Advertisment

OUATରୁ ଶ୍ରୀକ୍ଷେତ୍ର ଗଲା ତୁଳସୀ ଓ ପଦ୍ମ

ଆଜି ମାଆ ତୁଳସୀଙ୍କୁ ଧୂପ ଓ ଝୁଣା ଲାଗି କରାଯାଇଥିଲା। ତା’ପରେ ମୁଣ୍ଡ ନୁଆଁଇ ମାଆ ବୃନ୍ଦାବତୀଙ୍କୁ ପ୍ରଣାମ କରି ତୁଳସୀ ପତ୍ର ଛିଣ୍ଡାଇବା ପାଇଁ ଅନୁମତି ମାଗିଥିଲେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ। ଆଉ ତା’ପରେ ତୋଳା ଆରମ୍ଭ ହୋଇଥିଲା ତୁଳସୀ।

Puri

Puri

Advertisment

ଦିନେ ଘାସ ବୁଦାରେ ପରିପୂର୍ଣ୍ଣ ହୋଇରହିଥିଲା। ଆଜି ସେଠାରେ ବୃନ୍ଦାବତୀଙ୍କ ଆସ୍ଥାନ। କଳା ଓ ଧଳା ତୁଳସୀ ଉଦ୍ୟାନର ପରିଣତ ହୋଇଛି। ଖାଲି ତୁଳସୀ ନୁହେଁ, ପାଖୁଡ଼ା ମେଲାଇ ଶାନ୍ତ ଜଳ ରାଶିରେ ଖିଲି ଖିଲି ହସୁଛି ପଦ୍ମ। ପୁରୀ ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ରରେ ପରିସରରେ ଥିବା ବଗିଚାରେ ଏପରିରେ ଦୃଶ୍ୟ ଦେଖିବାକୁ ମିଳୁଛି। ଗ୍ରୀଷ୍ମର ଅସମ୍ଭାଳ ତାତି ଭିତରେ ଏପରି କାର୍ଯ୍ୟ କରିଦେଖାଇଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ମହାବିଦ୍ୟାଳୟର ବୈଜ୍ଞାନିକ। ଆଜି ଏଠାରୁ ତୋଳାଇ ଯାଇ ପ୍ରଥମ ଥର ପାଇଁ ମହାପ୍ରଭୁ ଓ ମାଆ ଲକ୍ଷ୍ମୀଙ୍କ ସେବା ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ର ଯାଇଛି ତୁଳସୀ ଏବଂ ପଦ୍ମଫୁଲ।

Advertisment

ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ରରେ ୨୦ ଡ଼ିସିମିଲ୍‌ ଜମିରେ ସିମ୍ ଅଙ୍ଗନା ଓ ସିମ୍‌ ଆୟୁ ଉନ୍ନତ କିସମର ୭ ପଟାଳୀ କଳା ଏବଂ ୭ ପଟାଳୀ ଧଳା ତୁଳସୀ ଚାଷ ତୁଳସୀ କରାଯାଇଛି। ସେହିପରି ୫୦ ଡ଼ିସିମିଲ ଜମିରେ ହୋଇଥିବା ପୁଷ୍ପରିଣୀରେ ଗୋଲାପୀ ଓ ଧଳା ରଙ୍ଗର ପଦ୍ମ ଫୁଲ ଚାଷ କରାଯାଇଛି। କୃଷି ବିଜ୍ଞାନ କେନ୍ଦ୍ରର କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରବ ବଳରେ ଏହା ସମ୍ଭବପର ହୋଇପାରିଛି।

ଆଜି ମାଆ ତୁଳସୀଙ୍କୁ ଧୂପ ଓ ଝୁଣା ଲାଗି କରାଯାଇଥିଲା। ତା’ପରେ ମୁଣ୍ଡ ନୁଆଁଇ ମାଆ ବୃନ୍ଦାବତୀଙ୍କୁ ପ୍ରଣାମ କରି ତୁଳସୀ ପତ୍ର ଛିଣ୍ଡାଇବା ପାଇଁ ଅନୁମତି ମାଗିଥିଲେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ। ଆଉ ତା’ପରେ ତୋଳା ଆରମ୍ଭ ହୋଇଥିଲା ତୁଳସୀ। ଶୁଦ୍ଧ ପୂତ୍ତ ଭାବରେ ଗୋଟିଏ ପରେ ଗୋଟିଏ ତୁଳସୀ ପତ୍ର ତୋଳିବାରେ ଲାଗି ପଡ଼ିଥିଲେ କୃଷଇ ବିଜ୍ଞାନ କେନ୍ଦ୍ରର ସମସ୍ତ କର୍ମଚାରୀ। ମନରେ ଥିଲା ଅହେତୁକ ଭକ୍ତି ଭାବନା। ଖାଲି ତୁଳସୀ ପତ୍ର ନୁହେଁ, କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଥିବା ପୋଖରୀରୁ ପଦ୍ମ ଫୁଲ ମଧ୍ୟ ତୋଳା ଯାଇଥିଲା।

Advertisment

ମହାପ୍ରଭୁଙ୍କ ପୂଜାରେ ତୁଳସୀ ଓ ପଦ୍ମର ରହିଛି ମହତ୍ୱପୂର୍ଣ୍ଣ ଭୂମିକା। ତେଣୁ ପ୍ରତ୍ୟେକ ଗୁରୁବାର ୫୦ରୁ ୬୦ କେଜି ତୁଳସୀ ସାଙ୍ଗକୁ ୭୦ରୁ ୧୦୦ ଗୋଟି ପଦ୍ମ ଫୁଲ ପଠାଯିବ ବୋଲି କୃଷି ବିଜ୍ଞାନ କେନ୍ଦ୍ର ପୁରୀର ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର କହିଛନ୍ତି। ମହାପ୍ରଭୁଙ୍କ ସେବାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଲାଗିଥିବାରୁ ନିଜକୁ ଧନ୍ୟ ମଣୁଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ।

ରିପୋର୍ଟ- ପିପିଲିରୁ ଦ୍ଵିତୀକୃଷ୍ଣ ପଟ୍ଟନାୟକ

Puri Shreemandir Puri Sri Jagannath OUAT
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe