Advertisment

ବିପଦରେ ମହାନଦୀ, ପିଇବା ଓ ଗାଧୁଆ ଉପଯୋଗୀ ନୁହେଁ!

ଖାଲି ସମ୍ବଲପୁର କାହିଁକି, ବୌଦ୍ଧର ଚିତ୍ର ବି କିଛି କମ୍ ବିକଳ ନୁହେଁ। ନଦୀ କୂଳରେ କୁଢ଼ କୁଢ଼ ଆବର୍ଜନା। ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ପ୍ଲାଷ୍ଟିକ ଓ ଅନ୍ୟ ବର୍ଜ୍ୟବସ୍ତୁ ମହାନଦୀ ପ୍ରତି ବିପଦ ସୃଷ୍ଟି କରିଛି।

ଅଦ୍ୟତନ ହୋଇଛି
Mahanadi River

Mahanadi River

Advertisment

ପ୍ରଦୂଷଣ ସଙ୍କଟ ପାଇଁ ବିପଦରେ ମହାନଦୀ। ଏହାର ଜଳର ମାନକୁ ନେଇ ଉଦବେଗ ପ୍ରକାଶ ପାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ ସୂଚନା ଅନୁସାରେ। ମହାନଦୀର ଜଳ ଅନେକ ସ୍ଥାନରେ ବ୍ୟବହାର ଅନୁପଯୋଗୀ ଓ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ। ଏଭଳି ସ୍ଥିତିରେ ମହାନଦୀକୁ ଅକାଳ ମୃତ୍ୟୁରୁ ରୋକିବାକୁ ବେଳ ଥାଉ ଥାଉ ପ୍ରଶାସନ ଯଥାଶୀଘ୍ର ଉଚିତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।

Advertisment

ସମ୍ବଲପୁରର ମହାନଦୀ ଜଳଜଳ ଦିଶୁଛି ଜଳର ଦୁଃସ୍ଥିତି। ଫେବୃଆରୀରେ ସମ୍ବଲପୁରର ୪ଟି ସ୍ଥାନରୁ ମହାନଦୀ ଜଳ ନମୁନା ପରୀକ୍ଷା କରି ଏହାକୁ 'ସି' ଶ୍ରେଣୀଭୁକ୍ତ ଦର୍ଶାଇଥିଲା ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ। ଅର୍ଥାତ୍ ଏହା ବ୍ୟବହାର ଅନୁପଯୋଗୀ ଓ ଏଥିରେ ରହିଛି ଜଣ୍ଡିସ ସୃଷ୍ଟିକାରୀ ବ୍ୟାକ୍ଟେରିଆ। ପିଇବା ତ ଦୂରର କଥା ଗାଧୁଆ ଯୋଗ୍ୟ ବି ନୁହେଁ। ହେଲେ ବାସ୍ତବ ସ୍ଥିତିକୁ ଦେଖିଲେ, ସଚେତନତା ଅଭାବରୁ ଏବେବି ଲୋକେ ନଈରେ ଗାଧୋଉଛନ୍ତି। ବାଲଟିରେ ପାଣି ବି ନେଉଛନ୍ତି।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଡ.ସତ୍ୟ ନନ୍ଦଙ୍କ କହିବା କଥା, ବାଲିବନ୍ଧା, ବୀଣାଖଣ୍ଡୀ ଓ ସଡ଼କଘାଟ ଠାରେ ମହାନଦୀରେ ସିଧାସଳଖ ମିଶୁଛି ଆବର୍ଜନା ପାଣି। ହୀରାକୁଦ ଡ୍ୟାମରେ ମିଶୁଛି ଶିଳ୍ପାନୁଷ୍ଠାନର ପ୍ରଦୁଷିତ ଜଳ। ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବାରୁ ନଦୀଧାର ସଂକୁଚିତ ହେବା ସହ ପ୍ରଦୁଷଣ ସ୍ଥିତି ଆହୁରି ସଂଗୀନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

Advertisment

ଖାଲି ସମ୍ବଲପୁର କାହିଁକି, ବୌଦ୍ଧର ଚିତ୍ର ବି କିଛି କମ୍ ବିକଳ ନୁହେଁ। ନଦୀ କୂଳରେ କୁଢ଼ କୁଢ଼ ଆବର୍ଜନା। ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ପ୍ଲାଷ୍ଟିକ ଓ ଅନ୍ୟ ବର୍ଜ୍ୟବସ୍ତୁ ମହାନଦୀ ପ୍ରତି ବିପଦ ସୃଷ୍ଟି କରିଛି। ବୌଦ୍ଧ ସହରର ନର୍ଦ୍ଦମା ପାଣି ନଦୀକୁ ନିଷ୍କାସନ ହେବା ଫଳରେ ପ୍ରଦୂଷଣର ମାତ୍ରା ଗମ୍ଭୀର ହେବାରେ ଲାଗିଥିବା ଅଭିଯୋଗ ହୋଇଛି। ମାଛ ଓ ଚିଙ୍ଗୁଡ଼ି ମାରିବା ପାଇଁ ମହାନଦୀରେ ନିୟମିତ ବ୍ଲାଷ୍ଟିଂ ଓ କୀଟନାଶକ ବ୍ୟବହାର ଫଳରେ ବହୁ ପ୍ରଜାତିର ମାଛ ଲୋପ ପାଇବାକୁ ବସିଲେଣି।

Sambalpur Mahanadi River
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe