Advertisment

ଓଡ଼ିଶା ପ୍ରଥମ ଫଟୋ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ; ଶତାୟୁରେ ପୂରା ଫିଟ୍‌

ମୟୂରଭଞ୍ଜର ତତ୍‌କାଳୀନ ମହାରାଜା ଯଦୁନାଥ ଭଞ୍ଜଙ୍କ ସମୟରେ ପୁରୀରୁ ବାରିପଦା ଆସିଥିଲେ ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର। ୧୯୨୪ ମସିହାରେ ଜନ୍ମଲାଭ କରିଥିବା ପୂର୍ଣ୍ଣଚନ୍ଦ୍ର, ଚାଟଶାଳୀରୁ ହାଇସ୍କୁଲ ଯାଏଁ ଏଠାରେ ପଢିଛନ୍ତି। ଛୋଟ ବେଳୁ ଫଟୋଗ୍ରାଫି ପ୍ରତି ଆକୃଷ୍ଟ ହୋଇଥିଲେ ପୂର୍ଣ୍ଣଚନ୍ଦ୍ର।

Baripada

Purna

Advertisment

ଓଡ଼ିଶାର ପ୍ରଥମ ଫଟୋ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ। ବୟସ ଶହେ ଛୁଇଁଲାଣି। ହେଲେ ଏବେବି ସେ ପୂରା ଫିଟ୍‌ ଅଛନ୍ତି। ଶତାୟୁ ପୂର୍ଣ୍ଣଚନ୍ଦ୍ର ପ୍ରକୃତରେ ଜଣେ ପୂର୍ଣ୍ଣଚନ୍ଦ୍ର। ସେ ଏକାଧାରରେ ଜଣେ ଫଟୋଗ୍ରାଫର, ସାମ୍ବାଦିକ, ସାହିତ୍ୟିକ, ଅଭିନେତା, ରଥ କାରିଗର ଓ ବାସ୍ତୁବିତ୍। ଯାହାଙ୍କ କ୍ୟାମେରା ଲେନ୍ସରେ କଏଦ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଫଟୋ।

Advertisment

ମୟୂରଭଞ୍ଜର ତତ୍‌କାଳୀନ ମହାରାଜା ଯଦୁନାଥ ଭଞ୍ଜଙ୍କ ସମୟରେ ପୁରୀରୁ ବାରିପଦା ଆସିଥିଲେ ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର। ୧୯୨୪ ମସିହାରେ ଜନ୍ମଲାଭ କରିଥିବା ପୂର୍ଣ୍ଣଚନ୍ଦ୍ର, ଚାଟଶାଳୀରୁ ହାଇସ୍କୁଲ ଯାଏଁ ଏଠାରେ ପଢିଛନ୍ତି। ଛୋଟ ବେଳୁ ଫଟୋଗ୍ରାଫି ପ୍ରତି ଆକୃଷ୍ଟ ହୋଇଥିଲେ ପୂର୍ଣ୍ଣଚନ୍ଦ୍ର। ରାଜା ସାହେବ ପ୍ରତାପ ଚନ୍ଦ୍ର ଭଞ୍ଜଙ୍କ ଦୃଷ୍ଟିରେ ପଡ଼ିବା ପରେ ତାଙ୍କୁ ସେ ଫଟୋଗ୍ରାଫିରେ ନିୟୋଜିତ କରିଥିଲେ। ସେହି ଦିନଠାରୁ ଜଣେ ଫୋଟୋଗ୍ରାଫର ଭାବେ ପରିଚିତ ହୋଇଥିଲେ ପୂର୍ଣ୍ଣଚନ୍ଦ୍ର। ରାଜ ପରିବାରଠୁ ବ୍ରିଟିଶ ଅଫିସର, ଧନୀ ଶ୍ରେଣୀର ବ୍ୟକ୍ତି ଓ ସାମାଜିକ କାର୍ଯ୍ୟକ୍ରମରେ ସେ ବେଶ ଆଦୃତ ହୋଇପାରିଥିଲେ। ନେପାଳର ରାଜା ପୂର୍ଣ୍ଣଚନ୍ଦ୍ରଙ୍କ ଫଟୋଗ୍ରାଫିରେ ଖୁସି ହୋଇ ତାଙ୍କୁ ଏକ ଜର୍ମାନମେଡ୍‌ କ୍ୟାମେରା ଉପହାର ଦେଇଥିଲେ। ପୂର୍ଣ୍ଣଚନ୍ଦ୍ର ସେ ସମୟର ଏକ ମାତ୍ର ପୁଲିସ ଫୋଟୋଗ୍ରାଫର ହେବାର ଯୋଗ୍ୟତା ଓ ଗୌରବ ହାସଲ କରିଥିଲେ। ଯାହା ପୁଲିସ୍‌ ୱାଣ୍ଟସ ୟୁଅର ହେଲ୍‌ପ ପୁସ୍ତକରେ ଲିଖିତ ରହିଛି।

