Advertisment

ବିଇଓ ଅଫିସ୍‌ରେ ଫାଇଲ୍‌ ଧରିଛି ଛତା !

ବର୍ଷା ଜଳ ପଡିବା ଫଳରେ କାର୍ଯ୍ୟାଳୟର ଅନେକ ଜରୁରୀ କାଗଜପତ୍ର ଭିଜିବା ସହିତ କମ୍ପ୍ୟୁଟର ମଧ୍ୟ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି ।

ଅଦ୍ୟତନ ହୋଇଛି
Block Education Office Koida

Block Education Office Koida

Advertisment

ଜୋରରେ ବର୍ଷା ହେଲେ ପାଣି ପଡୁଛି। ଖାଲି ବର୍ଷା ପାଣି ପଡୁନି ବେଳେବେଳେ ଛାତରୁ ଖଣ୍ଡେ ଖଣ୍ଡେ ପ୍ଲାଷ୍ଟର ବି ଖସିପଡୁଛି। ଏହି ଅବ୍ୟବସ୍ଥା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ। ଏହି କୋଠାର ସଠିକ୍ ଢଙ୍ଗରେ ତଦାରଖ କରାଯାଉ ନାହିଁ। ଫଳରେ ପୁରୁଣା କୋଠା ଘରଟି ଏବେ ସମ୍ପୂର୍ଣ୍ଣ ବିପଦ ଅବସ୍ଥାରେ ରହିଛି।

Advertisment

ବର୍ଷା ଋତୁ ଆରମ୍ଭ ହେବା ମାତ୍ରେ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଛାତ ଉପରୁ ବର୍ଷା ଜଳ ଗଳୁଛି। ଫଳରେ କାର୍ଯ୍ୟାଳୟ ଭିତରେ ବସି କାର୍ଯ୍ୟ କରିବା ଏକରକମ ଅସମ୍ଭବ ହୋଇପଡିଛି। ଏଭଳି ସ୍ଥିତିରେ ଛତା ହିଁ ଏକମାତ୍ର ସାହା ଭରଷା ସାଜିଛି। ଏମିତି କି କାନ୍ଥରୁ ପାଣି ଝରିବା ସହ ସମ୍ପୂର୍ଣ୍ଣ କୋଠା ଘରଟି ବିଦ୍ୟୁତ ଚାର୍ଜ ହୋଇଯାଉଥିବା ଅଭିଯୋଗ ହୋଇଛି। ବର୍ଷା ଜଳ ପଡ଼ିବା ଫଳରେ କାର୍ଯ୍ୟାଳୟର ଅନେକ ଜରୁରୀ କାଗଜପତ୍ର ଭିଜିବା ସହିତ କମ୍ପ୍ୟୁଟର ମଧ୍ୟ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।

ଏମିତିକି ଅନେକ ଦରକାରୀ କାଗଜପତ୍ରକୁ ଜରି ଦ୍ୱାରା ଘୋଡ଼ାଇ ରଖା ଯାଇଥିବା ଦେଖିବାକୁ ମିଳିଛି। ଫଳରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସମସ୍ତ କାର୍ଯ୍ୟ ଏକ ପ୍ରକାର ଠପ୍ ହେବାକୁ ବସିଲାଣି। ଏହି ଘଟଣା ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଆମେ ଅବଗତ ଅଛୁ, ବର୍ଷା ଋତୁ ପାଇଁ ତୁରନ୍ତ ଅନ୍ୟତ୍ର ଅଫିସ କାର୍ଯ୍ୟାଳୟ ନିଆଯିବା ପାଇଁ ବ୍ୟବସ୍ଥା କରାଯାଉଛି। 

Advertisment
Odisha Odisha Education Department
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe