ ଉପସ୍ଥିତ ରହନ୍ତି। କିନ୍ତୁ ସେମାନଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଶ୍ରେଣୀ ଗୃହ ନାହିଁ। ଏଠାରେ ୮ଟି ଶ୍ରେଣୀ ଗୃହର ଆବଶ୍ୟକତା ରହିଥିବା ବେଳେ ମାତ୍ର ୪ଟି ଅଛି। ସେଥିମଧ୍ୟରୁ ଗୋଟିଏ ଶ୍ରେଣୀ ଗୃହର ଅବସ୍ଥା ଭଲ ନାହିଁ। ଏହା ଅସୁରକ୍ଷିତ ଭାବେ ରହିଛି। ବର୍ଷା ହେଲେ ପାଣି ଗଳୁଛି। ତେବେ ଶ୍ରେଣୀ ଗୃହର ଅଭାବ ଯୋଗୁ ଛାତ୍ରଛାତ୍ରୀ ଜୀବନକୁ ବାଜି ଲଗାଇ ସେହି ଶ୍ରେଣୀ ଗୃହରେ ବସି ପାଠପଢ଼ୁଛନ୍ତି। 

studentଗଛ ତଳେ ଚାଲିଛି ପାଠପଢ଼ା

ଅନ୍ୟ ୩ଟି ଶ୍ରେଣୀ ଗୃହ ୫ ବର୍ଷ ତଳେ ତିଆରି ହୋଇଥିଲେ। ସେଥିରେ ୩ଟି ଶ୍ରେଣୀର ପିଲା ପାଠ ପଢ଼ୁଛନ୍ତି। ଏହି ଚାରୋଟି ଶ୍ରେଣୀ ଗୃହରେ ପଞ୍ଚମ, ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ପିଲାଏ ପାଠ ପଢୁଛନ୍ତି। ଅନ୍ୟ ଚରୋଟି ଶ୍ରେଣୀ ଅର୍ଥାତ୍ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଶ୍ରେଣୀର ପିଲାମାନେ ସ୍କୁଲ ପରିସରରେ ଗଛ ତଳେ ତିଆରି ହୋଇଥିବା ୨ଟି ପିଣ୍ଡିରେ ପାଠ ପଢ଼ନ୍ତି। ପିଣ୍ଡି ପାଖରେ ପାଚେରୀର କିଛି ଅଂଶକୁ ଉଚ୍ଚ କରାଯାଇ ସେଥିରେ କଳାପଟା ତିଆରି କରାଯାଇଛି। ଏହି ଦୁଇଟି ପିଣ୍ଡିକୁ ସରକାର ତିଆରି କରି ନାହାନ୍ତି। ଶ୍ରେଣୀ ଗୃହ ନଥିବାରୁ ତଥା ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନପାଇବାରୁ ସ୍କୁଲର ପ୍ରଧ୍ୟାନଶିକ୍ଷକ ଓ ଅନ୍ୟ ଶିକ୍ଷମାନେ ନିଜ ଅର୍ଥରୁ ଏହି ପିଣ୍ଡି ତିଆରି କରିଛନ୍ତି। 

Advertisment

ଖରା ଓ ଶୀତ ଦିନେ ପିଲାମାନେ ପିଣ୍ଡିରେ ବସି ପାଠ ପଢ଼ୁଥିବା ବେଳେ ବର୍ଷା ଦିନେ ସେମାନଙ୍କର ପାଠପଢ଼ା ଏକ ପ୍ରକାର ଠପ୍‌ ହୋଇଯାଏ। ବର୍ଷା ଦିନେ ଏହି ୪ଟି ଶ୍ରେଣୀରେ ପିଲାମାଙ୍କୁ ଗୋଟିଏ ଶ୍ରେଣୀ ଗୃହରେ ବସାଯାଏ। ଏଥିରୁ ଆପଣମାନେ ଅନୁମାନ କରିପାରୁଥିବେ କେମିତି ପାଠ ପଢ଼ା ହେଉଥିବ। ଖରା ଦିନରେ ପିଲାମାନେ ହଇରାଣ ହୋଇଥାନ୍ତି। ଅତ୍ୟଧିକ ଖରା ସହ ଗୁଳିଗୁଳି ହେଲେ ପିଲାମାନଙ୍କ ପାଇଁ ପିଣ୍ଡିରେ ବସି ପାଠ ପଢ଼ିବା କଷ୍ଟକର ହୋଇଯାଏ।

ଜଣେ ଛାତ୍ର କହିଛନ୍ତି, ସ୍କୁଲରେ ଶ୍ରେଣୀ ଗୃହ ନଥିବାରୁ ଆମେ ପିଣ୍ଡିରେ ବସି ପାଠ ପଢ଼ୁଛୁ। ପାଠ ପଢ଼ିବା ବେଳେ ଅସୁବିଧା ହେଉଛି। ଖରାଦିନେ ବିଶେଷ କରି ହଇରାଣ ହେଉଛି। ଅତ୍ୟଧିକ ଗରମ ହେଉଥିବାରୁ ବାହାରେ ବସି ପଢ଼ିବା କଷ୍ଟ ହେଉଛି। ସରକାର ଆମ ପାଇଁ ଶ୍ରେଣୀ ଗୃହ ନିର୍ମାଣ କରି ଦିଅନ୍ତୁ। ଆମେ ସେଠାରେ ବସି ପାଠ ପଢ଼ିବୁ।

ସ୍କୁଲର ପ୍ରଧାନଶିକ୍ଷକ ଶିବ ପ୍ରସାଦ ପଣ୍ଡା କହିଛନ୍ତି, ମୁଁ ଜିଲ୍ଲାପାଳଙ୍କୁ ସ୍କୁଲ ସମସ୍ୟା ବିଷୟରେ ଲିଖିତ ଆକାରରେ ଜଣାଇଥିଲି। ସେ ୨ଟି ଶ୍ରେଣୀ କରି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଆମ ସ୍କୁଲରେ ଶୌଚାଳୟ ନାହିଁ। ବିଡିଓ ଶୌଚାଳୟ କରି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

Studentପିଣ୍ଡିରେ ଚାଲିଛି ପାଠପଢ଼ା

ପାପଡ଼ାହାଣ୍ଡି ବିଇଓ ବୀରେନ୍ଦ୍ର କୁମାର ପାଢ଼ୀ କହିଛନ୍ତି, ହିର୍ଲିସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କମ୍ ଶ୍ରେଣୀ ଗୃହ ରହିଛି। ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ବହୁତ ଶୀଘ୍ର ଶ୍ରେଣୀ ଗୃହ ନିର୍ମାଣ କରାଯିବ।

ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ମାନଙ୍କୁ ପାଠ ପଢ଼ାଇବା ପାଇଁ ୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। ତେବେ ଏହି ସ୍କୁଲରେ ନୂତନ ଶ୍ରେଣୀ ଗୃହ କେବେ ନିର୍ମାଣ କରାଯିବ, ସରକାର କେବେ କୁନି କୁନି ମାନଙ୍କ ଦୁଃଖ ଶୁଣିବେ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Odisha Schools Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe