ଗରିବ-ଅସହାୟ ବୁଢ଼ାବୁଢ଼ୀଙ୍କ ସହ ବି ପ୍ରତାରଣା: ୫ ବର୍ଷ ଧରି ବଢ଼ିନି ଭତ୍ତା, ସିଏମଓରେ ମିଳୁନି ଗ୍ରୀନ୍ ସିଗନାଲ୍‌

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସାମାଜିକ ସୁରକ୍ଷା ଯୋଜନାରେ ମାସିକ ଭତ୍ତା ପରିମାଣ ବୃଦ୍ଧି ପାଇଁ ବିଭାଗ ପଦକ୍ଷେପ ନେଇଥିଲା ।

Old

Representative image

Ordigital Desk
  • Published: Monday, 07 August 2023
  • Updated: 07 August 2023, 08:58 PM IST

ରାଜ୍ୟର ସୁଦୃଢ଼ ଆର୍ଥିକ ସ୍ଥିତି ଓ ଗୋଲାପୀ ଅର୍ଥନୀତିର ଚିତ୍ର ଦେଖାଇ ବାହାସ୍ଫୋଟ ମାରୁଥିବା କ୍ଷମତାସୀନ ବିଜେଡି ସରକାର ଶେଷରେ ଗରିବ-ଅସହାୟ ବୁଢ଼ାବୁଢ଼ୀ, ଭିନ୍ନକ୍ଷମ ଓ ବିଧବାଙ୍କ ସହ ପ୍ରତାରଣା କରିବାକୁ ପଛାଇଲେ ନାହିଁ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ରଙ୍ଗାରଙ୍ଗ ହକି ବିଶ୍ୱକପ୍ ମ୍ୟାଚ ଆୟୋଜନଠୁ ଆରମ୍ଭ କରି ନିର୍ବାଚନୀ ଫାଇଦା ପାଇଁ ପ୍ରତି ଜିଲ୍ଲାରେ ଭବ୍ୟ ସରକାରୀ କାର୍ଯ୍ୟକ୍ରମ ନିମନ୍ତେ ଆଖିବୁଜା ଅର୍ଥ ଖର୍ଚ୍ଚ କରୁଥିବା ରାଜ୍ୟ ସରକାର ଗତ ସାଢ଼େ ୪ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିବା ପରେ ବି ଏହି ଅସହାୟ ଗରିବ ଲୋକଙ୍କ ମାସିକ ଭତ୍ତା(ସାମାଜିକ ସୁରକ୍ଷା ଭତ୍ତା) ବୃଦ୍ଧି ଦିଗରେ ଆନ୍ତରିକତା ଦେଖାଇନାହାନ୍ତି । ଏପରିକି ଭତ୍ତା ବୃଦ୍ଧି କରିବା  ସଂକ୍ରାନ୍ତ ଫାଇଲ୍ ଗତ ୨୦୨୨-୨୩ ଆର୍ଥିକ ବର୍ଷରୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ(ସିଏମଓ)ର ଅନୁମୋଦନ ଅପେକ୍ଷାରେ ରହିଛି । ଆଉ ଏପଟେ ନିର୍ବାଚନକୁ ଆଖିରେ ରଖି ‘ମଧୁବାବୁ ପେନସନ୍ ଯୋଜନା’ରେ ଆଉ ୪.୧୩ଲକ୍ଷ ଆବେଦନକାରୀଙ୍କୁ ସାମିଲ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମଓ)ର ଜିଲ୍ଲା ଓ ‘ମୋ ସରକାର’ରେ ମିଳୁଥିବା ମତାମତ ଆଧାରରେ ଏହି ହିତାଧିକାରୀ ସଂଖ୍ୟା ବୃଦ୍ଧି କରାଗଲା ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ କହିଛି । ତେବେ ପ୍ରାୟ ୫ବର୍ଷ ହେଲା କାହିଁକି ଭତ୍ତା ପରିମାଣ ବୃଦ୍ଧି ହେଉନି ଓ ବିଭାଗ ଦ୍ୱାରା ଭତ୍ତା ବୃଦ୍ଧି ପାଇ ପଠାଯାଇଥିବା ଫାଇଲ୍ ଏବେ କେଉଁଠି ରହିଛି ସେ ନେଇ କାହିଁକି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ନିରବ ରହିଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧୁବାବୁ ପେନସନ୍ ଯୋଜନାର ହିତାଧିକାରୀ ସଂଖ୍ୟା ୨୮.୬୧ଲକ୍ଷରୁ ୩୨.୭୫ଲକ୍ଷକୁ ବୃଦ୍ଧି ନିମନ୍ତେ ଆଜି ଅନୁମୋଦନ କରିଛନ୍ତି । ପ୍ରାୟ ୪.୧୩ଲକ୍ଷ ନୂତନ ଆବେଦନକାରୀ ଆସନ୍ତା ଅଗଷ୍ଟ ୧୫ତାରିଖରେ ନୂଆ କରି ମାସିକ ଭତ୍ତା ପାଇବେ । ‘ମୋ ସରକାର’ ଓ ସିଏମଓ ଜିଲ୍ଲା ଗସ୍ତବେଳେ ମିଳିଥିବା ମତାମତ ଆଧାରରେ ଏହି ହିତାଧିକାରୀ ସଂଖ୍ୟା ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି । ତେବେ ଭତ୍ତା ପରିମାଣ ପୂର୍ବଭଳି ୬୦ରୁ ୭୯ବର୍ଷ ବୟସ ପର୍ଯ୍ୟନ୍ତ ମାସିକ ୫୦୦ଟଙ୍କା, ୮୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମାସିକ ୭୦୦ଟଙ୍କା ଏବଂ ୮୦ବର୍ଷରୁ ଅଧିକ ତଥା ୬୦% ଭିନ୍ନକ୍ଷମଙ୍କୁ ମାସିକ ୯୦୦ଟଙ୍କା ଭତ୍ତା ମିଳିବ । ଯାହାକି ୨୦୧୯ ଫେବୃୟାରୀ ମାସରୁ ବଳବତ୍ତର ରହିଛି । ରାଜ୍ୟ ସରକାର ୨୦୦୮ ଜାନୁୟାରୀରୁ ନିଜସ୍ୱ ‘ମଧୁବାବୁ ପେନସନ ଯୋଜନା’ କାର୍ଯ୍ୟକାରୀ କରୁଛନ୍ତି ।

ତେବେ ରାଜ୍ୟର ସୁଦୃଢ଼ ଅର୍ଥ ବ୍ୟବସ୍ଥା ଓ ଓଡ଼ିଶା ଆର୍ଥିକ ଅଭିବୃଦ୍ଧି ହାର ଜାତୀୟ ହାରଠୁ ଦୀର୍ଘ ଦେଢ଼ ଦଶନ୍ଧି ଧରି ଅପେକ୍ଷାକୃତ ଅଧିକ ରହିବ ବୋଲି ନବୀନ ପଟ୍ଟନାୟକ ସରକାର ଦମ୍ଭୋକ୍ତି କରୁଥିଲେ ମଧ୍ୟ ଏ ଦରଦାମ ବୃଦ୍ଧି ଯୁଗରେ କିଭଳି ଗରିବ ଅସହାୟ ବୁଢ଼ାବୁଢ଼ୀ,ବିଧବା ଓ ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ପ୍ରତି ଆଖି ବୁଜି ଦେଇଛନ୍ତି । କରୋନା ମହାମାରୀ ଓ ତା’ପରେ ଖାଉଟି ସାମଗ୍ରୀରେ ଅହେତୁକ ଦରବୃଦ୍ଧି  ଯୋଗୁ ଖାଉଟି ହନ୍ତସନ୍ତ ହେଉଥିବାବେଳେ ଏହି ଅସହାୟ ଓ ଗରିବ ଲୋକମାନଙ୍କ ଦୁଃଖ ବୁଝିବା ପାଇଁ କାହିଁକି ସରକାର ସମ୍ବେଦନଶୀଳତା ଦେଖାଇଲେ ନାହିଁ । ସରକାରୀ କର୍ମଚାରୀଙ୍କଠୁ ଆରମ୍ଭ କରି ସବୁ ବର୍ଗର କର୍ମଚାରୀଙ୍କ ଦରମା ଦରମା ବଢ଼ାଉଥିବା ସରକାର କ’ଣ ଏହି ଗରିବମାନେ କିଭଳି ୫୦୦ଟଙ୍କାରେ ଚଳିବେ ତାହା ଜାଣପାରୁନାହାନ୍ତି । ଯଦିଓ ୨୦୨୨-୨୩ ଆର୍ଥିକ ବର୍ଷରୁ ମାସିକ ଭତ୍ତା ବୃଦ୍ଧି ସଂକ୍ରାନ୍ତ ଫାଇଲ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପଡ଼ି ରହିଥିବା ଜଣାପଡ଼ିଛି ।

Also Read

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସାମାଜିକ ସୁରକ୍ଷା ଯୋଜନାରେ ମାସିକ ଭତ୍ତା ପରିମାଣ ବୃଦ୍ଧି ପାଇଁ ବିଭାଗ ପଦକ୍ଷେପ ନେଇଥିଲା । ବିଧାନସଭା କମିଟିର ସୁପାରିଶ ଆଧାରରେ ଭତ୍ତା ପରିମାଣ ୫୦୦ରୁ ୭୫୦ଟଙ୍କା, ୭୦୦ରୁ ୯୦୦ ଓ ୯୦୦ରୁ ୧ହଜାର ଟଙ୍କାକୁ ବୃଦ୍ଧି ପାଇ ବିଭାଗ ଫାଇଲ୍ ପ୍ରସ୍ତୁତ କରି  ୨୦୨୨-୨୩ ଆର୍ଥିକ ବର୍ଷରେ ଅନୁମୋଦନ ନିମନ୍ତେ ଅର୍ଥ ବିଭାଗକୁ ପଠା ଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସବୁଜ ସଙ୍କେତ ନମିଳିବାରୁ ଫାଇଲ୍ ସେଭଳି ଚାପି ହୋଇ ରହିଗଲା । ମଧୁବାବୁ ପେନସନ୍ ଯୋଜନାରେ ଏବେ ୨୮.୩୩ଲକ୍ଷ ହିତାଧିକାରୀଙ୍କ ପାଇଁ ବାର୍ଷିକ ୧୭୭୫.୨୩କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏହି ଭତ୍ତା ବୃଦ୍ଧି ହୋଇଥିଲେ ଅତିରିକ୍ତ ୮୩୧.୩୬କୋଟି ଟଙ୍କା ଅର୍ଥାତ୍ ବାର୍ଷିକ ୨୬୦୬.୫୯କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା । ସେହିପରି କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାର ପ୍ରାୟ ୨୦.୩୪ଲକ୍ଷ ହିତାଧିକାରୀଙ୍କୁ ସମାନ ପରିମାଣର ମାସିକ ଭତ୍ତା ଦିଆଯାଉଥିବାରୁ ରାଜ୍ୟ ସରକାର ଏବାବଦରେ ୬୬୧.୩୭କୋଟିର ଅଂଶଧନ ଦେଉଛନ୍ତି । ଯଦି ପ୍ରସ୍ତାବିତ ବର୍ଦ୍ଧିତ ମଧୁବାବୁ ପେନସନ୍ ସହ ଏହି ଭତ୍ତା ପରିମାଣ ସମାନ କରାଯାଏ ତା’ହେଲେ ଅଧିକ ୫୯୫.୪୨କୋଟି ଟଙ୍କା ଖର୍ଚ୍ଚ ହେବ । ଏଭଳି ଭାବେ ବର୍ଦ୍ଧିତ ଭତ୍ତା ପାଇଁ ୮୩୧.୩୬କୋଟି ଟଙ୍କା ଓ ୫୯୫.୪୨କୋଟି ଟଙ୍କା ମିଶାଇଲେ ବାର୍ଷିକ ଅତିରିକ୍ତ ୧୪୨୬.୭୮କୋଟି ଟଙ୍କା ଖର୍ଚ୍ଚ ହେବ । କିନ୍ତୁ ଏହି ଭତ୍ତା ବୃଦ୍ଧି ସଂକ୍ରାନ୍ତ ଫାଇଲକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସବୁଜ ସଙ୍କେତ ନମିଳିବାରୁ ତାହା ଚାପି ହୋଇ ରହିଗଲା ।

ତେବେ ପ୍ରଶ୍ନ ଉଠୁଛି, ନିଜସ୍ୱ ପ୍ରଚାରପ୍ରସାର ଓ ଭାବମୂର୍ତ୍ତି ସଜାଡ଼ିବାକୁ ବିଭିନ୍ନ ଆଳ ଦେଖାଇ ନବୀନ ପଟ୍ଟନାୟକ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ  ପ୍ରାୟ ରାଜ୍ୟର ୪୪ଲକ୍ଷ ଅସହାୟ ଗରିବ ଅସହାୟ ଯାହାଙ୍କ ପାଖରେ ଏହି ଭତ୍ତା ହିଁ ଏକମାତ୍ର ସମ୍ବଳ, ସେମାନଙ୍କ ଦୁଃଖ-ଯନ୍ତ୍ରଣା ପ୍ରତି କିଭଳି ସରକାର ଆଖି ବୁଜି ଦେଇଛନ୍ତି ।  ରାଜ୍ୟ ରାଜକୋଷ ସୁଦୃଢ଼ ସ୍ଥିତିରେ ଥିବାବେଳେ ଏହି ଗରିବ ଅସହାୟଙ୍କ ପାଇଁ ବାର୍ଷିକ ଅତିରିକ୍ତ ୧୪୨୭କୋଟି ଟଙ୍କା ଖର୍ଚ୍ଚ ହେଲେ ଅସୁବିଧା କେଉଁଠି?

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶ ସରକାର ଗତ ଦେଢ଼ବର୍ଷ ମଧ୍ୟରେ ଦୁଇଥରରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତାକୁ ମାସିକ ୨୨୫୦ରୁ ୨୭୫୦ଟଙ୍କାକୁ ବୃଦ୍ଧି କରିଛନ୍ତି । ‘ୱାଇଏସଆର ପେନସନ କାନୁକା’ରେ ଆନ୍ଧ୍ର ସରକାର ୬୦ବର୍ଷରୁ ଊର୍ଦ୍ଧ୍ୱ ବୟସର ପ୍ରାୟ ୬୨ଲକ୍ଷ ଲୋକଙ୍କୁ ମାସିକ ଭତ୍ତା ଦେଉଛନ୍ତି । ସେହିପରି ତେଲେଙ୍ଗାନା ସରକାର ୫୭ବର୍ଷ ବୟସରୁ ଊର୍ଦ୍ଧ୍ୱ ୪୬ଲକ୍ଷ ଲୋକଙ୍କୁ ‘ଆସରା ପେନସନ’ ଯୋଜନାରେ ମାସିକ ୧ହଜାର ଟଙ୍କା ଦେଉଥିବାବେଳେ ପଶ୍ଚିମବଙ୍ଗ ସରକାର ନିଜସ୍ୱ ପେନସନ ଯୋଜନାରେ ୭୦ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ମାସିକ ସର୍ବନିମ୍ନ ୧ହଜାର ଟଙ୍କା, ଝାଡ଼ଖଣ୍ଡ ସରକାର ପ୍ରାୟ ୨୨ଲକ୍ଷ ଲୋକଙ୍କୁ ମାସିକ ସର୍ବନିମ୍ନ ୧ହଜାର ଟଙ୍କାର ଭତ୍ତା ଦେଉଛନ୍ତି । ଅଥଚ ଓଡ଼ିଶା ସରକାର ୨୦୧୯ ଫେବୃୟାରୀରୁ ଏହି ଗରିବ ଲୋକମାନଙ୍କ ପାଇଁ ମାସିକ ଭତ୍ତା ପରିମାଣକୁ ବଢ଼ାଇବାକୁ ଆନ୍ତରିକତା ଦେଖାଇ ନାହାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story