Advertisment

ଏକା ଗଢିଦେଲେ ପୋଲ

ହାତରେ ହାତୁଡି। କାନ୍ଧରେ କୁରାଢି । ସମସ୍ତେ ଲାଗି ପଡିଛନ୍ତି ପଟାରେ କଣ୍ଟା ପିଟିବାରେ। ଏ ଦୃଶ୍ୟ ଦେଖିଲା ପରେ ଭାବୁଥିବେ, ଶ୍ରମିକମାନେ ଆସିଛନ୍ତି ସରକାରଙ୍କ ପ୍ରକଳ୍ପ ଗଢିବାକୁ । ମାତ୍ର ଏମାନେ ଗଢୁଛନ୍ତି ନିଜ ଗାଁର ପୋଲ । ଏଇ ହେଉଛନ୍ତି ସେହି ଯୁବକ ଯିଏ ଗାଁ ପାଇଁ ଗଢିଦେଇଛନ୍ତି ପୋଲ । ବିନା ସରକାରରେ ବି ଅନେକ କିଛି ହୋଇପାରେ ବୋଲି ପ୍ରମାଣିତ କରିଛନ୍ତି ।

Advertisment

ଗାଁ ଲୋକଙ୍କ ସୁବିଧାରେ ଯାତାୟତ ପାଇଁ ନଦୀ ଉପରେ ପୋଲ ତିଆରି କରିଦେଲେ ଆଦିବାସୀ ଯୁବକ। ବିଡିଓଙ୍କ ଠାରୁ ଜିଲ୍ଲାପାଳ, ବିଧାୟକଙ୍କ ଠାରୁ ସାଂସଦଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଯାତାୟତ ଅସୁବିଧା ନେଇ ପ୍ରତିଦିନ ସମ୍ମୁଖୀନ ହେବାକୁ ପଡ଼ୁଥିବା ସମସ୍ୟ ନେଇ ଅଭିଯୋଗ ଜଣାଇବେ ସତ୍ତ୍ୱେ କେହିବି ସମାଧାନ କଲେନି। ସରକାର ମଧ୍ୟ ନିରାଶ କଲେ। ତେଣୁ ନିଜ ଗାଁର ସୁବିଧା ପାଇଁ ସଞ୍ଚିତ କରିଥିବା ଟଙ୍କାକୁ ବିନିଯୋଗ କରି ଏକ କାଠ ପୋଲ କରିବାରେ ସଫଳ ହୋଇଛି ଆଦିବାସୀ ମୁଲକର ପାଠପଢ଼ି ନଥିବା ଡଗିଶା ମଳିକ। କନ୍ଧମାଳ ଜିଲ୍ଲା ବିନ୍ଦୁପଦର ଗାଁର ଡଗିଶାଙ୍କ ଉଦ୍ୟମ ଏବେ ଚର୍ଚ୍ଚାର ବିଷୟ ହୋଇଛି।

Advertisment
Kandhamal Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe