ଟିଟିଲାଗଡ଼ରୁ ଲାଲକିଲ୍ଲା ଯିବେ ଯାଜ୍ଞସେନୀ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଛି ନିମନ୍ତ୍ରଣ । ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ୭୭ ତମ ସ୍ୱାଧୀନତା ଦିବସ ପାଳନ ଉତ୍ସବ‌ରେ ସାମିଲ ହେବାକୁ ଦିଲ୍ଲୀ ଯାଉଛନ୍ତି ଟିଟିଲାଗଡ଼ର ଯାଜ୍ଞସେନୀ ପୁଟେଲ ।

Manoj Swain
  • Published: Friday, 11 August 2023
  • Updated: 11 August 2023, 04:47 PM IST

Sports

Latest News

ନାରୀ ନୁହେଁ ଅବଳା ଦୁର୍ବଳା । ଯୁଦ୍ଧଭୂମିରେ ଅବା କର୍ମଭୂମିରେ । ଦରକାର ପଡ଼ିଲେ ସେ ବି କରିପାରେ ସଂଘର୍ଷ । ପୁଣି କେତେବେଳେ ବଞ୍ଚିବା ପାଇଁ ଜୀବନ ସହିତ ତାକୁ କରିବାକୁ ପଡ଼େ ସଂଗ୍ରାମ । ଜୀବନ ଓ ସଂଗ୍ରାମକୁ ନିଜର କରି ଜିତିବା ଲକ୍ଷ୍ୟରେ ଲଢି ଚାଲିଥିବା ଜଣେ ସାହସୀ ମହିଳା ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ୍‌ ଖୋଲାଣ ପଞ୍ଚାୟତର ଯାଜ୍ଞସେନୀ ପୁଟେଲ । ସ୍ଵାମୀ ଜଗଦୀଶ ପୁଟେଲ ଜଣେ ଶ୍ରମିକ ହୋଇଥିବା ବେଳେ ଯାଜ୍ଞସେନୀ ମହିଳାମାନଙ୍କୁ ସ୍ୱାବଲମ୍ବୀ କରି ତିଆରି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ । ଆଉ ସେଥିପାଇଁ ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ୭୭ ତମ ସ୍ୱାଧୀନତା ଦିବସ ପାଳନ ଉତ୍ସବ‌ରେ ସାମିଲ ହେବାକୁ ସେ ଏବେ ଦିଲ୍ଲୀରୁ ଡାକରା ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos