ଟିଟିଲାଗଡ଼ରୁ ଲାଲକିଲ୍ଲା ଯିବେ ଯାଜ୍ଞସେନୀ

  • Published: Friday, 11 August 2023
  • , Updated: 11 August 2023, 04:47 PM IST

ନାରୀ ନୁହେଁ ଅବଳା ଦୁର୍ବଳା । ଯୁଦ୍ଧଭୂମିରେ ଅବା କର୍ମଭୂମିରେ । ଦରକାର ପଡ଼ିଲେ ସେ ବି କରିପାରେ ସଂଘର୍ଷ । ପୁଣି କେତେବେଳେ ବଞ୍ଚିବା ପାଇଁ ଜୀବନ ସହିତ ତାକୁ କରିବାକୁ ପଡ଼େ ସଂଗ୍ରାମ । ଜୀବନ ଓ ସଂଗ୍ରାମକୁ ନିଜର କରି ଜିତିବା ଲକ୍ଷ୍ୟରେ ଲଢି ଚାଲିଥିବା ଜଣେ ସାହସୀ ମହିଳା ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ୍‌ ଖୋଲାଣ ପଞ୍ଚାୟତର ଯାଜ୍ଞସେନୀ ପୁଟେଲ । ସ୍ଵାମୀ ଜଗଦୀଶ ପୁଟେଲ ଜଣେ ଶ୍ରମିକ ହୋଇଥିବା ବେଳେ ଯାଜ୍ଞସେନୀ ମହିଳାମାନଙ୍କୁ ସ୍ୱାବଲମ୍ବୀ କରି ତିଆରି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ । ଆଉ ସେଥିପାଇଁ ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ୭୭ ତମ ସ୍ୱାଧୀନତା ଦିବସ ପାଳନ ଉତ୍ସବ‌ରେ ସାମିଲ ହେବାକୁ ସେ ଏବେ ଦିଲ୍ଲୀରୁ ଡାକରା ପାଇଛନ୍ତି।

Related story