ଗୁଜବ, ମିଛକଥା, ମେଣ୍ଟ - ପଟ୍ଟନାୟକ ଓ ପାଣ୍ଡିଆନ

ସେ ଯାହା ହେଉ, ଏସବୁ ଗୁଜବ ହୋଇପାରେ ବା ମିଛକଥା। ମାତ୍ର, ସତ ହେଲା, ଓଡ଼ିଶାର ଆଗାମୀ ନିର୍ବାଚନ ପାଇଁ ପାଣ୍ଡିଆନ ଏକ ପ୍ରସଙ୍ଗ ହୋଇଯାଇଛନ୍ତି ଏବଂ ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ଉତ୍ତରଣ ଘଟୁଛି।

Patnaik And Pandian

Patnaik And Pandian

Debendra Prusty
  • Published: Saturday, 23 March 2024
  • Updated: 23 March 2024, 06:18 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ଭିତରେ ହଠାତ ଦିନେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା। ସେଥିରେ ଚରିତ୍ର ଥିଲେ ମାତ୍ର ଦୁଇ ଜଣ। ଜଣେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆର ଜଣକ ତାଙ୍କର ପାଳିତ ତଥା ଘୋଷିତ ଉତ୍ତରାଧିକାରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ।

ଭିଡିଓରେ ପାଣ୍ଡିଆନ ନବୀନଙ୍କୁ ପ୍ରଶ୍ନ କରୁଛନ୍ତି, ସାର୍‌ ରାଜନୀତିରେ ସବୁଠୁ ଖରାପ କଥା କ’ଣ? ନବୀନଙ୍କ ଉତ୍ତର ଥିଲା, ଗୁଜବ ଏବଂ ମିଛ କଥା। ତା’ପରେ ପାଣ୍ଡିଆନ୍‌ ପାଳି ଧରୁଛନ୍ତି, ଗୁଜବ ଏକ ମିଛ କଥା, ଥ୍ୟାଙ୍କ ୟୁ ସାର୍‌!

ଏହାକୁ ସୋସିଆଲ ମିଡିଆରେ ଛାଡ଼ିବା ଲୋକ କିଏ ହୋଇଥିବେ? ନବୀନ, ନହେଲେ ପାଣ୍ଡିଆନ। କାରଣ ସେଇ ଭିଡିଓରେ ଆଉ ତୃତୀୟ ଲୋକ କେହି ନଥିଲେ। ତାହା ନବୀନ ନିବାସରେ ହିଁ ଶୁଟ୍‌ କରାଯାଇଥିଲା। ସେଠା କର୍ମଚାରୀ ଯେ ଏମାନଙ୍କ ଅଗୋଚରରେ ଭିଡିଓ ଭାଇରାଲ କରିଥିବେ ତାହା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ।

ଏହି ଭିଡିଓକୁ ନେଇ ରାଜ୍ୟର ବିଭିନ୍ନ ଗଣମାଧ୍ୟମ ଆକଳନ କଲେ ଯେ ମେଣ୍ଟ ଚର୍ଚ୍ଚାକୁ ନବୀନ ପଟ୍ଟନାୟକ ଗୁଜବ ଓ ମିଛ କଥା କହି ବାଁରେଇ ଦେଇଛନ୍ତି। ଏହି ଭିଡିଓ ଆସିବା ପୂର୍ବରୁ ଗଣମାଧ୍ୟମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବହୁ ଲୋକଙ୍କ ଉପସ୍ଥିତିରେ ଗଣମାଧ୍ୟମକୁ କହିଥିଲେ, ରାଜ୍ୟ ବିଜେପି ଏକାକୀ ନିର୍ବାଚନ ଲଢ଼ିବ, ମେଣ୍ଟ କରିବ ନାହିଁ।

ମନମୋହନଙ୍କ ମନ୍ତବ୍ୟ ପରେ ଏକ ଧାରଣା ସୃଷ୍ଟି ହୋଇଥିଲା ଯେ ବିଜେପି ମେଣ୍ଟ ଚାହୁଁନାହିଁ, ବିଜେଡି ଚାହୁଁଛି। ଏହି ଧାରଣାକୁ ବଦଳାଇବାକୁ ବୋଧହୁଏ ଏପରି ଏକ ଭିଡିଓ ଛଡ଼ାଯାଇଥିଲା।

ଏହା ପରେ ମନମୋହନ ପୁଣି ଥରେ କହିଲେ ଯେ ରାଜ୍ୟ ବିଜେପି ଏକାକୀ ଲଢ଼ିବ, ସରକାର ଗଠନ କରିବ। ତେବେ, ମଝିରେ ସେ ତାଙ୍କର ଗୋଟିଏ ଟୁଇଟ୍‌ ଡିଲିଟ୍‌ କରିବାରୁ ରାଜ୍ୟରେ ମେଣ୍ଟ ଚର୍ଚ୍ଚା ପୁଣି ଜୋର୍‌ ଧରିଥିଲା। ଗଣମାଧ୍ୟମରେ ଏନେଇ ଯେପରି ଚର୍ଚ୍ଚା ହେଲା ସେଥିରୁ ଗୋଟେ ଧାରଣା ହେଲା ଯେ ସମ୍ଭବତଃ ବିଜେପିର କେନ୍ଦ୍ରୀୟ ନେତାମାନଙ୍କ ସହିତ ବିଜେଡିର ମେଣ୍ଟ ଆଲୋଚନା ଚାଲିଛି, ରାଜ୍ୟ ନେତାମାନେ କିଛି ଜାଣି ନାହାନ୍ତି।

ଏହା ପରେ ଦିଲ୍ଲୀର ଏକ ଗଣମାଧ୍ୟମ ସଂସ୍ଥାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭୈରବ ପାଣ୍ଡିଆନ କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରସ୍ପରର ଭଲ ବନ୍ଧୁ। ସେ ପ୍ରଧାନମନ୍ତ୍ରୀ ହେବାକୁ ବିଜେଡିର ସମର୍ଥନ ଲୋଡ଼ନ୍ତି ନାହିଁ କି ଇଏ ମୁଖ୍ୟମନ୍ତ୍ରୀ ହେବାକୁ ବିଜେପିର ସହଯୋଗ ଦରକାର କରନ୍ତି ନାହିଁ। ମାତ୍ର, ଉଭୟ ବନ୍ଧୁ ବୃହତ୍ତର ସ୍ୱାର୍ଥରେ ଏକାଠି ହେବାକୁ ଚାହାନ୍ତି, ଏହା ରାଷ୍ଟ୍ରନୀତିର କଥା। ଉଭୟ ନେତା ଜଣେ ଜଣେ ରାଷ୍ଟ୍ରନୀତିଜ୍ଞ।

ପାଣ୍ଡିଆନଙ୍କର ଏଇ ପରି ମନ୍ତବ୍ୟରୁ ସ୍ପଷ୍ଟ ହେଲା ଯେ ଉଭୟ ଦଳ ମଧ୍ୟରେ ମେଣ୍ଟ ଚର୍ଚ୍ଚା ଆଦୌ ଏକ ଗୁଜବ ନୁହେଁ, ସ୍ୱାଭାବିକ ଭାବେ ମିଛକଥା ମଧ୍ୟ ନୁହେଁ। ଅର୍ଥାତ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହାକୁ ‘ଗୁଜବ ଓ ମିଛକଥା’ କହି ବାଁରେଇ ଦେଇଛନ୍ତି, ପାଣ୍ଡିଆନ ତାହାକୁ ‘ସତ’ ବୋଲି ସ୍ୱୀକାର କରିଛନ୍ତି!

ରାଜ୍ୟ ଗଣମାଧ୍ୟମରେ ଏ ଖବର ବି ପ୍ରକାଶ ପାଇଲା। କିନ୍ତୁ ‘ଗୁଜବ ଓ ମିଛକଥା’ ନେଇ ଆଲୋଚନା ହେଲା ନାହିଁ।

ଏହାର କେଇ ଦିନ ପରେ ରାଜ୍ୟ ବିଜେପି ସଭାପତି ଦିଲ୍ଲୀରୁ ଫେରି ଆକାଶ ସଫା ହେଉଛି ବୋଲି ଗଣମାଧ୍ୟମକୁ ମନ୍ତବ୍ୟ ଦେଲେ ଓ ତାହାର କେଇ ଘଣ୍ଟା ମଧ୍ୟରେ ବିଜେପି ରାଜ୍ୟରେ ଓଡ଼ିଶାର ସ୍ୱାଭିମାନ ଓ ଓଡ଼ିଆ ଅସ୍ମିତାକୁ ନେଇ ଏକାକୀ ଲଢ଼ିବ ବୋଲି ସ୍ପଷ୍ଟ ଭାବରେ ଟୁଇଟ୍‌ କଲେ। ଉଭୟ ହିନ୍ଦୀ ଓ ଓଡ଼ିଆରେ ପ୍ରକାଶ ପାଇଥିବା ଏଇ ଟୁଇଟ୍‌ରୁ ସ୍ପଷ୍ଟ ହେଲା ଯେ ବିଜେପି ମେଣ୍ଟ ଚାହୁଁନାହିଁ, ବିଜେଡି ବା କେବଳ ପାଣ୍ଡିଆନ୍ ହିଁ ମେଣ୍ଟ ଚାହୁଁଛନ୍ତି।

ସୋସିଆଲ୍‌ ମିଡିଆରେ ଏଭଳି ଆଲୋଚନା ବଢ଼ିବା ପରେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ସମାନ ଢଙ୍ଗରେ ଏକ ଟୁଇଟ୍‌ କଲେ। ସେ ମଧ୍ୟ ସ୍ପଷ୍ଟ କଲେ ଯେ ବିଜେଡି ରାଜ୍ୟର ସମସ୍ତ ଆସନରେ ପ୍ରାର୍ଥୀ ଦେବ ଓ ତିନି ଚତୁର୍ଥାଂଶ ଆସନରେ ବିଜୟୀ ହେବ। ଲକ୍ଷ୍ୟ କରିବାର କଥା ଯେ ପାଣ୍ଡିଆନ ମେଣ୍ଟ ସଂକେତ ଦେଲେ, ପ୍ରଣବ ମେଣ୍ଟ ହେବ ନାହିଁ ବୋଲି କହିଲେ।

ଏହା ପରେ ନବୀନ ପଟ୍ଟନାୟକ ଆଉ ‘ଗୁଜବ ଏବଂ ମିଛକଥା’ କଥା କହିନାହାନ୍ତି।

ତେବେ, ସତରେ କିଏ ଓ କାହିଁକି ଗଣମାଧ୍ୟମ ଜରିଆରେ ଏପରି ମେଣ୍ଟ ‘ଗୁଜବ ଏବଂ ମିଛକଥା’ ଚଳାଇଥିଲେ?

ଏହାର ଉତ୍ତର ଖୋଜିବା ନିଶ୍ଚୟ ରକେଟ୍‌ ସାଇନ୍ସ ନୁହେଁ। ମନମୋହନ ସାମଲଙ୍କ ‘ବିଜେପି ଏକାକୀ ଲଢ଼ିବ’ ଦୀର୍ଘ ଟୁଇଟ୍‌କୁ ରାଜ୍ୟ ବିଜେପିର ପ୍ରମୁଖ ନେତାମାନେ ରି-ଟୁଇଟ୍‌ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏଥିପାଇଁ ଦଳୀୟ କର୍ମୀମାନେ ବାଣ ଫୁଟାଇ ଖୁସି ଜାହିର କରିଛନ୍ତି। ଏହାର ଅର୍ଥ ଏହି ନେତା ଓ କର୍ମୀମାନେ ମଧ୍ୟ ମେଣ୍ଟ ସପକ୍ଷରେ ନଥିଲେ, ବିଜେପି ଏକଲା ଲଢ଼ୁ ବୋଲି ଚାହୁଁଥିଲେ।

ଏମାନଙ୍କ ପରି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂହ ତୋମାର ଗଣମାଧ୍ୟମକୁ କହିଲେ ଯେ, ପାଣ୍ଡିଆନଙ୍କ ଯୋଗୁଁ ବିଜେଡି ବିରୋଧରେ ଜନ ଆକ୍ରୋଶ ବଢ଼ିଛି। ବିଜେପି ଓଡ଼ିଆ ଅସ୍ମିତାକୁ ନେଇ ଏକାକୀ ନିର୍ବାଚନ ଲଢ଼ିବ ଓ ବିଜୟୀ ହେବ।

ତାଙ୍କ କଥାରୁ ସଂକେତ ମିଳିଲା ଯେ ପାଣ୍ଡିଆନଙ୍କ ଯୋଗୁଁ ହିଁ ବିଜେଡି ଏବେ ଅଡ଼ୁଆରେ ଅଛି ଓ ବିଜେପି ସେଥିରୁ ରାଜନୀତିକ ଫାଇଦା ନେବାକୁ ଚାହୁଁଛି। ଏକଥା ବୋଧହୁଏ ପାଣ୍ଡିଆନ ଆଗରୁ ଜାଣିପାରିଥିଲେ ଓ ସେଥିପାଇଁ ବିଜେଡି ପାଦତଳୁ ଖସିଯାଉଥିବା ମାଟିକୁ ଅଟକାଇବାକୁ ମେଣ୍ଟ କଥା ଉଠାଇଥିଲେ। ବିଜେପି ରାଜି ହୋଇଥିଲେ ବିଜେଡିର କମ୍‌ ଆସନ ପାଇଁ ଆଉ କେହି ପାଣ୍ଡିଆନଙ୍କୁ ଦୋଷ ଦେଇ ନଥାନ୍ତେ, ମେଣ୍ଟ ହେଲାରୁ ଆସନ କମିଲା ବୋଲି ବିଶ୍ୱାସ କରିଥାନ୍ତେ।

ପାଣ୍ଡିଆନଙ୍କ ଯୋଗୁଁ ହେଉ ବା ଅନ୍ୟ କୌଣସି କାରଣରୁ, ବିଜେଡି ବିରୋଧରେ ସମଗ୍ର ରାଜ୍ୟରେ ଏକ ଆବହାୱା ସୃଷ୍ଟି ହୋଇଥିବା ସୋସିଆଲ୍‌ ମିଡିଆରେ ଗତ କେଇ ମାସ ଧରି ହେଉଥିବା ଚର୍ଚ୍ଚା ଓ ଆଲୋଚନାରୁ ସ୍ପଷ୍ଟ ସଂକେତ ମିଳୁଛି। ବିଶେଷକରି ନବୀନ ପଟ୍ଟନାୟକ ଯେବେଠାରୁ ଭୈରବ ପାଣ୍ଡିଆନଙ୍କୁ ବିଜେଡିରେ ମିଶାଇଲେ ସେବେଠାରୁ ଏପରି ଚର୍ଚ୍ଚା ଜୋର ଧରିଛି। ଏହାର କାରଣ ହୁଏତ ଓଡ଼ିଶା ସ୍ୱାଭିମାନ ଓ ଓଡ଼ିଆ ଅସ୍ମିତାର ଜାଗରଣ।

ଭୈରବ କାର୍ତ୍ତିକେୟ ପାଣ୍ଡିଆନ ମୂଳତଃ ଓଡ଼ିଆ ନୁହନ୍ତି। ସେ ଜଣେ ତାମିଲ। ଓଡ଼ିଶାର ୪.୫ କୋଟି ଲୋକଙ୍କ ମଧ୍ୟରେ ନବୀନବାବୁ କାହାକୁ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ବା ତାଙ୍କର ଉତ୍ତରାଧିକାରୀ ବିବେଚିତ ନକରି ପାଣ୍ଡିଆନଙ୍କୁ ତତ୍ତୁଲ୍ୟ ଗୁରୁତ୍ୱ ଦେବା ଘଟଣାକୁ ହୁଏତ ଓଡ଼ିଶାର ସ୍ୱାଭିମାନୀ ଜନତା ଠିକରେ ଗ୍ରହଣ କରିନାହାନ୍ତି। ସାମାଜିକ ଗଣମାଧ୍ୟମରେ ଲୋକେ କହୁଛନ୍ତି, ବିଜୁପୁଅକୁ ଭୋଟ୍‌ ଦେଉଥିଲୁ ବୋଲି କ’ଣ ତାମିଲ ପୁଅକୁ ଦେବୁ?

ନବୀନ ପଟ୍ଟନାୟକଙ୍କ ବାର୍ଦ୍ଧକ୍ୟ ଓ କେତେକ ସ୍ୱାସ୍ଥ୍ୟ ସମସ୍ୟାରୁ ଫାଇଦା ଉଠାଇ ତାଙ୍କର ବ୍ୟକ୍ତିଗତ ସଚିବ ପାଣ୍ଡିଆନ ତାଙ୍କୁ କବ୍ଜା କରିଯାଇଛନ୍ତି ବୋଲି ଗୋଟେ ଧାରଣା ସୃଷ୍ଟି ହୋଇଛି। ରାଜ୍ୟ ବିଜେପିର ଅନେକ ପ୍ରବକ୍ତା ଏକଥା ବାରମ୍ବାର କହିସାରିଛନ୍ତି।

ଏହା ବ୍ୟତିତ ଅନ୍ୟ କିଛି ପ୍ରସଙ୍ଗ ମଧ୍ୟ ବିଜେଡି ବିରୋଧରେ ଯିବାର ସମ୍ଭାବନା ଅଛି। ୧. ପଚିଶ ବର୍ଷ ହେଲା ଗୋଟିଏ ଦଳକୁ ଭୋଟ୍‌ ଦେଇଦେଇ ଲୋକେ ବୋର୍‌ ହୋଇଗଲେଣି। ୨. ପାଞ୍ଚ ଥରର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସତ୍ତା ବିରୋଧୀ ପବନ ବହିବା ଆରମ୍ଭ କରିଛି। ୩. ଛଅ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି, ୩୦ ହଜାର କୋଟି ଟଙ୍କାର ଚିଟ୍‌ ଫଣ୍ଡ ଦୁର୍ନୀତି, ସହସ୍ରାଧିକ କୋଟି ଟଙ୍କାର ଏମଜିଏନଆରଇଜିଏସ ଦୁର୍ନୀତି ଆଦି ଦୁଇ ଡଜନ ଦୁର୍ନୀତି ଅଭିଯୋଗକୁ ଲୋକେ ବୁଝିବା ଆରମ୍ଭ କଲେଣି। ୪. ଓଡ଼ିଶାରେ ଅଣଓଡ଼ିଆ ଅଫିସର, ଠିକାଦାର, ଶିଳ୍ପପତି ଓ ବ୍ୟବସାୟୀଙ୍କ ରାଜ୍‌ ଓ ଶୋଷଣ ମଧ୍ୟ ଲୋକଙ୍କ ମଧ୍ୟରେ ଭେଦିଲାଣି। ୫. ବିଜୁ ଜନତା ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ ମଧ୍ୟ ପଦବୀଧାରୀ କର୍ମକର୍ତ୍ତାଙ୍କୁ ସଂପୂର୍ଣ୍ଣ ଆଡ଼େଇ ଦେଇ ପାଣ୍ଡିଆନଙ୍କ ଏକନାୟକତ୍ୱକୁ ଲୋକେ ଘୋର ନାପସନ୍ଦ କରୁଛନ୍ତି।

ଏଭଳି ଅନେକ କାରଣରୁ ବିଜେଡିର ଆସନସଂଖ୍ୟା ଯଥେଷ୍ଟ ତଳକୁ ଖସିବ ବୋଲି ଆକଳନ କରାଯାଉଛି। ଏନେଇ ଅନ୍ୟ ଏକ ରୋଚକ କଥା ମଧ୍ୟ ରାଜନୀତିକ ମହଲରେ ଘୂରି ବୁଲୁଛି। ତାହା ହେଉଛି ବିଜେଡିର ଦଳୀୟ ସର୍ବେକ୍ଷଣ। ଆଗାମୀ ନିର୍ବାଚନରେ ଫଳାଫଳ ନେଇ ବିଜେଡି ତରଫରୁ ଇତିମଧ୍ୟରେ ଚାରି ଚାରିଟି ଜନମତ ସର୍ବେକ୍ଷଣ ହୋଇସାରିଛି। ପ୍ରତ୍ୟେକ ସର୍ବେକ୍ଷଣରେ ଦଳର ଭୋଟଭାଗ ଓ ଆସନସଂଖ୍ୟା କମିଛି ବୋଲି ଗୋଟେ ଚର୍ଚ୍ଚା ଚାଲିଛି। ଦଳ ପ୍ରାୟ ୩୦ଟି ବିଧାନସଭା ଆସନ ହରାଇବ ବୋଲି ସର୍ଭେ ରିପୋର୍ଟରେ ସୂଚନା ଥିବା ଶୁଣାଯାଉଛି। ଯଦି ସତରେ ତାହା ଘଟେ, ତେବେ ବିଜେଡି ନେତାମାନେ ଏଥିପାଇଁ ପାଣ୍ଡିଆନଙ୍କୁ ଦାୟୀ କରିବାର ସମ୍ଭାବନା ଅଧିକ। କାରଣ ସେ ନବୀନବାବୁଙ୍କ ବ୍ୟକ୍ତିଗତ ସଚିବ ଭାବେ ଯୋଗଦେବା ପରଠାରୁ ନବୀନଙ୍କ ସହ ପ୍ରତ୍ୟକ୍ଷ ସଂପର୍କରେ ଥିବା ପ୍ୟାରୀମୋହନ ମହାପାତ୍ର, ପ୍ରଫୁଲ୍ଲ ଘଡ଼ାଇ, ଦାମୋଦର ରାଉତ, ବୈଜୟନ୍ତ ପଣ୍ଡା, ଅନଙ୍ଗ ଉଦୟ ସିଂହଦେଓ, ଭର୍ତ୍ତୃହରି ମହତାବ ଓ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ବହୁ ନେତାଙ୍କୁ ନବୀନ ପଟ୍ଟନାୟକଙ୍କଠାରୁ ଦୂରେଇ ଦିଆଯାଇଛି ଏବଂ ୨୦୧୨ ପରଠାରୁ ଓଡ଼ିଶାରେ ଅଣଓଡ଼ିଆ ଅଫିସର ଓ ଠିକାଦାରଙ୍କ ସଂଖ୍ୟା ବଢ଼ି ଚାଲିଛି।

ଏସବୁ ପ୍ରସଙ୍ଗ ଉଠାଇ ବିଜେପି ଓ କଂଗ୍ରେସ ଇତିମଧ୍ୟରେ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସରକାରର ଅନେକ ଦୁର୍ବଳତା ପଦାରେ ପକାଇଛନ୍ତି। ତେଣୁ ଯଦି ସତରେ ବିଜେଡି ଜନାକ୍ରୋଶର ସମ୍ମୁଖୀନ ହୋଇ ଭୋଟ୍‌ଭିତ୍ତି ହରାଏ ତେବେ ସେଥିପାଇଁ ସେହି ଦଳର ନେତାମାନେ ପାଣ୍ଡିଆନଙ୍କୁ ହିଁ ଦାୟୀ କରିବେ। ଏହା ଜାଣିପାରି ଚତୁର ପାଣ୍ଡିଆନ ସମ୍ଭବତଃ ଆଗରୁ ମେଣ୍ଟ ଯୋଜନା କରି ନିଜ ଦୋଷକୁ ବିଜେପି ମୁଣ୍ଡରେ ବୋଳି ଦେବାକୁ ଚାହୁଁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story