ଫଟୋଗ୍ରାଫି ସହ ସାମ୍ବାଦିକତା ଓ ପ୍ରେସ ଫଟୋଗ୍ରାଫର ଭାବେ ପୂର୍ଣ୍ଣଚନ୍ଦ୍ର ସାରା ଓଡ଼ିଶାରେ ପରିଚିତ। ଏକାଧିକ ଖବର କାଗଜର ପ୍ରତିନିଧି ଭାବେ ସତ୍ୟ ଓ ନିରପେକ୍ଷ ସମ୍ବାଦ ପାଇଁ ସୁନାମ ଅର୍ଜନ କରିଛନ୍ତି। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଏକ ଫୋଟୋଚିତ୍ର ଉତ୍ତୋଳନ କରି ପ୍ରଶଂସାର ପାତ୍ର ହୋଇଥିଲେ ପୂର୍ଣ୍ଣଚନ୍ଦ୍ର। ସେ ଉଠାଇଥିବା ଫୋଟୋ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଲିଖିତ ଏକ ପୁସ୍ତକର କଭର ପେଜରେ ସ୍ଥାନ ପାଇଥିଲା। ପୂର୍ଣ୍ଣଚନ୍ଦ୍ରଙ୍କ ଭାଷାଲିପି ସଂସ୍କାର ପ୍ରସ୍ତାବ ଓଡ଼ିଶା ସାହିତ୍ୟ ଏକାଡେମୀର ମୁଖପତ୍ର କୋଣାର୍କର ସପ୍ତମ ସଂଖ୍ୟାରେ ପ୍ରକାଶିତ ହୋଇ ଭାଷାବିତଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲେ।

Advertisment

 ଫଟୋଗ୍ରାଫି ସହ ଓଡ଼ିଆ ଚଳଚ୍ଚିତ୍ରରେ ରହିଛି ପୂର୍ଣ୍ଣଚନ୍ଦ୍ରଙ୍କ ଅଭିନୟର ଜାଦୁ। ‘ଅଭିମାନ’ ଓ ‘ଫୁଲଚନ୍ଦନ’ ପରି ଚଳଚ୍ଚିତ୍ରରେ ଅଭିନୟ କରି ପ୍ରଶଂସିତ ହୋଇଛନ୍ତି। ଏଥିସହ ଛଉ କଳାକାର ଭାବେ ମଧ୍ୟ ସେ ବେଶ ପରିଚିତ। ଏତେ ସବୁ ସତ୍ତ୍ୱେ ନିଜ କୌଳିକ ବୃତ୍ତି ରଥ ମିସ୍ତ୍ରୀ କାମକୁ ଛାଡି ନ ଥିଲେ ପୂର୍ଣ୍ଣଚନ୍ଦ୍ର। ରାଞ୍ଚି, ରାଇରଙ୍ଗପୁର, ସାରସକଣା, ଝାରସୁଗୁଡା ଓ ବାଲେଶ୍ୱର ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣରେ ସେ ସହାୟତା
କରିଛନ୍ତି।

ରିପୋର୍ଟ-ବାରିପଦାରୁ ମାଣିକଲାଲ ପାଣି

Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe