Advertisment

ଗୁଳି ଫୁଟିବନି, ଶବ୍ଦ ବି ଶୁଭିବନି; ଖସାଇ ଦିଆଯିବ ଶତ୍ରୁପକ୍ଷର ଡ୍ରୋନ୍

ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଳାବନ୍ଧସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜରେ ତିନି ସେନାକୁ ନେଇ ଆୟୋଜିତ ସେମିନାରରେ ଏହି ଜ୍ଞାନକୌଶଳ ପ୍ରଦର୍ଶନ କରାଯାଇଛି।

Drone gun

Drone gun

Advertisment

ଫୁଟିବନି ଗୁଳି, ଶୁଭିବନି ଶବ୍ଦ, ହେଲେ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଖସାଇ ଦିଆଯାଇ ପାରିବ ଶତ୍ରୁ ସେନାର କ୍ଷତିକାରକ ଡ୍ରୋନ୍। ଡ୍ରୋନ୍‌କୁ ବହୁ ଦୂରରୁ ଅକାମୀ କରିଦେବ ଜାମର୍। ଆମ ଦେଶରେ ଏଭଳି ଟେକ୍ନୋଲୋଜି ବିକଶିତ ହେଲାଣି। ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଳାବନ୍ଧସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜରେ ତିନି ସେନାକୁ ନେଇ ଆୟୋଜିତ ସେମିନାରରେ ଏହି ଜ୍ଞାନକୌଶଳ ପ୍ରଦର୍ଶନ କରାଯାଇଛି।

Advertisment

ଏବେ ବିଭିନ୍ନ କ୍ଷେତ୍ରରେ ଡ୍ରୋନ୍ ବ୍ୟବହାର ହେଉଥିବା ବେଳେ ଏହା ଯେତିକି ସୁବିଧା ଦେଉଛି ସେତିକି ସମସ୍ୟା ମଧ୍ୟ ଛିଡା କରିଛି। ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ବିଗାଡିବା ପାଇଁ ଶତ୍ରୁରାଷ୍ଟ୍ର କେତେବେଳେ ଭାରତ ଆକାଶରେ ଡ୍ରୋନ୍ ଉଡାଉଛି ତ ଆଉ କେତେବେଳେ ଡ୍ରୋନରେ ବିସ୍ଫୋରକ ଥିବା ସନ୍ଦେହ ମଧ୍ୟ କରାଯାଉଛି। ଏଭଳି ସ୍ଥଳେ ଡ୍ରୋନ ଡିଟେକ୍ଟର, କାଉଣ୍ଟର ଡ୍ରୋନ୍ ଟେକ୍ନୋଲୋଜି ତଥା ଡ୍ରୋନ୍ ଗନ୍ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳର ଗୁରୁତ୍ୱ ବେଶ୍ ବଢ଼ିଯାଇଛି।

ଏହା ହେଉଛି ସେହି ଆଣ୍ଟି ଡ୍ରୋନ ଜାମର୍ ଏବଂ ଡ୍ରୋନ୍ ଗନ୍। ଯେଉଁଥିରେ ଦୂରରୁ ଡ୍ରୋନକୁ ଡିଟେକ୍ଟ କରିବା ସହିତ ତାକୁ ଅକାମୀ ମଧ୍ୟ କରାଯାଇପାରିବ। ଏଥିରୁ ଗୁଳି ଫୁଟିବନି କି ଶବ୍ଦ ସୃଷ୍ଟି ହେବନି, କିନ୍ତୁ ଏହାରି ପ୍ରଭାବରେ ଆକାଶ ମାର୍ଗରୁ ଶତ୍ରୁ ପକ୍ଷ ଡ୍ରୋନକୁ ଅନାୟାସରେ ତଳକୁ ଖସାଇ ଦିଆଯାଇ ପାରିବ। ଆଉ ଏହି କାଉଣ୍ଟର ଡ୍ରୋନ୍ ଟେକ୍ନୋଲୋଜି ଏବେ ଆମ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହାର ହେବା ପାଇଁ ପ୍ରକ୍ରିୟା ଚାଲିଛି।

Advertisment
Drone Jammerଆଣ୍ଟି ଡ୍ରୋନ ଜାମର୍

ଏହା ଦ୍ୱାରା ପ୍ରାୟ ୮ କିଲୋମିଟର ଦୂରରୁ ଜାଣି ହେବ କୌଣସି ଡ୍ରୋନ୍ ଆସୁଛି କି ନାହିଁ। 

ଏହାର ଗୁରୁତ୍ୱକୁ ବିଚାର କରି ବ୍ରହ୍ମପୁର ନିକଟ ଗୋଳାବନ୍ଧ ସ୍ଥିତ ଆର୍ମି ଏୟାରଡିଫେନ୍ସ କଲେଜ୍ ଏବଂ ଆର୍ମି ଟ୍ରେନିଂ କମାଣ୍ଡ୍ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଆୟୋଜନା କରାଯାଇଛି। 'ଶତ୍ରୁ ଡ୍ରୋନମ୍ ବିନାସ' ଶୀର୍ଷକ କର୍ମଶାଳାରେ ତିନି ସେନାର ପଦଧିକାରୀ ଯୋଗଦେବା ସହିତ ସେଣ୍ଟ୍ରାଲ୍ ଆର୍ମଡ୍ ପୁଲିସ୍ ଫୋର୍ସ- CAPF, ଇଣ୍ଡିଆନ୍ କୋଷ୍ଟ ଗାର୍ଡ, ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ଯବାନମାନଙ୍କୁ ଏହି ଅନମ୍ୟାନ୍‌ଡ ଏରିଏଲ୍ ଥ୍ରେଟ୍ ସମ୍ପର୍କରେ ସଚେତନ କରାଯିବ ସହିତ ଆଣ୍ଟି ଡ୍ରୋନ୍ ସିଷ୍ଟମ ଉପରେ ଡେମୋନଷ୍ଟ୍ରେନ ମଧ୍ୟ ଦିଆଯାଇଛି।

ଆର୍ମି ଡିଫେନ୍ସ କଲେଜ୍ ଲେଫ୍ଟନାଣ୍ଟ ଜେନେରାଲ୍ ୟୁଭି ଟୁଲୁର କହିଛନ୍ତି, ଡ୍ରୋନ୍‌ ବ୍ୟବହାର ଓ ଏହା ଦ୍ୱାରା ଆକ୍ରମଣକୁ ପ୍ରତିହତ କରିବାକୁ ନୂଆ ଜ୍ଞାନକୌଶଳ ବ୍ୟବହାର କରି ନିର୍ମାଣ ହୋଇଥିବା ଉପକରଣ ବ୍ୟବହାର ନିମନ୍ତେ ଏହି କର୍ମଶାଳା ଆୟୋଜନ ହୋଇଛି। ୩ ସେନାକୁ ଏହା ବେଶ ଫାଇଦା ଦେବ।

Ganjam Drone
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe