ରୋଜଗାର ଦେଲା ରବର କ୍ଷୀର, ସୁରକ୍ଷାକୁ ନଜର ନାହିଁ

ସରକାର ରାଜସ୍ୱ ପାଇଲେ। ହେଲେ ରବର ଜଙ୍ଗଲ ସୁରକ୍ଷାକୁ ସରକାର ଦୃଷ୍ଟି ଦେଉନାହାନ୍ତି।

rubber tree PhotoOR

ରବର ଗଛରୁ କ୍ଷୀର ସଂଗ୍ରହ କରୁଛନ୍ତି।

Niranjan Mishra
  • Published: Monday, 20 February 2023
  • Updated: 20 February 2023, 02:26 PM IST

Sports

Latest News

ରୋଜଗାର ଦେଲା ରବର ଗଛର କ୍ଷୀର। ସରକାର ରାଜସ୍ୱ ପାଇଲେ। ହେଲେ ରବର ଜଙ୍ଗଲ ସୁରକ୍ଷାକୁ ସରକାର ଦୃଷ୍ଟି ଦେଉନାହାନ୍ତି। ତେଣୁ ଏହି ଜଙ୍ଗଲ ଏବେ ଉଜୁଡ଼ି ଯିବାକୁ ବସିଛି। ଜଙ୍ଗଲରେ ଥିବା ଏହି ରବର ଗଛରୁ କ୍ଷୀର ସଂଗ୍ରହ କରି ପେଟ ପୋଷୁଛନ୍ତି ବହୁ ଶ୍ରମିକ। ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ଧାରୁଆ ଓ ସାମନ୍ତ ସିଂହାରପୁରରେ ଦେଖିବାକୁ ମିଳିଛି ଏହି ରବର କ୍ଷୀର ବ୍ୟବସାୟ। ହେଲେ ଏହି ରବର ଜଙ୍ଗଲ ସୁରକ୍ଷା ପ୍ରତି ସରକାରଙ୍କ ନଜର ନାହିଁ। ଯାହାକୁ ନେଇ ଶ୍ରମିକମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ରାଜ୍ୟର ନୟାଗଡ ଜିଲ୍ଲାର ରଣପୁର ରେଞ୍ଜ ଓ ମୟୂରଭଞ୍ଜରେ ରବର ଚାଷ ହେଉଛି। ରଣପୁର ରେଞ୍ଜ ଧାନୀ ପାହାଡ଼ ପାଦ ଦେଶରେ ଓଡ଼ିଶା ଫରେଷ୍ଟ ଡିପାଟମେଣ୍ଟ କର୍ପୋରେସନ ତରଫରୁ ୬୪ ହେକ୍ଟର ଅଞ୍ଚଳରେ ୧୯୮୫ ମସିହା ଠାରୁ ୧୯୮୮ ମସିହା ଭିତେର ୨୮ ହଜାର ରବର ଗଛ ଲାଗିଥିଲା। ବିଭିନ୍ନ ସମୟରେ ହୋଇଥିବା ବାତ୍ୟାରେ ଏଠାରେ ବହୁ ରବର ଗଛ ନଷ୍ଟ ହୋଇଛି। ଏବେ ଏଠାରେ ପ୍ରାୟ ୬ ହଜାର ଗଛ ରହିଛି। ସେପଟେ ଏହି ରବର ଜଙ୍ଗଲକୁ ବନ ବିଭାଗ ଲିଜ୍‌ ଦେଇ ଦେଇଛି। ଜଙ୍ଗଲକୁ ଲିଜ୍‌ ନେଉଥିବା ବ୍ୟକ୍ତି ସ୍ଥାନୀୟ କିଛି ଶ୍ରମିକଙ୍କୁ ଲଗାଇ ଏଠାରେ ରବ ଉତ୍ପାଦନ କରୁଛନ୍ତି।

ଅନ୍ଧାରୁଆ ଓ ସାମନ୍ତ ସିଂହାରପୁରର ଶ୍ରମିକମାନେ ରାତି ପ୍ରାୟ ୩ଟା ବେଳେ ଜଙ୍ଗଲକୁ କ୍ଷୀର ସଂଗ୍ରହ କରିବା ପାଇଁ ଯାଇଥାନ୍ତି। ମୁଣ୍ଡେର ଥାଏ ହେଡ୍ ଲାଇଟ। ରବର ଗଛ ଛାଲ ଭିତରେ ପତଳା ଗାତଟିଏ କରିବା ପାଇଁ ହାତରେ କିଛି ହତିଆର ସେମାନେ ନେଇଥାନ୍ତି। ସକାଳୁ ଫେରିବା ବେଳକୁ ସମସ୍ତଙ୍କ ହାତରେ ଥାଏ ଗୋଟାଏ ଲେଖାଏ କ୍ଷୀର ବାଲଟି। ଦିନ ପ୍ରାୟ ୧୦ଟା ସୁଦ୍ଧା ସେମାନେ ରବର ଉତ୍ପାଦନ କେନ୍ଦ୍ରରେ ପହଞ୍ଚି କ୍ଷୀରକୁ ଏକ ବଡ଼ କୁଣ୍ଡରେ ଢାଳି ସେଥିରେ ପାଣି ଏବଂ ଏସିଡ ମିଶାଇ ଦିଅନ୍ତି। ପରେ ଏହି ମିଶ୍ରଣକୁ ଟ୍ରେ’ରେ ଢାଳି ୨୪ ଘଣ୍ଟା ଖୋଲା ଛାଡ଼ି ଦିଅନ୍ତି।

Also Read

ଶୁଖି ଯିବା ପରେ ସେହି ରବରରୁ ମେସିନ ସାହାଯ୍ୟ ପାଣି ବାହାର କରାଯାଏ ଓ ବାମ୍ଫ ଦିଆଯାଏ। ବାମ୍ଫ ଦେବାର ୨୪ ଘଣ୍ଟା ପରେ ତାହାକୁ ବାହାର କରାଯାଇ ଖରାରେ ଶୁଖାଇ ଦିଆଯାଏ। ଏହା ଶୁଖିଯିବା ପରେ ବ୍ୟବହୃତ ରବରରେ ପରିଣତ ହୁଏ। ଯାହା କାରଖାନାକୁ କଞ୍ଚା ମାଲ ଭାବେ ପଠାଇ ଦିଆଯାଏ।

Rabberରବର କଞ୍ଚାମାଲ ପ୍ରସ୍ତୁତି।

ଏଠାରେ କାମ କରୁଥିବା ଶ୍ରମିକ ଗୌରାଙ୍ଗ ଚରଣ ପ୍ରଧାନ ଓ ଭରତ ଚନ୍ଦ୍ର ଜେନା କହିଛନ୍ତି, ଆଗରୁ ଏଠାରେ ଠିକାଦାର ଜରିଆରେ ୫୦ ଜଣ ଶ୍ରମିକ କାମ କରୁଥିଲେ। ଗଛ ସଂଖ୍ୟା କମି ଯାଇଥିବାରୁ ଏବେ ମାତ୍ର ୩୦ ଜଣ ଶ୍ରମିକ କାମ କରୁଛନ୍ତି। ସରକାର ରବର ଚାଷ ନେଇ ସାଧାରଣ ଲୋକଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଲେ ଖୁବ୍‌ ଭଲ ହୁଅନ୍ତା। ଲୋକେ ଉପକୃତ ହୁଏନ୍ତେ ଓ ଚାଷୀଙ୍କ ରୋଜଗାର ବଢ଼ି ପାରନ୍ତା।

Rabberରବର କଞ୍ଚାମାଲ ପ୍ରସ୍ତୁତି।

ରଣପୁର ରେଞ୍ଜ ଉପଖଣ୍ଡିୟ ଅଧିକାରୀ ଜିତେନ୍ଦ୍ର ନାରାୟଣ ଦାସ କହିଛନ୍ତି, ୨୮ ହଜାର ଗଛ ଲାଗିଥିଲେ ହେଁ ଏଥିରୁ ମାତ୍ର ୫ ହଜାର ୨୮୭ ଗଛ ବଞ୍ଚିଛି। ଏହି ରବର ଚାଷରୁ ସରକାର ରାଜସ୍ୱ ପାଉଛନ୍ତି। ରବର ଗଛ ଲାଗିଥିବା ଅଞ୍ଚଳକୁ ଲିଜ୍‌ରେ ଦିଆଯାଉଛି। କିଛି ଶ୍ରମିକ ଏହା ଦ୍ୱାରା ରୋଜଗାର ପାଉଛନ୍ତି। ଯୁବପିଢ଼ିମାନେ ରବର ଚାଷକୁ ଆପଣାଇ ପାରିଲେ ଭଲ ରୋଜଗାର କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story