Advertisment

ପଟ୍ଟଚିତ୍ର ରାଣୀ ସୌଦାମିନୀ! ଦେଖାଉଛନ୍ତି ରୋଜଗାରର ରାସ୍ତା

ସୌଦାମିନୀ କଳାରେ ବିଏ ପାସ୍‌ କରିବା ପରେ ପଟ୍ଟଚିତ୍ର ଭଳି ଏକ ହସ୍ତକଳାକୁ ବୃତ୍ତି ଭାବେ ଗ୍ରହଣ କରିଥିଲେ। ପରେ ପଟ୍ଟଚିତ୍ର ଶିଳ୍ପୀ ଶରତ ଚନ୍ଦ୍ର ପ୍ରଧାନଙ୍କୁ ବିବାହ କରିଥିଲେ। ତା’ପରଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Soudamini

Soudamini

ପଟ୍ଟଚିତ୍ର ରାଣୀ ସୌଦାମିନୀ ସ୍ୱାଇଁ। ନିଜେ ସ୍ୱାବଲମ୍ୱି ହୋଇଛନ୍ତି। ଆଉ ଶତାଧିକ ଯୁବତୀ ଓ ଅସହାୟ ମହିଳାଙ୍କୁ ତାଲିମ ଦେଇ ରୋଜଗାରର ରାସ୍ତା ଦେଖାଇପାରିଛନ୍ତି। ସ୍ୱାମୀଙ୍କ ସହିତ ମିଶି ଗଢ଼ିଛନ୍ତି ପଟ୍ଟଚିତ୍ର ତାଲିମ କେନ୍ଦ୍ର। ପୁରୀ ଜିଲ୍ଲାରୁ ଆସିଛି ଏପରି ଭଲ ଖବର।

Advertisment

ନିମାପଡା ବ୍ଲକ୍‌ ନାହାନ୍ତରା ଗାଁର ଝିଅ ସୌଦାମିନୀ ସ୍ୱାଇଁ। ଅଭାବ ଅନଟନ ଭିତରେ ବିତିଛି ବାଲ୍ୟାବାସ୍ଥା। ହେଲେ ହାର ମାନିନାହାନ୍ତି। ପ୍ରତି ପାହାଚରେ କରିଛନ୍ତି ସଂଘର୍ଷ। ଯେଉଁଥିପାଇଁ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି। ସୌଦାମିନୀ ଜଣେ ମେଧାବୀ ଥିଲେ। ଗାଁ ସ୍କୁଲରେ ଆରମ୍ଭ ହୋଇଥିଲା ତାଙ୍କର ପାଠ ପଢ଼ା। ତା’ ସହିତ ଚିତ୍ର କଳା ପ୍ରତି ତାଙ୍କର ଥିଲା ବିଶେଷ ରୁଚି। ସେଥିପାଇଁ ପର୍ବପାର୍ବଣୀରେ ଝୋଟି ଆଙ୍କୁଥିଲେ। ଝିଅର ଚିତ୍ର କଳା ପ୍ରତି ଥିବା ଆଗ୍ରହ, ବାପା ଯଦୁମଣୀ ସ୍ୱାଇଁଙ୍କ ନଜରକୁ ଆସିଥିଲା। ତେଣୁ ଗୁରୁ ସୋମନାଥ ନାୟକଙ୍କ ନିକଟରେ ପଟ୍ଟଚିତ୍ର ଶିଖିବାର ବ୍ୟବସ୍ଥା କରିଥିଲେ।

ସୌଦାମିନୀ କଳାରେ ବିଏ ପାସ୍‌ କରିବା ପରେ ପଟ୍ଟଚିତ୍ର ଭଳି ଏକ ହସ୍ତକଳାକୁ ବୃତ୍ତି ଭାବେ ଗ୍ରହଣ କରିଥିଲେ। ପରେ ପଟ୍ଟଚିତ୍ର ଶିଳ୍ପୀ ଶରତ ଚନ୍ଦ୍ର ପ୍ରଧାନଙ୍କୁ ବିବାହ କରିଥିଲେ। ତା’ପରଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ସ୍ୱାମୀଙ୍କ ସହ ମିଶି ପଟ୍ଟଚିତ୍ରକୁ ପେଶା ଭାବେ ଗ୍ରହଣ କରିଛନ୍ତି। ଜଗନ୍ନାଥ ସଂସ୍କୃତି, ପ୍ରାଚୀନ ପୁରାଣ ଯେମିତି ମହାଭାରତ, ରାମାୟଣ, ଗଣେଶ ଲୀଳା, କୃଷ୍ଣ ଲୀଳା ଓ ଆଦିବାସୀ ସଂସ୍କୃତିକୁ ପଟ୍ଟଚିତ୍ରର ରୂପ ଦେଇ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି। ପଟ୍ଟଚିତ୍ର ଭଳି ହସ୍ତକଳା କ୍ଷେତ୍ରରେ ଅବଦାନ ପାଇଁ ସୌଦାମିନୀ ଓ ତାଙ୍କ ସ୍ୱାମୀ ଶରତ ଚନ୍ଦ୍ର ପ୍ରଧାନ ରାଜ୍ୟସ୍ତରରେ ଏବଂ ଜାତୀୟ ସ୍ତରରେ ଅନେକ ସମ୍ମାନର ଅଧିକାରୀ ହୋଇପାରିଛନ୍ତି।

Advertisment
Soudaminiନିଜ ଗୁରୁକୂଳରେ ଛାତ୍ରୀଙ୍କ ଗହଣରେ ସୌଦାମିନୀ

ସୌଦାମିନୀଙ୍କ ସ୍ୱାମୀ ଶରତ ଚନ୍ଦ୍ର ପ୍ରଧାନ କହିଛନ୍ତି, ସୌଦାମିନୀ ପଟ୍ଟଚିତ୍ର ତାଲିମ ନେଇଥିଲେ। ବିବାହ ପରେ ଏକାଠୀ ପଟ୍ଟଚିତ୍ର କାମ କରୁଛୁ। ଏଥିରେ ସେ ବହୁତ ଖୁସି ଅଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Soudaminiସ୍ୱାମୀଙ୍କ ସହିତ ସୌଦାମିନୀ

ସୌଦାମିନୀ ନିଜେ ସ୍ୱାବଲମ୍ବୀ ହେବା ସହ ନିମାପଡା ଆଖପାଖ ଗାଁ ଗଣ୍ଡାର ଗରିବ ମହିଳାଙ୍କୁ ତାଲିମ ଦେଇ ରୋଜଗାରର ପନ୍ଥା ଦେଖାଇଛନ୍ତି। ପଟ୍ଟଚିତ୍ର ହସ୍ତକଳା ଆଙ୍କି ମହିଳାମାନେ ବେଶ ଲାଭବାନ ହେଉଛନ୍ତି। ପଟ୍ଟଚିତ୍ର ତାଲିମ ଦେବା ପାଇଁ ସ୍ୱାମୀଙ୍କ ସହ ମିଶି ନିଜ ଗାଁ ନିକଟସ୍ଥ ଗୋପାଳପୁରଠାରେ ପ୍ରତିଷ୍ଠା କରିଛନ୍ତି ଭୋଳାନାଥ ଗୁରୁକୂଳ। ଏବେ ଏଠାରେ ଅନେକ ଯୁବତୀ ଓ ନିରାଶ୍ରୟ ମହିଳା ତାଲିମ ନେଇ ସ୍ୱାବଲମ୍ବୀ ହୋଇପାରିଛନ୍ତି।

ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି

Puri