Advertisment

5-T ସ୍କୁଲରେ ଖେଳ ଶିକ୍ଷକ ପଢ଼ାଉଛନ୍ତି ଗଣିତ ଓ ବିଜ୍ଞାନ

୨୦ କିମି ଦୂରରେ ଥିବା ଏକ ସ୍କୁଲ ପ୍ରଧାନଶିକ୍ଷକ ଏହି ସ୍କୁଲର ଦାୟିତ୍ୱରେ ଅଛନ୍ତି। ଦୁଇଟି ସ୍କୁଲର ଦାୟିତ୍ୱ ତାଙ୍କ ମୁଣ୍ଡରେ ଥିବାରୁ ସେ ପ୍ରତିଦିନ ଆସୁନାହାନ୍ତି। ଯେଉଁଦିନ ଆସୁଛନ୍ତି କେବଳ ଅଫିସ୍‌ରେ ବସି ଫାଇଲ ଚାଷ କରି ଫେରୁଛନ୍ତି।

5-T School

5-T School

Advertisment

ଅଜ ଗଜବ ବ୍ୟବସ୍ଥା। ସ୍ମାର୍ଟ କରିବା ଚକ୍କରରେ ସ୍ମାର୍ଟ ସ୍କୁଲ ନିର୍ମାଣ କରିଦେଲେ ସରକାର। ହେଲେ ଶିକ୍ଷକ ନିଯୁକ୍ତି କଥା ଭୁଲିଗଲେ। ତେଣୁ 5-T ସ୍କୁଲରେ ପିଲାମାନଙ୍କୁ ଖେଳ ଶିକ୍ଷକ ପଢ଼ାଉଛନ୍ତି ଗଣିତ ଓ ବିଜ୍ଞାନ। ଶିକ୍ଷା ବିଭାଗର ଏପରି ବିଚିତ୍ର ଚିତ୍ର ଆସିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରୁ।

Advertisment

ଶିକ୍ଷାର ଆଲୁଅ ଜଳାଇବା ପାଇଁ ୧୯୬୬ ମସିହାରେ ପୁଟିଣେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଏଠାରେ ନବମ ଓ ଦଶମ ଦୁଇଟି ଶ୍ରେଣୀ ରହିଛି। ଏହି ଦୁଇ ଶ୍ରେଣୀରେ ପାଠ ପଢ଼ୁଛନ୍ତି ୧୨୯ ଛାତ୍ରଛାତ୍ରୀ। ନବମ ଶ୍ରେଣୀରେ ୫୬ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଦଶମରେ ୭୩ ଜଣ ପିଲା ପଢ଼ୁଛନ୍ତି। ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି ଖେଳ ଶିକ୍ଷକଙ୍କୁ ମିଶାଇ ୩ ଜଣ ଶିକ୍ଷକ। ସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି।

୨୦ କିମି ଦୂରରେ ଥିବା ଏକ ସ୍କୁଲ ପ୍ରଧାନଶିକ୍ଷକ ଏହି ସ୍କୁଲର ଦାୟିତ୍ୱରେ ଅଛନ୍ତି। ଦୁଇଟି ସ୍କୁଲର ଦାୟିତ୍ୱ ତାଙ୍କ ମୁଣ୍ଡରେ ଥିବାରୁ ସେ ପ୍ରତିଦିନ ଆସୁନାହାନ୍ତି। ଯେଉଁଦିନ ଆସୁଛନ୍ତି କେବଳ ଅଫିସ୍‌ରେ ବସି ଫାଇଲ ଚାଷ କରି ଫେରୁଛନ୍ତି। ତାହାହେଲେ ପିଲାମାନଙ୍କୁ ପାଠ ପଢ଼ାଇବ କିଏ? କେମିତି ପିଲାମାନେ ପାଠ ପଢ଼ିବ? ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଏହି ସ୍କୁଲର ଖେଳ ଶିକ୍ଷକ ପଢ଼ାଉଛନ୍ତି ବିଜ୍ଞାନ ଓ ଗଣିତ। ଅର୍ଥାତ ଖେଳ ଶିକ୍ଷକ ପିଲାମାନଙ୍କୁ ବିଜ୍ଞାନ ଓ ଗଣିତର ଫର୍ମୁଲା ଦେଉଛନ୍ତି।

Advertisment

ଆଉ ଅନ୍ୟ ଦୁଇ ଜଣ ଶିକ୍ଷକ ବାକି ବିଷୟକୁ କଷ୍ଟେମଷ୍ଟେ ପଢ଼ାଉଛନ୍ତି। ସେପଟେ ଫେବ୍ରୁଆରୀ ୨୦ ତାରିଖରୁ ଆରମ୍ଭ ହେଉଛି ମାଟ୍ରିକ୍‌ ପରୀକ୍ଷା। ହେଲେ ଶିକ୍ଷକ ଅଭାବରୁ ଆଜି ଯାଏଁ ହିନ୍ଦୀ, ସଂସ୍କୃତ, ଗଣିତ, ବିଜ୍ଞାନ ବିଷୟର ପାଠ ପଢ଼ା ସରିନି। ତାହାହେଲେ ଦଶମ ଶ୍ରେଣୀରେ ପଢ଼ୁଥିବା ୭୫ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ କଣ ଲେଖିବେ? ଏବେ ଏପରି ନାନା ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି।

ସ୍କୁଲରେ ଶିକ୍ଷକ ଅଭାବ ନେଇ ଅଭିଭାବକମାନେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଗୁହାରୀ କରିଥିଲେ। ଶିକ୍ଷକ ନିଯୁକ୍ତ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଜିଲ୍ଲାପାଳ। ହେଲେ ଆଜି ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ଦିଆଗଲା ନାହିଁ। ପରେ ଅଭିଭାବକମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଜଣାଇଥିଲେ। ସେଠାରୁ ମଧ୍ୟ ନିରାଶ ହେବାକୁ ପଡ଼ିଥିଲା। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଉଛି।

ସବୁଠାରୁ ଦଃଖଦ ବିଷୟ ହେଉଛି ସ୍କୁଲରେ ଆବଶ୍ୟକ ସଂଖକ ଶିକ୍ଷକ ନାହାନ୍ତି। ତେଣୁ ପିଲାମାନେ ପାଠ ପଢ଼ି ପାରୁନାହାନ୍ତି। ସେପଟେ ଜିଲ୍ଲା ପ୍ରଶାସନ ସ୍କୁଲକୁ ସ୍ମାର୍ଟ କରୁଛନ୍ତି। 5-Tରେ ଅନ୍ତର୍ଭୁକ୍ତ ହେବା ପରେ ସ୍କୁଲରେ ନୂଆ ବିଲ୍‌ଡିଂ, ସ୍ମାର୍ଟ କ୍ଲାସ୍‌ ରୁମ୍‌, ଡିଜିଟାଲ୍‌ ଲାଇବ୍ରେରୀ, ଶୌଚାଳୟ, ଗେଟ୍‌ ପ୍ରମୁଖ ତିଆରି କରାଯାଇଛି। ବାହାରୁ ଚାକାଚକ ଦେଖା ଯାଉଛି ସ୍କୁଲ। ହେଲେ ଶିକ୍ଷକ ନାହାନ୍ତି ବୋଲି ଜାଣିନାହାନ୍ତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର। ତେଣୁ ପିଲାମାନଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦିଆଯାଇଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଶିକ୍ଷକ ନିଯୁକ୍ତି ନ ହେଲେ ଆଗାମୀ ଦିନରେ ସ୍କୁଲରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି।

ଜଣେ ଅଭିଭାବକ ବାଙ୍କବିହାରୀ ମହାପାତ୍ର କହିଛନ୍ତି, ରାଜ୍ୟ ସରକାର ସ୍କୁଲରେ 5-Tରେ ଅନ୍ତର୍ଭୁକ୍ତ କରିଦେଲେ। ହେଲେ ଶିକ୍ଷକ ଦେଲେନି। ପାଠ ପଢ଼ା କେମିତି ହେବ? ବର୍ତ୍ତମାନ ସ୍କୁଲର ବିଜ୍ଞାନ, ଗଣିତ, ହିନ୍ଦୀ, ସଂସ୍କୃତ ନାହାନ୍ତି। ଏପରି ସ୍ଥିତିରେ ପିଲାମାନେ ମାଟ୍ରିକ ପରୀକ୍ଷାରେ କ’ଣ ଲେଖିବେ ବୋଲି ପ୍ରଶ୍ନ କରିଛନ୍ତି ବାଙ୍କବିହାରୀ ବାବୁ।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore Smart School 5T
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe