Advertisment

ପାଠ ପଢ଼ିବେ ହାତୀ, ଜନବସତି ମୁହାଁ ବଣୁଆ ହାତୀକୁ ଘଉଡ଼ାଇବେ

ହାତୀଙ୍କୁ ତାଲିମ ଦିଆଯିବା କିଛି ନୂଆ କଥା ନୁହେଁ। ୯୦ ଦଶକରେ ଶିମିଳିପାଳ ଓ ଚନ୍ଦକାରେ ହାତୀଙ୍କୁ ଟ୍ରେନିଂ ଦେବା ବ୍ୟବସ୍ଥା ହୋଇଥିଲା। ମାତ୍ର କାଳକ୍ରମେ ଏହା ନିଷ୍କ୍ରୀୟ ହୋଇଯାଇଥିଲା।

author-image
Manoranjan Sial
Elephant

Elephant

ପାଠ ପଢ଼ିବେ ହାତୀ। ନେବେ କୁମ୍‌କି ତାଲିମ। ଜନବସତି ମୁହାଁ ବଣୁଆ ହାତୀକୁ ଘଉଡ଼ାଇବେ। ରାଜ୍ୟରେ ହାତୀ-ମଣିଷ ସଂଘର୍ଷ ପ୍ରତିହତ ଲାଗି ଏଭଳି ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି ବନ ବିଭାଗ। ବନ୍ୟପ୍ରାଣୀ ପିସିସିଏଫ୍‌ କହିଛନ୍ତି ସୁଶାନ୍ତ ନନ୍ଦ, ପ୍ରାରମ୍ଭିକ ଭାବେ ଚନ୍ଦକା, ସାତକୋଶିଆ, କପିଳାସ ଓ ଶିମିଳିପାଳରେ ଖୋଲିବ ହାତୀ ପାଠଶାଳା। ପରବର୍ତ୍ତୀ ସମୟରେ ଦେବ୍ରିଗଡ଼ ଅଭୟାରଣ୍ୟରେ ଦିଆଯିବ ଟ୍ରେନିଂ। ହାତୀଙ୍କୁ ଟ୍ରେନିଂ ଦେବାକୁ ରାଜ୍ୟରେ ମାହୁନ୍ତଙ୍କ ଅଭାବ ଥିବାରୁ ଅନ୍ୟ ରାଜ୍ୟରୁ ମାହୁନ୍ତ ଆଣିବାକୁ ସ୍ଥିର ହୋଇଛି।

Advertisment

ହାତୀଙ୍କୁ ତାଲିମ ଦିଆଯିବା କିଛି ନୂଆ କଥା ନୁହେଁ। ୯୦ ଦଶକରେ ଶିମିଳିପାଳ ଓ ଚନ୍ଦକାରେ ହାତୀଙ୍କୁ ଟ୍ରେନିଂ ଦେବା ବ୍ୟବସ୍ଥା ହୋଇଥିଲା। ମାତ୍ର କାଳକ୍ରମେ ଏହା ନିଷ୍କ୍ରୀୟ ହୋଇଯାଇଥିଲା। ତେବେ ବିଭିନ୍ନ କାରଣକୁ ନେଇ ହାତୀଙ୍କୁ ଟ୍ରେନିଂ ଦେବା ଲାଗି ବନବିଭାଗ ପୁଣି ନିଷ୍ପତ୍ତି ନେଇଛି। ଜଙ୍ଗଲର ସୁରକ୍ଷା, ଘଞ୍ଚ ଜଙ୍ଗଲରେ ରାସ୍ତା ସଫା, ବିପଦରେ ପଡ଼ିଥିବା ବଣ୍ୟଜନ୍ତୁଙ୍କୁ ଉଦ୍ଧାର, ବଣୁଆ ଜୀବଜନ୍ତୁଙ୍କୁ ଟ୍ରାଙ୍କୁଲାଇଜ କରି କାବୁ କରିବା ଏବଂ ଶିକାରୀଙ୍କ ଜବତ ସାମଗ୍ରୀ ପରିବହନରେ ଏମାନଙ୍କୁ ବ୍ୟବହାର କରାଯିବ।

ପ୍ରଶିକ୍ଷଣ ଲାଗି କପିଳାସ ଚିଡିଆଖାନାରୁ ୫ଟି ହାତୀଙ୍କୁ ଚନ୍ଦକା ଅଭୟାରଣ୍ୟକୁ ଅଣାଯିବ। ତେବେ ସେଠାରେ ଥିବା ୭ଟିରୁ ୫ଟି ହାତୀଙ୍କୁ ଆଣିବା ଲାଗି ବନ ବିଭାଗ ଯୋଜନା କରିଥିବାରୁ ପର୍ଯ୍ୟଟକ କ’ଣ ଦେଖିବେ ବୋଲି ପ୍ରଶ୍ନ କରିଛନ୍ତି ପରିବେଶବିତ।

Advertisment

ସେପଟେ ହାତୀ ଚଲାପଥ ଅବରୋଧ ଓ ଜଙ୍ଗଲହ୍ରାସ କାରଣରୁ ହାତୀ ଅନେକ ସମୟରେ ଗାଁ ଓ ସହର ଭିତରକୁ ପଳାଇ ଆସିବା ଦ୍ୱାରା ଧନଜୀବନ ନିଷ୍ଟ ହେଉଛି। ଜନବସତିକୁ ପଶି ଆସୁଥିବା ହାତୀଙ୍କୁ ଘଉଡାଇବାରେ ପ୍ରଶିକ୍ଷିତ ହାତୀ ବେଶ ଉପଯୋଗୀ ହେବେ ବୋଲି ଜଙ୍ଗଲ ବିଭାଗ ଆଶା ରଖିଛି।

Odisha Forest Dept