ବଲାଙ୍ଗୀରରେ ଘଟିଥିବା ପାରିବାରିକ କଳହକୁ ନେଇ ଶାଶୂଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ ବୋହୂ । କହିଲେ, 'କେବେ ବି ମାଆଙ୍କ ସହ କିଛି ଘଟିନାହିଁ । ଲଭ ମ୍ୟାରେଜ କରିଥିଲି, ମାଆକୁ ଛାଡି ଆସିବା ପରେ ଶାଶୂଙ୍କୁ ମାଆ ଭାବେ ଗ୍ରହଣ କରିଥିଲି । ତାଙ୍କର ପ୍ରତ୍ୟେକଟି ସେବା କରିଥିଲି । ମାଆ ଶାନ୍ତିରେ ରହିଲେ, ଆମେ ଆଶୀର୍ବାଦ ପାଇବୁ । କାହିଁକି ହଠାତ୍ ଏମିତି କହୁଛନ୍ତି, ମୁଁ ଜାଣିନାହିଁ ।'