Advertisment

ଘର ଚଟିଆ ବସାଟିଏ ପରି ଚାଳରେ ଝୁଲୁଛି ମୋବାଇଲ

ଗାଁରେ ନେଟ୍‌ୱର୍କ ନଥିବାରୁ ଘର ଭିତରେ ବାଜୁନି ମୋବାଇଲ୍‌। ସେଥିପାଇଁ ଗାଁ ଲୋକ ନିଜର ମୋବାଇଲ୍‌କୁ ପଲଥିନ୍‌ରେ ପୂରାଇ ଘର ସମ୍ମୁଖରେ ଟାଙ୍ଗି ଦେଇଛନ୍ତି। କଲ୍‌ ଆସିଲେ ମୋବାଇଲ ଧରି ଗାଁ ବାହାରକୁ ଦୌଡ଼ୁଛନ୍ତି।

Mobil

Ganjam

Advertisment

ଗାଁର ସମସ୍ତଙ୍କ ଘର ଆଗରେ ଝୁଲୁଛି ମୋବାଇଲ୍‌। ସିଏ କିପ୍ୟାଡ୍‌ ହେଉ ବା ଆଣ୍ଡ୍ରଏଡ୍‌ ଫୋନ୍‌। ଘର ଚଟିଆ ବସାଟିଏ ପରି ଚାଳରେ ଝୁଲୁଛି। ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି ଝୁଲୁଛି ମୋବାଇଲ୍‌? ଏହାର ଉତ୍ତର ଖୋଜିଲେ ଗାଁ ଲୋକେ କହୁଛନ୍ତି, ଆମ ଗାଁରେ ମୋବାଇଲ୍‌ ନେଟ୍‌ୱର୍କ ନାହିଁ। 5G ଜମାନାରେ ଏପରି ଚିତ୍ର ଆସିଛି ଗଞ୍ଜାମ ଜିଲ୍ଲାରୁ।

Advertisment

ଧରାକୋଟ ବ୍ଲକଠାରୁ ଅଳ୍ପ ଦୂର ଗଲେ ପଡ଼ିବ ବାହାରପୁର, କାନିଗିରିଡି, ରୁଗୁମୁ ଓ କେନ୍ଦୁପଲ୍ଲି ଭଳି ଗାଁ। ଏହି ଗାଁର ଲୋକ ସଂଖ୍ୟା ୪୦୦୦ରୁ ଅଧିକ ହେବ। ମୁଖ୍ୟତଃ ଚାଷ କାର୍ଯ୍ୟ ଉପରେ ନିର୍ଭର କରନ୍ତି। ସେଥିରୁ ଯାହା ରୋଜଗାର ହୁଏ, ସେଥିରେ ଚଳେ ତେଲ ଓ ଲୁଣ ସଂସାର। ହେଲେ ଦୁଃଖର ବିଷୟ ଏହି ଗାଁରେ ଘର ଭିତରେ ବାଜୁନି ମୋବାଇଲ୍‌ ରିଙ୍ଗ ଟୋନ୍‌।

ଗାଁରେ ନେଟ୍‌ୱର୍କ ନଥିବାରୁ ଘର ଭିତରେ ବାଜୁନି ମୋବାଇଲ୍‌। ସେଥିପାଇଁ ଗାଁ ଲୋକ ନିଜର ମୋବାଇଲ୍‌କୁ ପଲଥିନ୍‌ରେ ପୂରାଇ ଘର ସମ୍ମୁଖରେ ଟାଙ୍ଗି ଦେଇଛନ୍ତି। କଲ୍‌ ଆସିଲେ ମୋବାଇଲ ଧରି ଗାଁ ବାହାରକୁ ଦୌଡ଼ୁଛନ୍ତି। ସେଠାରେ କଥା ହୋଇ ଘରକୁ ଫେରୁଛନ୍ତି। ହେଲେ ରାତିରେ ଫୋନ୍‌ ଆସିଲେ କଥା ସରିଲା। ଜେନତେନ କରି ଫୋନ୍‌ ଉଠାଇ ପାରୁଛନ୍ତି। ହେଲେ ଗାଁର ପିଲାମାନେ ଅନ୍‌ଲାଇନ୍‌ରେ ପାଠ ପଢ଼ି ପାରୁନାହାନ୍ତି। ପାଠ ପଢ଼ିବା ପାଇଁ ପିଲାମାନଙ୍କୁ ଗାଁଠାରୁ ୨ରୁ ୩ କିମି ଦୂରରେ ଥିବା ଉଚ୍ଚା ସ୍ଥାନକୁ ଯିବାକୁ ପଡ଼ୁଛି।

Advertisment

ଗାଁରେ ଦେଖାଦେଇଥିବା ସିଗ୍‌ନାଲ ସମସ୍ୟା ଦୂର ପାଇଁ ଆଜକୁ ପ୍ରାୟ ୪ ବର୍ଷ ତଳେ ଗୋଟିଏ ବିଏସଏନଏଲ ଟାୱାର ପ୍ରତିଷ୍ଠା କରାଯାଇଥିଲା। ହେଲେ ତାହା କାମରେ ଲାଗୁନାହିଁ। ଏବେ ସେହି ମୋବାଇଲ ଟାୱାର ଉପରେ ଅନାବନା ଗଛ ଲତା ମାଡ଼ି ଯାଇଛି। ଲୋକମାନେ ଦୀର୍ଘ ଦିନ ଧରି ନାନା ନେଟୱାର୍କ ଯନ୍ତ୍ରଣାରେ ଘାଣ୍ଟି ହେଉଛନ୍ତି।

ବାହାରପୁର ଗାଁର ସୁରେଶ ଗୌଡ଼ କହିଛନ୍ତି, ଆମ ଗାଁରେ ଟାୱାର ନାହିଁ। ତେଣୁ ମୋବାଇଲ ନେଟ୍‌ୱର୍କ ଆସୁନାହିଁ। ସେଥିପାଇଁ ଗାଁ ଲୋକେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛି। ମେଡ଼ିକାଲ୍‌ କେସରେ ଫୋନ୍‌ କରି ହେଉନାହିଁ ବୋଲି ଶ୍ରୀ ଗୌଡ଼ କହିଛନ୍ତି।

ରିପୋର୍ଟ- ଆସିକାରୁ ମନୋଜ ମୁନୀ

Ganjam Mobile
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe