Advertisment

ପାନ୍ଥଶାଳା ଆଜି ଭୂତକୋଠୀ

୨୨ ଲକ୍ଷ ଟଙ୍କା ବ୍ୟୟରେ ୭ ବର୍ଷ ତଳେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ ପକ୍ଷରୁ ପାନ୍ଥଶାଳା ନିର୍ମାଣ କରାଯାଇଥିଲା। ମାତ୍ର ନିର୍ମାଣ ପରଠାରୁ ଆଜି ଯାଏଁ ଏହା କାର୍ଯ୍ୟକ୍ଷମ ହୋଇପାରି ନାହିଁ।

Kendrapara

Kendrapara

Advertisment

ଆସିଲାଣି ପର୍ଯ୍ୟଟନ ଋତୁ। ହେଲେ ପାନ୍ଥଶାଳା ଆଜି ପାଲଟିଛି ଭୂତକୋଠୀ। ରକ୍ଷଣା ବେକ୍ଷଣ ଅଭାବରୁ ଏହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ତାହାହେଲେ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ରହିବେ କେଉଁଠି? ପର୍ଯ୍ୟଟନ ଋତୁରେ ଏପରି ବିକଳ ଚିତ୍ର ଆସିଛି କେନ୍ଦ୍ରାପଡ଼ାରୁ। ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Advertisment

୨୨ କୋଟି ଟଙ୍କାରେ କେନ୍ଦ୍ରାପଡ଼ା ପୌରାଞ୍ଚଳ ୧୯ ନମ୍ୱର ୱାଡ଼ର ଗୋବିନ୍ଦଜିଉ ମନ୍ଦିର ନିକଟରେ ପାନ୍ଥଶାଳା ନିର୍ମାଣ କରାଯାଇଥିଲା। ପର୍ଯ୍ୟଟକଙ୍କ ରହଣୀ ପାଇଁ ବ୍ୟବସ୍ଥା କରାଯାଇଥିଲା। ହେଲେ ତାହା ଏବେ ଭୂତକୋଠି ପାଲଟିଲାଣି। ପାନ୍ଥଶାଳା ଭିତରେ ସବୁକିଛି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ବହାର ପଟୁ ଅନାବନା ଗଛ ମାଡ଼ିଯିବାରୁ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ରକ୍ଷଣା ବେକ୍ଷଣ ଅଭାବରୁ ଆଜି ଏହାର ଏଭଳି ସ୍ଥିତି। ଦୀର୍ଘ ଦିନ ହେଲା ବନ୍ଦ ପଡ଼ିବାରୁ ପାନ୍ଥଶାଳା ଏବେ ଅସାମାଜିକଙ୍କ ଆଡାସ୍ଥଳୀ ପାଲଟି ଗଲାଣି।

୨୨ ଲକ୍ଷ ଟଙ୍କା ବ୍ୟୟରେ ୭ ବର୍ଷ ତଳେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ ପକ୍ଷରୁ ପାନ୍ଥଶାଳା ନିର୍ମାଣ କରାଯାଇଥିଲା। ମାତ୍ର ନିର୍ମାଣ ପରଠାରୁ ଆଜି ଯାଏଁ ଏହା କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଭିତରେ ଥିବା ଆସବାବପତ୍ର ସବୁ ଖତ ଖାଇବାକୁ ବସିଥିବା ବେଳେ ବିଦ୍ୟୁତ୍ ସରଞ୍ଜାମ ସବୁ ଚୋରି ହୋଇଗଲାଣି। ଏନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପ୍ରତିବାଦରେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା। ଏ ସମ୍ପର୍କରେ ପର୍ଯ୍ୟଟନ ବିଭାଗର ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଏ ନେଇ ପ୍ରତିକ୍ରିୟା ଦେଇନାହାନ୍ତି। ଅନ୍ୟପଟେ ତୁରନ୍ତ ଏହାର ପୁନରୁଦ୍ଧାର କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

Advertisment

କେନ୍ଦ୍ରାପଡ଼ା ବାସିନ୍ଦା ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ଏହି ପାନ୍ଥଶାଳା ୨୦୧୬ ମସିହାରେ ନିର୍ମାଣ କରାଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ସେହି ଘରକୁ କାହାକୁ ହସ୍ତାନ୍ତର କରାଗଲା ନାହିଁ। ଏହା ସୁଯୋଗ ନେଇ ଅସାମାଜିକ ଯୁବକମାନେ ସେଠାରେ ଆଡ୍ଡା ଜମାଉଛନ୍ତି। ସେପଟେ କାମ ଅତି ନିମ୍ନମାନର ହୋଇଛି। ଅଳ୍ପଦିନରେ କାନ୍ଥରୁ ବାଲି ଝଡ଼ିଲାଣି। ଫାଟ ସୃଷ୍ଟି ହେଲାଣି ବୋଲି ପ୍ରଶାନ୍ତ କହିଛନ୍ତି।

ବତ୍ତର୍ମାନ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବା ବେଳେ ତୁରନ୍ତ ଏହି ପାନ୍ଥନିବାସର ପୁନରୁଦ୍ଧାର ହେଲେ ପର୍ଯ୍ୟଟକମାନେ ଉପକୃତ ହୋଇପାରିବେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

ରିପୋର୍ଟ- କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

Kendrapara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe