Advertisment

ବିଧାୟକଙ୍କ ସମ୍ପତ୍ତି ବଢ଼ିଛି 73%!

1285 ବିଧାୟକ ପ୍ରାର୍ଥୀଙ୍କ ଭିତରେ ସବୁଠାରୁ ଅଧିକ ସମ୍ପତ୍ତି ଥିବା ବିଧାୟକ ପ୍ରାର୍ଥୀ ହେଉଛନ୍ତି ବିଜେପିର ଦିଲୀପ ରାୟ।

ଅଦ୍ୟତନ ହୋଇଛି
ADR

ADR

Advertisment

2024 ସାଧାରଣ ନିର୍ବାଚନରେ ବିଭିନ୍ନ ଦଳର 103ଜଣ ବିଧାୟକ ପ୍ରାର୍ଥୀ ପୁଣି ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କର ହାରାହାରି ସମ୍ପତ୍ତି ପରିମାଣ 5 ବର୍ଷରେ 4 କୋଟିରୁ 7 କୋଟି ହୋଇଛି। ଅର୍ଥାତ୍ 73% ବୃଦ୍ଧି ପାଇଛି। ଏଥିରୁ ବିଜେଡିରୁ 74ଜଣ ପୁଣି ଥରେ ଟିକଟ ପାଇ ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କ ହାରାହାରି ସମ୍ପତ୍ତି 5 କୋଟିରୁ 8 କୋଟି ଅର୍ଥାତ୍ ପ୍ରାୟ 54 ପ୍ରତିଶତ ବଢ଼ିଛି। ବିଜେପିର 21ଜଣ ବିଧାୟକ ପୁଣି ଟିକେଟ ପାଇଛନ୍ତି। ସେମାନଙ୍କ ହାରାହାରି ସମ୍ପତ୍ତି 1 କୋଟିରୁ 2 କୋଟି ହୋଇଛି। ଅର୍ଥାତ୍ ପ୍ରାୟ 74 % ବଢ଼ିଛି। କଂଗ୍ରେସର 5ଜଣ ବିଧାୟକ ପୁଣି ଟିକେଟ ପାଇଛନ୍ତି। ସେମାନଙ୍କ ହାରାହାରି ସମ୍ପତ୍ତି 1 କୋଟିରୁ 3 କୋଟି ହୋଇଛି ଅର୍ଥାତ୍ ପ୍ରାୟ 122 % ବଢ଼ିଛି।

Advertisment

1285 ବିଧାୟକ ପ୍ରାର୍ଥୀଙ୍କ ଭିତରେ ସବୁଠାରୁ ଅଧିକ ସମ୍ପତ୍ତି ଥିବା ବିଧାୟକ ପ୍ରାର୍ଥୀ ହେଉଛନ୍ତି ବିଜେପିର ଦିଲୀପ ରାୟ। ତାଙ୍କ ପାଖରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମିଶି ମୋଟ 313 କୋଟି ଟଙ୍କାର ସମ୍ପତ୍ତି ରହିଛି। ତାଙ୍କ ତଳକୁ ବିଜେପିର ସନାତନ ମହାକୁଡ଼ଙ୍କ ପାଖରେ 227 କୋଟି, ବିଜେପିର ବସ୍ତା ପ୍ରାର୍ଥୀ ସୁବାସିନୀ ଜେନାଙ୍କ ପାଖରେ 135 କୋଟି, ସୌମ୍ୟରଂଜନ ପଟ୍ଟନାୟକଙ୍କ ପାଖରେ 122 କୋଟି ଓ ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କ ପାଖରେ 120 କୋଟିର ସମ୍ପତ୍ତି ରହିଛି। ଏମିତି ଅନେକ ପ୍ରାର୍ଥୀ ଅଛନ୍ତି ଯେଉଁମାନଙ୍କ ପାଖରେ ମାତ୍ର 1 ହଜାର କିମ୍ବା 2 ହଜାର ଟଙ୍କାର ସମ୍ପତ୍ତି ରହିଥିବା ଦର୍ଶାଇଛନ୍ତି। ଅଧିକ ଋଣ କରିଥିବା ବିଧାୟକ ପ୍ରାର୍ଥୀଙ୍କ ଭିତରେ ସୌମ୍ୟ ପଟ୍ଟନାୟକ ଶୀର୍ଷରେ ଅଛନ୍ତି। ତାଙ୍କ ଋଣ ପରିମାଣ 106 କୋଟି, ସୁବାସିନୀ ଜେନାଙ୍କ ଋଣ 29 କୋଟି ଓ ନିରଂଜନ ପଟ୍ଟନାୟକଙ୍କ ଋଣ 20 କୋଟି ରହିଥିବା ଦର୍ଶାଇଛନ୍ତି। 

ଆୟକର ବିବରଣୀକୁ ଦେଖିଲେ, ବର୍ଷକୁ ସବୁଠାରୁ ଅଧିକ ଆୟ କରୁଥିବା ପ୍ରାର୍ଥୀଙ୍କ ଭିତରେ ଅଛନ୍ତି ଦୀପାଳି ଦାସ। ତାଙ୍କର ବାର୍ଷିକ ଆୟ ପ୍ରାୟ 6 କୋଟି ରହିଛି। ସେମିତି ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ବାର୍ଷିକ ଆୟ 5 କୋଟି ଓ ସୁବାସିନୀ ଜେନାଙ୍କ ବାର୍ଷିକ ଆୟ 3 କୋଟି ରହିଥିବା ଦର୍ଶାଇଛନ୍ତି। ଦିଲୀପ ରାୟ ତାଙ୍କ ବାର୍ଷିକ ଆୟ ପାଖାପାଖି 3 କୋଟି ରହିଥିବା ଦର୍ଶାଇଛନ୍ତି।

Advertisment

ବିଜେଡିର 88 ପ୍ରତିଶତ ପ୍ରାର୍ଥୀ କୋଟିପତି ହୋଇଥିବାବେଳେ, ବିଜେପିର 65 ପ୍ରତିଶତ, କଂଗ୍ରେସର 61 ପ୍ରତିଶତ ଓ ଆପ୍‌ର 27 ପ୍ରତିଶତ କୋଟିପତି ପ୍ରାର୍ଥୀ ଅଛନ୍ତି। ପୁଣି ଥରେ ନିର୍ବାଚନ ଲଢ଼ୁଥିବା 5 ବିଧାୟକ ପ୍ରାର୍ଥୀଙ୍କର ସମ୍ପତ୍ତି 5 ବର୍ଷରେ କମିଯାଇଛି। ଦୀପାଳି ଦାସଙ୍କ ସମ୍ପତ୍ତି 40 କୋଟିରୁ 37 କୋଟି, ଅନନ୍ତ ନାରାୟଣ ଜେନାଙ୍କ ସମ୍ପତ୍ତି 3 କୋଟିରୁ 1 କୋଟି, ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସମ୍ପତ୍ତି 3 କୋଟିରୁ 2 କୋଟି ହୋଇଯାଇଛି।

ଏଥର ନିର୍ବାଚନରେ ସବୁଠାରୁ ଅଧିକ ବୟସର ପ୍ରାର୍ଥୀଙ୍କ ଭିତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସବୁଠୁ ଅଧିକ ବୟସରେ କେନ୍ଦୁଝର ପାଟଣାରୁ ନିର୍ବାଚନ ଲଢ଼ୁଛନ୍ତି କଂଗ୍ରେସ ପ୍ରାର୍ଥୀ ହୃଷୀକେଶ ନାୟକ। ତାଙ୍କର ବୟସ ସର୍ବାଧିକ 83 ବର୍ଷ ରହିଛି। ତା ପରେ ନିରଂଜନ ପଟ୍ଟନାୟକଙ୍କ ବୟସ 81 ରହିଛି।  ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ବୟସ 80 ରହିଛି। ସେମିତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୟସ 77 ରହିଛି।

ନିର୍ବାଚନ ରାଜନୀତିରେ କ୍ରମଶଃ ଅଧିକ ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀ ପ୍ରବେଶ କରୁଛନ୍ତି। ବିଜେପିର 58% ପ୍ରାର୍ଥୀଙ୍କ ନାଁରେ 5 ବର୍ଷରୁ ଅଧିକ ଦଣ୍ଡ ପାଇବା ଭଳି ଗୁରୁତର ମାମଲା ଥିବାବେଳେ କଂଗ୍ରେସର 30 ପ୍ରତିଶତ ଓ ବିଜେଡିର 22 ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଗୁରୁତର ମାମଲା ରହିଛି। ଆସୋସିଏସନ୍ ଫର ଡେମୋକ୍ରାଟିକ ରିଫର୍ମସ ବା ଏଡିଆର ପକ୍ଷରୁ ଜାରି କରାଯାଇଥିବା ଏହି ରିପୋର୍ଟରେ ଦଳଗୁଡ଼ିକ ବିନା କାରଣରେ ଅଧିକ ଧନଶାଳୀ ଓ ଅପରାଧିକ ପ୍ରାର୍ଥୀଙ୍କୁ ଟିକେଟ ଦେଉଥିବା ଦର୍ଶାଯାଇଛି।

ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନଗୋଙ୍କ ରିପୋର୍ଟ 

Dillip Ray Deepali Das ADR Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe