Advertisment

ଓଡ଼ିଆରେ ଓଡ଼ିଶା ଶାସନ- ପୁଣି ଭଣ୍ଡେଇଲେ ମୁଖ୍ୟମନ୍ତ୍ରୀ!

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରେ ଏମିତି ୧୮ଟି ସଂକଳ୍ପ ଗ୍ରହଣ କରିଛନ୍ତି ଓଡ଼ିଶା ସରକାର। କିନ୍ତୁ ଓଡ଼ିଆରେ ଓଡ଼ିଶାର ଶାସନ ଚଳେଇବାକୁ କୌଣସି ପ୍ରସ୍ତାବ କିମ୍ବା ପ୍ରତିଶ୍ରୁତି ଦିଆଯାଇ ନାହିଁ। ଏଇଥିରୁ ବୁଝିବାକୁ ହେବ ଯେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାରର ଓଡ଼ିଆ ଭାଷା ପ୍ରତି କେତେ ନିଷ୍ଠା!

Language Is Future

Language Is Future

Advertisment

ଦେବେନ୍ଦ୍ର ପୃଷ୍ଟି

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଭାଷା ଓ ସାହିତ୍ୟ ଉପରେ ଗବେଷଣା ହେବ। ଓଡ଼ିଆରେ ବୈଷୟିକ ଶିକ୍ଷା ଦିଆଯିବାକୁ କମିଟି ଗଠିତ ହେବ। ପ୍ରତି ବର୍ଷ ଡିଜିଟାଲ ଓଡ଼ିଆ ସମ୍ମିଳନୀ ହେବ। ଓଡ଼ିଆ ପ୍ରତିଭାଙ୍କୁ ମୁଖ୍ୟମନ୍ତ୍ରୀ କପ୍‌ ଦିଆଯିବ। ଓଡ଼ିଆ ମାଧ୍ୟମ ଶିକ୍ଷା ପାଇଁ ଅନୁଦାନ ଦିଆଯିବ।

Advertisment

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରେ ଏମିତି ୧୮ଟି ସଂକଳ୍ପ ଗ୍ରହଣ କରିଛନ୍ତି ଓଡ଼ିଶା ସରକାର। କିନ୍ତୁ ଓଡ଼ିଆରେ ଓଡ଼ିଶାର ଶାସନ ଚଳେଇବାକୁ କୌଣସି ପ୍ରସ୍ତାବ କିମ୍ବା ପ୍ରତିଶ୍ରୁତି ଦିଆଯାଇ ନାହିଁ। ଏଇଥିରୁ ବୁଝିବାକୁ ହେବ ଯେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାରର ଓଡ଼ିଆ ଭାଷା ପ୍ରତି କେତେ ନିଷ୍ଠା!

ଓଡ଼ିଆ ଭାଷା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଯେତେ ଯାହା କଲେ ବି ଓଡ଼ିଆରେ ଓଡ଼ିଶାର ଶାସନ ନଚାଲିବା ଯାଏଁ କିଏ କାହିଁକି ଓଡ଼ିଆ ପଢ଼ିବ? ଓଡ଼ିଆ ପଢ଼ି ଯଦି ଚାକିରି ମିଳନ୍ତା ତେବେ ସରକାର ଟଙ୍କା ଖର୍ଚ୍ଚ ନକଲେ ବି ଲୋକେ ହାତରୁ ଟଙ୍କା ଖର୍ଚ୍ଚ ଓଡ଼ିଆ ପଢ଼ନ୍ତେ। ଏବେ ଯେମିତି ଚାକିରି ପାଇଁ ହାତରୁ ଟଙ୍କା ଖର୍ଚ୍ଚ କରି ବାପାମା’ମାନେ ନିଜନିଜ ପିଲାଙ୍କୁ କୋଚିଂ କ୍ଲାସ୍‌ ପଠାଉଛନ୍ତି, ଘରୋଇ ଟିଉଟର ରଖୁଛନ୍ତି ସେମିତି ଯଦି ଓଡ଼ିଆ ପଢ଼ି ସରକାରୀ ଚାକିରି ମିଳନ୍ତା ତେବେ ସରକାରଙ୍କୁ ଓଡ଼ିଆ ଭାଷା ଗବେଷଣା କରିବାକୁ, ଓଡ଼ିଆ ସମ୍ମିଳନୀ କରିବାକୁ ଓଡ଼ିଆ ପ୍ରତିଭାଙ୍କୁ ପୁରସ୍କାର ଦେବାକୁ ଶହଶହ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ନ୍ତା ନାହିଁ।

Advertisment

ଆଉ ଯଦି ଓଡ଼ିଆ ପଢ଼ି ଓଡ଼ିଶା ସରକାରରେ ଓଡ଼ିଆ ଭାଷାରେ କାମ କରିବାର ସୁଯୋଗ ଓ ସୁବିଧା ନାହିଁ ତେବେ ସରକାର ଯେତେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଖୋଲିଲେ ବି କିଏ କାହିଁକି ସେଠି ପାଠ ପଢ଼ିବ? ଖାଲି ଡିଗ୍ରୀଟିଏ ପାଇଁ?

୨୦୧୭ ଡିସେମ୍ବର ୨୬ ତାରିଖରେ ନବୀନ ପଟ୍ଟନାୟକଙ୍କ ସରକାର ଗୋଟେ ଐତିହ୍ୟ କ୍ୟାବିନେଟ୍‌ ନାମରେ ଭେଳିକି କରିଥିଲେ। ସେହି କ୍ୟାବିନେଟ୍‌ରେ ୨୦ଟି ପ୍ରସ୍ତାବ ଗୃହୀତ ହେଲା ବୋଲି ପ୍ରଚାର କରାଗଲା। ୨୦୧୮ ସୁଦ୍ଧା ଏହିସବୁ ପ୍ରସ୍ତାବ କାର୍ଯ୍ୟକାରୀ କରାଯିବ ବୋଲି ଘୋଷଣା ହେଲା। ସେହିସବୁ ପ୍ରସ୍ତାବ ମଧ୍ୟରେ ୨୦୨୪ ମସିହା ପରି ଅନେକ ପ୍ରସ୍ତାବ ଥିଲା। ପ୍ରସ୍ତାବ ଥିଲା ୨୦୧୮ ଫେବୃଆରୀ ସୁଦ୍ଧା ଓଡ଼ିଆ ଭାଷା କମିଶନ ଗଠନ, ସବୁ ସ୍କୁଲରେ ପାଠାଗାର, ପ୍ରବାସୀ ଓଡ଼ିଆଙ୍କ ପାଇଁ ଭର୍ଚୁଆଲ୍‌ ଓଡ଼ିଆ ଏକାଡେମି, ଓଡ଼ିଆ ଭାଷାରେ ସମସ୍ତ ସରକାରୀ ଉତ୍ସବ ପରିଚାଳନା, ଓଡ଼ିଆ ଭାଷାରେ ନାମଫଳକ ଲିଖନକୁ ବାଧ୍ୟତାମୂଳକ କରିବା ଓ ଓଡ଼ିଆ ଭାଷାରେ କାମ ନକଲେ କର୍ମଚାରୀଙ୍କୁ ଦଣ୍ଡିତ କରିବା। ଏସବୁ ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ। ଓଡ଼ିଆରେ ଅଧିକାଂଶ ବିଭାଗର ସରକାରୀ ଫାଇଲ୍‌ ପ୍ରସ୍ତୁତ ହେଉ ନଥିଲେ ମଧ୍ୟ ସେଥିପାଇଁ ଏଯାଏଁ କାହାକୁ ଦଣ୍ଡିତ କରାଯାଇ ନାହିଁ।

ଏପରି ସ୍ଥଳେ ଓଡ଼ିଶା ସରକାର ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରେ ଘୋଷଣା କରିଥିବା ୧୮ଟି ପ୍ରସ୍ତାବ ଯେ କାର୍ଯ୍ୟକାରୀ ହେବ ତାହା କିଏ ବିଶ୍ୱାସ କରିବ? ସ୍ୱାଭିମାନୀ ଓଡ଼ିଆ କହିବେନି, ପୁଣି ଭଣ୍ଡେଇଲେ ମୁଖ୍ୟମନ୍ତ୍ରୀ!

Odisha Odia Language First World Odia Language Conference
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe