ରକ୍ତର ସମ୍ପର୍କୀୟ ନହେଲେ କ’ଣ ହେଲା ସ୍ୱାମୀଙ୍କ ଜୀବନ ବଞ୍ଚାଇଥିଲେ; ଆଜି ସେହି ଭାଇ ହାତରେ ରାକ୍ଷୀ ବାନ୍ଧିଲେ

ବଲାଙ୍ଗିର ଇନ୍ଦିରାନଗର ପଡାର ଚନ୍ଦ୍ରମାଙ୍କ ସ୍ୱାମୀ ହେଉଛନ୍ତି ପ୍ରଭୁ ପ୍ରକାଶ ନାୟକ। ତାଙ୍କ ଦୁଇଟି ଯାକ କିଡ୍‌ନୀ ଖରାପ ହୋଇଯାଇଥିଲା। ବଞ୍ଚିବାକୁ ହେଲେ କିଡ୍‌ନୀ ପ୍ରତ୍ୟାରୋପଣ କରିବାକୁ ପଡ଼ିବ ବୋଲି ଡାକ୍ତର କହିଥିଲେ। ହେଲେ କିଡ୍‌ନୀ ଦେବ କିଏ?

Rakhi PhotoOR

ଚନ୍ଦ୍ରମା ଓ ତାଙ୍କ ସ୍ୱାମୀ ଭିଡିଓ କଲ୍‌ରେ ପ୍ରମୋଦଙ୍କ ସହିତ କଥା ହେଉଛନ୍ତି

Manoranjan Sial
  • Published: Monday, 19 August 2024
  • Updated: 19 August 2024, 07:52 PM IST

Sports

Latest News

ରକ୍ତର ସମ୍ପର୍କ ନଥିଲେ କ’ଣ ହେଲା? ସ୍ୱାମୀଙ୍କ ଜୀବନ ସେ ବଞ୍ଚାଇଛନ୍ତି। ଦୁଃଖ ବେଳେ ଚଟାଣ ପରି ସାଥୀରେ ଛିଡ଼ା ହୋଇଛନ୍ତି। ଭଉଣୀ ବୋଲି ସମ୍ୱୋଧନ କରି ବଡ଼ ଭାଇର କର୍ତ୍ତବ୍ୟ କରିଛନ୍ତି ଖୋର୍ଦ୍ଧାର ପ୍ରମୋଦ ବେହେରା। ଆଉ ଭଉଣୀର ସବୁ ଲୁହକୁ ନିଜ ଆଞ୍ଜୁଳା ଧରିଛନ୍ତି। କେବେ ହେଲେ ପର କରିନାହାନ୍ତି କି ଅଧା ରାସ୍ତାରେ ଛାଡ଼ି ଦେଇନାହାନ୍ତି। ଆଜି ସେହି ଭାଇର ହାତରେ ସୁରକ୍ଷା କବଚ ସଦୃଶ ‘ରାକ୍ଷୀ’ ବାନ୍ଧିଛନ୍ତି ଭଉଣୀ ଚନ୍ଦ୍ରମା। ତା’ଙ୍କ ଦୀର୍ଘାୟୂ କାମନା କରିଛନ୍ତି। ଆଉ ଭଉଣୀ ଓ ଭିଣୋଇକୁ ଚିର ଦିନ ପାଇଁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଭାଇ ପ୍ରମୋଦ।

ଆଜି ହେଉଛି ପବିତ୍ର ରକ୍ଷା ବନ୍ଧନ। ଭାଇ ହାତରେ ଭଉଣୀ ବାନ୍ଧୁଛି ରାକ୍ଷୀ। ଆଉ ପାଉଣା ସଦୃଶ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତି ଚାହୁଁଛି। ଭଉଣୀକୁ ସବୁଦିନ ପାଇଁ ସୁରକ୍ଷା ଦେବାକୁ ଭାଇ ମଧ୍ୟ କଥା ଦେଉଛି। ତେବେ ଏଥିରେ ନୂଆ କଥା କ’ଣ ରହିଛି? ପ୍ରକୃତରେ କଥା ହେଉଛି ଆମେ ଯେଉଁ ଭାଇ-ଭଉଣୀ ସମ୍ପର୍କରେ କହୁଛୁ, ସେମାନେ ରକ୍ତ ସମ୍ପର୍କରେ ନୁହଁନ୍ତି। ହେଲେ ପରିସ୍ଥିତି ସେମାନଙ୍କୁ ଭାଇ ଓ ଭଉଣୀର ପରିଚୟ ଦେଇଛି। ତାହାହେଲେ ଆସନ୍ତୁ ପୂରା ଷ୍ଟୋରୀ ଉପରେ ଆଖି ପକାଇବା।

Also Read

ବଲାଙ୍ଗିର ଇନ୍ଦିରାନଗର ପଡାର ଚନ୍ଦ୍ରମାଙ୍କ ସ୍ୱାମୀ ହେଉଛନ୍ତି ପ୍ରଭୁ ପ୍ରକାଶ ନାୟକ। ତାଙ୍କ ଦୁଇଟି ଯାକ କିଡ୍‌ନୀ ଖରାପ ହୋଇଯାଇଥିଲା। ବଞ୍ଚିବାକୁ ହେଲେ କିଡ୍‌ନୀ ପ୍ରତ୍ୟାରୋପଣ କରିବାକୁ ପଡ଼ିବ ବୋଲି ଡାକ୍ତର କହିଥିଲେ। ହେଲେ କିଡ୍‌ନୀ ଦେବ କିଏ? ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ପ୍ରଭୁଙ୍କ ପତ୍ନୀ ଚନ୍ଦ୍ରମା ଓ ମାଆ ସ୍ୱର୍ଣ୍ଣଲତା। ସେପଟେ ବଢ଼ିଲା ପୁଅର ୮ ବର୍ଷର ଯନ୍ତ୍ରଣାକୁ ଆଖି ଆଗରେ ଦେଖି ଧୌଯ୍ୟ ଧରିପାରୁନଥିଲେ ମାଆ ସ୍ୱର୍ଣ୍ଣଲତା। ତେଣୁ ନିଷ୍ପତ୍ତି ନେଲେ ନିଜର ଗୋଟିଏ କିଡ୍‌ନୀ ପୁଅକୁ ଦେବେ। ହେଲେ ଏଥିପାଇଁ ବହୁ ଅର୍ଥର ଆବଶ୍ୟକତା ରହିଛି। ସେହି ଟଙ୍କା ଆସିବ କେଉଁଠୁ? କିଏ ଦେବେ? ଏମିତି ନାନା ସମସ୍ୟା ଭିତରେ ଘାଣ୍ଟି ହେଉଥିଲେ ଚନ୍ଦ୍ରମା।

Pramodଆର୍ଥିକ ସହାୟତା ଦେଇଥିବା ପ୍ରମୋଦ

ପ୍ରଭୁ ପ୍ରକାଶଙ୍କ ଦେହର ଯନ୍ତ୍ରଣା ଓ ଆର୍ଥିକ ଅଭାବ ନେଇ ଖବର ଓଟିଭିରେ ପ୍ରକାଶ ପାଇଥିଲା। ତା’ପରେ ସହାୟତାରେ ହାତ ବଢ଼ାଇଥିଲେ ବହୁ ବଦାନ୍ୟ ବ୍ୟକ୍ତି। ସେମାନଙ୍କ ଭିତରେ ଘିନାବିକାର ସୁରଜ କୁମାର ତ୍ରିପାଠୀ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରମୋଦ ବେହେରା ବାରି ହୋଇ ପଡ଼ୁଥିଲେ। ପ୍ରଭୁଙ୍କ ଚିକିତ୍ସା ପାଇଁ ସେମାନେ ହାତ ଖୋଲି ଆର୍ଥିକ ସହାୟତା ଦେଇଥିଲେ। ସେହି ଅର୍ଥରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ସେଭେନ୍‌ ହିଲ୍ସ ହସ୍ପିଟାଲ୍‌ରେ ପ୍ରଭୁଙ୍କ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା। ଆଉ କିଡ୍‌ନୀ ଦେଇଥିଲେ ତାଙ୍କ ମାଆ ସ୍ୱର୍ଣ୍ଣଲତା।

ପ୍ରଭୁ ମେଡ଼ିକାଲ୍‌ ବେଡ୍‌ରେ ଥିବା ବେଳେ ପହଞ୍ଚିଥିଲ ପ୍ରମୋଦ ବେହେରା। ଆଉ ପ୍ରମୋଦଙ୍କୁ ଆଖି ଆଗରେ ଦେଖିଲା ପରେ ଚନ୍ଦ୍ରମାଙ୍କ ଆଖି ଛଳ ଛଳ ହୋଇଯାଇଥିଲା। ଯାହାଙ୍କ ସହାୟତାର ନିଜ ସିନ୍ଦୂର ବଞ୍ଚାଇ ପାରିଛନ୍ତି, ତାଙ୍କୁ କିଛି କହିପାରୁନଥିଲେ ଚନ୍ଦ୍ରମା। ଖାଲି ତାଙ୍କ ଦୁଇ ଆଖିରୁ ବୋହି ଯାଉଥିଲା ଲୁହ। ଏହା ଦେଖି ପ୍ରମୋଦ ତାଙ୍କୁ ସାନ୍ତ୍ୱନା ଦେଇଥିଲେ। ଆଉ କହିଥିଲେ, ତୁ ଆଜିଠୁ ମୋର ଭଉଣୀ ହେଲୁ। ତୋର ସବୁ ଦୁଃଖ ଗଲା ବୋଲି କହିଥିଲେ ପ୍ରମୋଦ। ବାସ୍‌ ପ୍ରମୋଦଙ୍କ ଏହି କେଇପଦ କଥା ଚନ୍ଦ୍ରମା, ତାଙ୍କ ସ୍ୱାମୀ ପ୍ରଭୁ ଓ ଶାଶୂ ସ୍ୱର୍ଣ୍ଣଲତାଙ୍କ ହୃଦୟକୁ ଦୋହଲାଇ ଦେଇଥିଲା। ତା’ପରେ ପ୍ରମୋଦ ଘରକୁ ଫେରି ଆସିଥିଲେ। ଫୋନ୍‌ରେ ପ୍ରଭୁଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝୁଥିଲେ। ଏହାରି ଭିତରେ ଆରୋଗ୍ୟ ହୋଇ ଘରକୁ ଫେରିଲେଣି ପ୍ରଭୁ। ଘରେ ପହଞ୍ଚିବା ପରେ ପ୍ରଭୁଙ୍କ ମେଡ଼ିସିନ୍‌ ଓ ଅନ୍ୟାନ୍ୟ ଖର୍ଚ୍ଚ ବହନ କରୁଛନ୍ତି ପ୍ରମୋଦ। ନିୟମିତ ତାଙ୍କ ଯୋଗାଯୋଗରେ ଅଛନ୍ତି।

Balangirପ୍ରଭୁ ଓ ତାଙ୍କ ପତ୍ନୀ ଚନ୍ଦ୍ରମା ଫୋନ୍‌ରେ କଥା ହେଉଛନ୍ତି

ଆଜି ପବିତ୍ର ରକ୍ଷା ବନ୍ଧନ। ଅସୁସ୍ଥତା ଭାଇ ପ୍ରମୋଦ ବଲାଙ୍ଗିର ଯାଇପାରିଲେ ନାହିଁ। ସେପଟେ ସ୍ୱାମୀ ପ୍ରଭୁ ସମ୍ପୂର୍ଣ୍ଣ ଫିଟ୍‌ ହୋଇନଥିବାରୁ ତାଙ୍କୁ ଏକା ଛାଡ଼ି ଭୁବନେଶ୍ୱର ଆସିବାକୁ ରିକ୍ସ ନେଇପାରିଲେ ନାହିଁ ଚନ୍ଦ୍ରମା। ତେଣୁ ବଡ଼ ଭାଇଙ୍କ ଦୀର୍ଘାୟୂ କାମନା କରି ଡାକରେ ପଠାଇଛନ୍ତି ରାକ୍ଷୀ। ରାକ୍ଷୀ ପହଞ୍ଚିନଥିବାରୁ ଆଜି ଚନ୍ଦ୍ରମା ଭାଇ ପ୍ରମୋଦଙ୍କ ପାଖକୁ ଭିଡିଓ କଲ୍‌ କରିଥିଲେ। ତାଙ୍କର ଦୀର୍ଘାୟୂ କାମନା କରିଥିଲେ। ଆଉ ଭାଇ ହିସାବରେ ପ୍ରମୋଦ ସବୁଦିନ ପାଇଁ ସୁରରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story