Advertisment

ଦୟନୀୟ ହେଲାଣି ସ୍କୁଲ୍ ଘର, ପ୍ରଶାସନର ନିଘା ନାହିଁ

ଏବେ ଏହି ସ୍କୁଲରେ ୫୭୭ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ସେମାନଙ୍କୁ ପଢ଼ାଇବାକୁ ୧୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଛନ୍ତି।

author-image
Biswajit Samal
ଅଦ୍ୟତନ ହୋଇଛି
Bhadrak

Bhadrak

ଭଦ୍ରକର ପୁରୁଣାବଜାରସ୍ଥିତ ଦଧିବାମନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୮୪୧ ମସିହାରେ ସ୍ଥାପିତ ହୋଇଥିଲା। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଛି। ଏବେ ଏହି ସ୍କୁଲରେ ୫୭୭ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ସେମାନଙ୍କୁ ପଢ଼ାଇବାକୁ ୧୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଛନ୍ତି। କିନ୍ତୁ ସ୍କୁଲରେ ନାହିଁ ଶୈକ୍ଷିକ ବାତାବରଣ। 

Advertisment

ସ୍କୁଲଟିର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇଗଲାଣି। ଶ୍ରେଣୀ ଗୃହରେ ଗୁଡ଼ିକରେ ପଡ଼ିଥିବା ଆଜବେଷ୍ଟସଗୁଡ଼ିକ ନଷ୍ଟ ହୋଇଗଲାଣି। ବର୍ଷା ହେଲେ ପାଣି ଗଳୁଛି। ବର୍ଷା ଦିନେ ପିଲେ ବାରଣ୍ଡାରେ କିମ୍ବା ଅନ୍ୟ ଶ୍ରେଣୀ ଗୃହରେ ବସନ୍ତି। ଯେଉଁ ଶ୍ରେଣୀ ଗୃହ ଗୁଡ଼ିକ ଛାତ ଘରେ ଚାଲିଛି, ସେଗୁଡ଼ିକରୁ କଂକ୍ରିଟ୍ ଛାଡ଼ିବା ଆରମ୍ଭ କଲାଣି।

ଶ୍ରେଣୀଗୃହ ଗୁଡ଼ିକ ଛୋଟ ଛୋଟ ହୋଇଥିବା ବେଳେ ପିଲା ଅଧିକ ଅଛନ୍ତି। ତେଣୁ ସେମାନଙ୍କୁ ବସି ପାଠପଢ଼ିବାରେ ଅସୁବିଧା ହେଉଛି। ଶ୍ରେଣୀ ଗୃହ ଅଭାବ ସମସ୍ୟା ମଧ୍ୟ ଏହି ସ୍କୁଲରେ ରହିଛି। ତେଣୁ ରୋଷେଇ ଘରେ ଓ ବାରଣ୍ଡାରେ ପାଠପଢ଼ା ହୁଏ। କିଛି ଶ୍ରେଣୀ ଗୃହରେ ଫ୍ୟାନ୍ ଲାଗିଛ। କିନ୍ତୁ ସେଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ କରାଯାଇ ନାହିଁ। 

Advertisment

ବିଦ୍ୟାଳୟ ନିକଟରେ ଏକ ପଖୋରୀ ଅଛି। ଏହା ପଙ୍କରେ ଭର୍ତ୍ତି ହୋଇଛି। ଅଳିଆ ଆବର୍ଜନା ତା’ ପାଖରେ ପଡୁଛି। ବର୍ଷା ଦିନେ ପୋଖୀରରେ ପାଣି ଅଧିକ ହୋଇଗଲେ ତାହା ସ୍କୁଲକୁ ମାଡ଼ି ଆସେ। ପୁଣି ସ୍କୁଲ୍ ପାଖରେ ପୋଖରୀ ଥିବାରୁ କେତେବେଳେ ବି ଅଘଟଣ ଘଟିବାର ଆଶଙ୍କା ରହିଛି। କିନ୍ତୁ ସେଥିପ୍ରତି କାହାରି ନିଘା ନାହିଁ।

ସେହିପରି ଠିକ୍‌ରେ ପାଠ ପଢ଼ା ମଧ୍ୟ ହେଉ ନଥିବା ଅଭିଯୋଗ ହୋଇଛି। ୧୦ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଥିଲାବେଳେ ଅନେକ ସମୟରେ ସେମାନେ ସ୍କୁଲ୍‌କୁ ଆସୁ ନଥିବା ଅଭିଯୋଗ ହୋଇଛି। ଏନେଇ ଅଭିଭାବକ ଓ ପିଲାମାନେ ଅଭିଯୋଗ କରିବା ସତ୍ତ୍ଵେ ବି କିଛି ସୁଧାର ହେଉ ନାହିଁ।

ଭଦ୍ରକ ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ କହିଛନ୍ତି ସ୍କୁଲର ସମସ୍ତ ସମସ୍ୟା ଦୂର କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ। ଶ୍ରେଣୀ ଗୃହ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି। 

ରିପୋର୍ଟ- ଭଦ୍ରକରୁ ପାର୍ଥ ସାରଥି ନାୟକ

School Reopening Of Schools Bhadrak