Advertisment

ଗୋଟିଏ ହାତର ପାପୁଲି ନଥିଲେ କ’ଣ ହେଲା? କିନ୍ତୁ ହାର ମାନିନାହାନ୍ତି

ରୁପା ତାରକସିରେ ଛତା ଆକୃତିର ପୂଜା ସାମଗ୍ରୀ ନିର୍ମାଣ କରି ଏହି କ୍ରାଫ୍ଟ ମେଳାରେ ବେଶ୍‌ ପ୍ରଶଂସିତ ହୋଇଛନ୍ତି। ଯେଉଁଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ଚମକିଛି କଟକର ତାରକସି କାରୁକାର୍ଯ୍ୟ। ଏବେ ଚାରିଆଡୁ ତାଙ୍କ ପାଖକୁ ଛୁଟୁଛି ସମ୍ବର୍ଦ୍ଧନାର ସୁଅ।

author-image
Manoranjan Sial
Cuttack

Cuttack

ଗୋଟିଏ ହାତର ପାପୁଲି ହରେଇଛନ୍ତି। କିନ୍ତୁ କମିନି ମନୋବଳ। ଥମିନି ଉତ୍ସାହ। ଅତି ସୂକ୍ଷ୍ମ ଓ ନିଖୁଣତାର ସହ ସେ ତିଆରି କରୁଛନ୍ତି ତାରକସି କାରୁକାର୍ଯ୍ୟ। କାରିଗର ପରିବାରରୁ ଆସିଥିବା କଟକ ସହରର ଇଏ ହେଉଛନ୍ତି ଚାନ୍ଦି କାରିଗର ପଙ୍କଜ ସାହୁ। ନିଜ ବାପାଙ୍କ ଠାରୁ ଏହି ସୂକ୍ଷ୍ମ କଳା ଶିଖି ନିଜ ହାତର ଯାଦୁଗରିରେ ତିଆରି କରୁଛନ୍ତି ଆକର୍ଷଣୀୟ କଳାକୃତି। ଯାହା ପାଇଁ ଗତ କିଛିଦିନ ତଳେ ଫରିଦାବାଦରେ ଅନୁଷ୍ଠିତ ୩୭ ତମ ଆନ୍ତର୍ଜାତିକ କ୍ରାଫ୍ଟ ମେଳାରେ ‘କଳାରତ୍ନ’ ସମ୍ମାନରେ ସମ୍ମାନିତ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ପଙ୍କଜ।

Advertisment

ରୁପା ତାରକସିରେ ଛତା ଆକୃତିର ପୂଜା ସାମଗ୍ରୀ ନିର୍ମାଣ କରି ଏହି କ୍ରାଫ୍ଟ ମେଳାରେ ବେଶ୍‌ ପ୍ରଶଂସିତ ହୋଇଛନ୍ତି। ଯେଉଁଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ଚମକିଛି କଟକର ତାରକସି କାରୁକାର୍ଯ୍ୟ। ଏବେ ଚାରିଆଡୁ ତାଙ୍କ ପାଖକୁ ଛୁଟୁଛି ସମ୍ବର୍ଦ୍ଧନାର ସୁଅ।

୧୯୯୪ ମସିହାରେ ତାରକସି କାରୁକାର୍ଯ୍ୟ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ ହୋଇଥିଲେ ପଙ୍କଜ। ୨୦୦୦ ମସିହାରେ ଏକ ଦୁର୍ଘଟଣାରେ ନିଜର ବାମ ହାତର ପାପୁଲି ହରାଇ ବସିଥିଲେ। ତେବେ ସେଥିରେ ନିରୁତ୍ସାହିତ ନହୋଇ ଗୋଟିଏ ହାତରେ ତାଙ୍କର ସାଧନା ଜାରି ରଖିଥିଲେ। କେବଳ ସେତିକି ନୁହେଁ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧିନ ଗୁରୁ ଶିଷ୍ୟ ପରମ୍ପରା ମାଧ୍ୟମରେ ନିଜେ ବହୁ ମହିଳା ଓ ପୁରୁଷଙ୍କୁ ତାଲିମ ପ୍ରଦାନ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଆଗେଇ ଆସିଛନ୍ତି। ସେଥିପାଇଁ ସେ କଟକ ସହରର କ୍ରାଫ୍ଟ ମ୍ୟାନ ଭାବେ ପରିଚିତି ପାଇଛନ୍ତି। ସେପଟେ ଆନ୍ତର୍ଜାତିକ ବଜାରରେ ତାରକସି କାରୁକାର୍ଯ୍ୟର ବିକ୍ରି ବ୍ୟବସ୍ଥା ହୋଇପାରିଲେ, ଏହି କଳାର ବିକାଶ ହୋଇପାରିବ ବୋଲି ପଙ୍କଜ ଆଶା ପ୍ରକାଶ ପାଇଛି।

Advertisment
Cuttack Cuttack Story