Advertisment

ଭୁଶୁଡ଼ି ପଡ଼ିଛି ଶିକ୍ଷା ବ୍ୟବସ୍ଥା; ଦିଗପହଣ୍ଡିରେ ୮ଟି ସ୍କୁଲରେ ଗୋଟିଏ ଲେଖାଏଁ ଶ୍ରେଣୀ ଗୃହ!

ଦିଗପହଣ୍ଡି ବ୍ଲକ୍‌ରେ ମୋଟ ୧୯୨ଟି ସ୍କୁଲ ରହିଛି। ସେଥିରେ ୨୨ଟି ସରକାରୀ ଉଚ୍ଚ ବିଦ୍ୟାଳୟ, ୬୮ଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୮୫ଟି ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ୧୭ଟି ଅନୁଦାନ ପ୍ରାପ୍ତ ବିଦ୍ୟାଳୟ (ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟ) ରହିଛି।

ଅଦ୍ୟତନ ହୋଇଛି
School

School

Advertisment

ରାଜ୍ୟରେ ଭୁଶୁଡ଼ି ପଡିଲାଣି ଶିକ୍ଷା ବ୍ୟବସ୍ଥା। ସ୍କୁଲରେ ମାଳ ମାଳ ଶିକ୍ଷକ ଅଭାବ ରହିଛି। କେବେ ପୂରଣ ହେବ କାହା ପାଖରେ ଉତ୍ତର ନାହିଁ। ହେଲେ ସ୍କୁଲ ଭିତ୍ତିଭୁମୀ ଅଭାବକୁ ନେଇ ଚିନ୍ତା ପ୍ରଟକ କଲେ ଶିକ୍ଷାବିତ ଓ ଅଭିଭାବକ। ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ରେ ୮ଟି ସ୍କୁଲରେ ଗୋଟିଏ ଲେଖାଁ ଶ୍ରେଣୀ ଗୃହ ରହିଛି। ଏପରି ସ୍ଥିତିରେ କେମିତି ପାଠ ପଢ଼ା ହେଉଥିବ ତାହା ସାଧାରଣରେ ଅନୁମେୟ।

Advertisment

ମିଳିଥିବା ସୂଚନା ଅନୁସାରେ ଦିଗପହଣ୍ଡି ବ୍ଲକ୍‌ରେ ମୋଟ ୧୯୨ଟି ସ୍କୁଲ ରହିଛି। ସେଥିରେ ୨୨ଟି ସରକାରୀ ଉଚ୍ଚ ବିଦ୍ୟାଳୟ, ୬୮ଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୮୫ଟି ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ୧୭ଟି ଅନୁଦାନ ପ୍ରାପ୍ତ ବିଦ୍ୟାଳୟ (ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟ) ରହିଛି। ଏଥିରୁ ୮ଟି ବିଦ୍ୟାଳୟରେ ରହିଛି ସିଙ୍ଗଲ କ୍ଲାସ୍‌ ରୁମ୍‌। ଦିଗପହଣ୍ଡି ବ୍ଲକ୍‌ରେ ଏନ ଲକ୍ଷ୍ମୀନାରାୟଣପୁର, ଜି କନ୍ଧଗାମ, ଚୈତନ୍ୟପ୍ରସାଦ, ଦେଖାଳୀ, ଡିକିଲି, ଏସଏସପୁର ପଲ୍ଲୀ, ଛଣବଗଡ, ବାଘମରା ସାହିରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ୫ଟି ଶ୍ରେଣୀ ପାଇଁ ରହିଛି ସିଙ୍ଗଲ କ୍ଲାସ୍‌ ରୁମ୍‌। ଯେଉଁଥିପାଇଁ ପିଲାଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି।

ସେମିତି ଏକ ସ୍କୁଲ ହେଉଛି ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ୫ ଜଣ ଶିକ୍ଷକ ଆବଶ୍ୟକ ଥିବା ବେଳେ ଅଛନ୍ତି ୩ ଜଣ। ଜଣେ ଶିକ୍ଷକ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ପିଲାଙ୍କୁ ପଢ଼ାଉଥିବା ବେଳେ ଚତୁର୍ଥ ଓ ପଞ୍ଚମ ଛାତ୍ରଛାତ୍ରୀ ଆଉ ଜଣେ ଶିକ୍ଷକ ପଢ଼ାଉଛନ୍ତି। ଠିକ୍‌ ସେମିତି ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅନ୍ୟ ଜଣେ ଶିକ୍ଷକ ପଢ଼ାଉଛନ୍ତି। ଆବଶ୍ୟକ ସଂଖ୍ୟକ ଶ୍ରେଣୀ ଗୃହ ନଥିବାରୁ ପିଲାମାନଙ୍କୁ ଗୋଟିଏ ସ୍ଥାନରେ ବସାଇ ପାଠ ପଢ଼ାଇବାକୁ ପଡ଼ୁଛି। ଯେଉଁଥିପାଇଁ ପାଠ ପ‍ଢ଼ାରେ ବ୍ୟାଘାତ ଘଟୁଛି।

Advertisment

ବର୍ଷବର୍ଷ ଉକ୍ତ ବିଦ୍ୟାଳୟରେ ଶିକ୍ଷକ ଓ ଶ୍ରେଣୀ ଗୃହ ଅଭାବ ଦେଖାଦେଉଛି। ଅଭିଭାବକମାନେ ଏନେଇ ଦିଗପହଣ୍ଡି ବିଡିଓଙ୍କ ପାଖରେ ବାରମ୍ୱାର ଅଭିଯୋଗ କରିଥିଲେ। ହେଲେ ପ୍ରଶାସନ ଗାଁ ଲୋକଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିଲା। ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲା। ଅଭିଭାବକ ଓ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ମୁଖ୍ୟ ଫାଟକ ତାଲା ପକାଇ ଧାରଣାରେ ବସିଥିଲେ।

ଖବର ପାଇ ସହକାରୀ ବ୍ଲକ୍‌ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଦ୍ୟାଳୟରେ ପହଞ୍ଚି ଅଭିଭାବକଙ୍କ ସହିତ ଆଲୋଚନା କରିଥିଲେ। ଅଭିଭାବକମାନେ ଶିକ୍ଷକ ନିଯୁକ୍ତି ପାଇଁ ଅଡି ବସିଥିଲେ। ଶେଷରେ ଗାଁ ଲୋକଙ୍କ ଦାବି ଆଗରେ ପ୍ରଶାସନ ମୁଣ୍ଡ ନୁଆଁଇ ଥିଲା। ୧୫ ଦିନ ମଧ୍ୟରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ରିପୋର୍ଟ-ଦିଗପହଣ୍ଡିରୁ ସତ୍ୟନାରାୟଣ ପାଢ଼ୀ

Ganjam School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe