Advertisment

ସ୍ମାର୍ଟ ସ୍କୁଲର ବିକଳ ଚିତ୍ର; ବିଜ୍ଞାନ ସାର୍‌ଙ୍କ ହାତରେ ୩ଟି କ୍ଲାସ୍‌ର ୨୦୯ ପିଲାଙ୍କ ଭାଗ୍ୟ

5-Tରେ ଅନ୍ତର୍ଭୁକ୍ତ ହେବା ପରେ ବଦଳିଥିଲା ସ୍କୁଲ ରୂପରେଖ। ୩୮ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିଲା ସ୍କୁଲ ବିଲ୍‌ଡିଂ, ସ୍ମାର୍ଟ କ୍ଲାସ୍‌ ରୁମ୍‌, ଇ-ଲାଇବ୍ରେରୀ, ଗେଟ୍‌ ପ୍ରମୁଖ ତିଆରି ହୋଇଥିଲା। ବାହାରୁ ଝଲମଲ ଦେଖାଯାଉଛି ସ୍କୁଲ।

author-image
Biswajit Samal
ଅଦ୍ୟତନ ହୋଇଛି
School

School

ଧନ୍ୟ ଆମ ଶିକ୍ଷା ବ୍ୟବସ୍ଥା! ରାଜ୍ୟ ସରକାର ସ୍ମାର୍ଟ ସ୍କୁଲ କଲେ। ଚକାଚକ ବିଲ୍‌ଡିଂ କଲେ। ଇ-ଲାଇବ୍ରେରୀ କଲେ। ହେଲେ ଶିକ୍ଷକ ନିଯୁକ୍ତି କରିବାକୁ ଭୁଲିଗଲେ। ତେଣୁ ୩ଟି କ୍ଲାସ୍‌ର ୨୦୯ ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି ଜଣେ ମାତ୍ର ବିଜ୍ଞାନ ଶିକ୍ଷକ। ଶିକ୍ଷାର ଏପରି ବିକଳ ଚିତ୍ର ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରୁ। 

Advertisment

୧୯୭୬ ମସିହାରେ ପ୍ରତିଷ୍ଠା ହୋଇଥିବା ବାଂଶଡ଼ା ହାଇସ୍କୁଲ। ଦୁଇ ବର୍ଷ ତଳେ ଏହି ସ୍କୁଲ 5-Tରେ ରୂପାନ୍ତରିତ ହୋଇଥିଲା। 5-Tରେ ଅନ୍ତର୍ଭୁକ୍ତ ହେବା ପରେ ବଦଳିଥିଲା ସ୍କୁଲ ରୂପରେଖ। ୩୮ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିଲା ସ୍କୁଲ ବିଲ୍‌ଡିଂ, ସ୍ମାର୍ଟ କ୍ଲାସ୍‌ ରୁମ୍‌, ଇ-ଲାଇବ୍ରେରୀ, ଗେଟ୍‌ ପ୍ରମୁଖ। ବାହାରୁ ଝଲମଲ ଦେଖାଯାଉଛି ସ୍କୁଲ। ହେଲେ ଦୁଃଖର ବିଷୟ ଏହି 5-T ସ୍କୁଲରେ ଶିକ୍ଷକ ନିଯୁକ୍ତ କରିବା ପାଇଁ ଭୁଲିଗଲେ ସରକାର। ଜଣେ ଶିକ୍ଷକରେ ଚାଲିଛି ସ୍କୁଲ୍‌। ସିଏ ପୁଣି ବିଜ୍ଞାନ ଶିକ୍ଷକ।

ସେପଟେ ଦେଖିବାକୁ ଗଲେ ସ୍କୁଲରେ ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ରହିଛି। ୨୦୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଜଣେ ମାତ୍ର ଶିକ୍ଷକରେ ଅଷ୍ଟମରେ ୬୩, ନବମରେ ୬୪ ଓ ଦଶମରେ ୮୨ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ପ୍ରଧାନଶିକ୍ଷକ ସର୍ବେଶ୍ଵର ପାଢ଼ୀ ଅଫିସ୍‌ କାମ କରିବା ସହିତ ୩ଟି କ୍ଲାସ୍‌କୁ ସମ୍ଭାଳୁଛନ୍ତି। ପାଳି କରି ପ୍ରତି ଶ୍ରେଣୀରେ ପଢ଼ାଉଛନ୍ତି। ସବୁଠାରୁ ଦୁଃଖର ବିଷୟ ସର୍ବେଶ୍ଵର ପାଢ଼ୀ ବିଜ୍ଞାନ ଶିକ୍ଷକ ହୋଇଥିଲେ ମଧ୍ୟ ଅନ୍ୟ ବିଷୟ ପଢ଼ାଉଛନ୍ତି। ସାର୍‌ ସାହିତ୍ୟ, ଇତିହାସ, ଇଂଲିଶି ପଢ଼ାଇଛନ୍ତି। ହେଲେ ହିନ୍ଦୀ ଓ ସଂସ୍କୃତ କେମିତି ପଢ଼ାଉଛନ୍ତି? ସତରେ ସେ କଣ ହିନ୍ଦୀ ଓ ସଂସ୍କୃତ ପଢ଼ାଉଛନ୍ତି ନା ଛାତ୍ରଛାତ୍ରୀଙ୍କ ମନ ବୁଝିବା ପାଇଁ କ୍ଲାସ୍‌ କରୁଛନ୍ତି।

Advertisment
Schoolଖେଳ ଛୁଟିରେ ପିଲାମାନେ ଖେଳୁଛନ୍ତି

ସ୍କୁଲର ଏ ଅବସ୍ଥା ଦେଖି ସେହି ଗାଁରେ ଥିବା ଜଣେ ଅବସରପ୍ରାପ୍ତ ଶିକ୍ଷକ ମଝିରେ ମଝିରେ ଆସି କ୍ଲାସ ନେଉଛନ୍ତି। ହେଲେ ସେ ସବୁଦିନ ଆସୁନାହାନ୍ତି। ବିନା ପାରିଶ୍ରମିକରେ କିଏ କାହିଁକି ପିଲାଙ୍କୁ ପାଠ ପଢ଼ାଇବ? ତାହାହେଲେ ଏଠି ପ୍ରଶ୍ନ ଉଠୁଛି ସ୍କୁଲରେ ପଢ଼ୁଥିବା ପିଲାମାନେ ପାଠ ପଢ଼ିବେ କେମିତି? ଆଗକୁ ମାଟ୍ରିକ୍‌ ପରୀକ୍ଷା ଥିବାରୁ ପିଲାମାନେ ପରୀକ୍ଷାରେ କ’ଣ ଲେଖିବେ? ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସ୍କୁଲରେ ଶୀଘ୍ର ଶିକ୍ଷକ ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି। 

ସ୍କୁଲରେ ଶିକ୍ଷକ ଅଭାବ ନେଇ ପ୍ରଧାନଶିକ୍ଷକ ସର୍ବେଶ୍ଵର ପାଢ଼ୀ କହିଛନ୍ତି, ଶିକ୍ଷକ ଅଭାବ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲି। ଏହା ପରେ ଜଣେ ଗେଷ୍ଟ ଶିକ୍ଷକ ଆସିଥିଲେ। ହେଲେ ସେ ଅଧାରୁ ଆସିଲେ ନାହିଁ। ତେଣୁ ପିଲାମାନଙ୍କୁ ପାଠ ପଢାଇବାରେ ବହୁ ସମସ୍ୟା ହେଉଛି ବୋଲି ଶ୍ରୀ ପାଢ଼ୀ କହିଛନ୍ତି। 

ସେପଟେ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭେନ୍ଦୁ ମହାରାଜ କହିଛନ୍ତି, ସ୍କୁଲରେ ଶିକ୍ଷକ ସମସ୍ୟା ରହିଛି। ଖୁବଶୀଘ୍ର ସମସ୍ୟା ସମାଧାନ କରିବା ପାଇଁ ଚେଷ୍ଟା କରିବି ବୋଲି କହିଛନ୍ତି।

ରିପୋର୍ଟ- ଚାନ୍ଦବାଲିରୁ ତ୍ରିଲୋଚନ ସାହୁ

School Smart School Bhadrak News Bhadrak