Advertisment

ଧନ୍ୟ ସେ ପୁଅ; ବାପାଙ୍କ ଗୁପ୍ତାଙ୍ଗକୁ ମାଡ଼ ମାରି ଘରୁ ତଡି ଦେଲା!

ବଡ଼ପୁଅ ଘର ଛାଡ଼ିବା ପରେ ପୂରା ଅସହାୟ ହୋଇପଡ଼ିଥିଲେ ରାହାସ ଓ ତାଙ୍କ ପତ୍ନୀ। ଦିନରାତି ସେମାନଙ୍କୁ ମାଡ଼ ମାରିଥିଲା। ଖାଇବାକୁ ଦେଉନଥିଲା। ତେବେ ନିର୍ଯାତନା ଅସହ୍ୟ ହେବାରୁ ରାହାସ ଓ ତାଙ୍କ ପତ୍ନୀ ଘର ଛାଡ଼ି ବଡ଼ପୁଅ ପାଖକୁ ପଳାଇ ଯାଇଥିଲେ।

ଅଦ୍ୟତନ ହୋଇଛି
DKL

DKL

Advertisment

ଧନ୍ୟ ସେ ପୁଅ। ବୃଦ୍ଧାବସ୍ଥାରେ ବାପା-ମାଆଙ୍କ ସେବା କରିବା ପରିବର୍ତ୍ତେ ମାଡ଼ ମାରୁଛି। ଆଉ ମଦ ନିଶାରେ ହାର୍ନିଆ ଅପରେସନ୍‌ ହୋଇଥିବା ବାପାଙ୍କ ଗୁପ୍ତାଙ୍ଗକୁ ଗୋଇଠା ମାରି ଘରୁ ତଡ଼ିଦେଇଥିବା ଅଭିଯୋଗ ହୋଇଛି। ଏବେ ଅସହାୟ ବାପା-ମାଆ ବୃଦ୍ଧାଶ୍ରମରେ ରହୁଛନ୍ତି। ଏପରି ଲୋମଟାଙ୍କୁରା ଦୃଶ୍ୟ ଢେଙ୍କାନାଳ ଜିଲ୍ଲାରୁ ଆସିଛି। ଏନେଇ ବୃଦ୍ଧ ବାପା-ମାଆ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନ୍ୟାୟ ଦେବା ପାଇଁ ଗୁହାରୀ କରିଛନ୍ତି।

Advertisment

କାମାକ୍ଷାନଗର ଥାନା ବେଢାପାଳ ଗାଁର ରାହାସ ବେହେରା। ବୟସ ୬୫ ବର୍ଷରୁ ଅଧିକ ହେବ। ପେଶାରେ ଜଣେ ଚାଷୀ। ଚାଷବାସ କରି ପରିବାର ଭରଣ ପୋଷଣ କରନ୍ତି। ରାହାସ ବେହେରାଙ୍କ ପରିବାର କହିଲେ ପତ୍ନୀ କାମିନୀ, ବଡ଼ପୁଅ ବିଶ୍ୱଜିତ ଓ ସାନପୁଅ ରଞ୍ଜିତ। ତେଲ ଲୁଣ ସାଂସାରରେ ପିଲାଙ୍କୁ ବଡ଼ କରିବା ରାହାସ ମଉସା ବହୁ ସଂଘର୍ଷ କରିଛନ୍ତି। ଅଭାବ ଅନଟନ ଭିତରେ ଦୁଇ ପିଲାଙ୍କୁ ବଡ଼ କରିଥିଲେ। ଦୁର୍ଭାଗ୍ୟକୁ ସାନ ପୁଅ ରଞ୍ଜିତ କୁସଙ୍ଗରେ ପଡ଼ିଲା। ଆଉ ମଦ ପିଉଥିଲା। ଯେଉଁଥିପାଇଁ ଘରେ ପାରିବାରିକ ଅଶାନ୍ତି ଲାଗି ରହିଥିଲା।

ରାହାସ ମଉସା ଭାବିଥିଲେ ମଦୁଆ ପୁଅ ରଞ୍ଜିତକୁ ବାହା କରିଦେଲେ ଭଲ ବାଟକୁ ଚାଲି ଆସିବ। ଯେଉଁଥିପାଇଁ ରଞ୍ଜିତ ଭଲ ପାଉଥିବା ଝିଅ ସହିତ ତା’ର ବାହାଘର କରାଇ ଦେଇଥିଲେ। ହେଲେ ସୁଧୁରିବା ପରିବର୍ତ୍ତେ ରଞ୍ଜିତଙ୍କ ଉତ୍‌ପାତ ବଢ଼ିଥିଲା। ଜମିବାଡି ଭାଗବଣ୍ଟା କରିଦେବା ପାଇଁ କହିଥିଲା। ଏଥିରେ ରାହାସ ରାଜି ନହେବାରୁ ମଦ୍ୟ ପାନ କରି ମାରପିଟ କରିବା ଆରମ୍ଭ କରିଥିଲା ରଞ୍ଜିତ। ନିର୍ଯାତନା ଅସହ୍ୟ ହେବାରୁ ରାହାସଙ୍କ ବଡ଼ପୁଅ ବିଶ୍ୱଜିତ ଓ ତାଙ୍କ ପରିବାର ଲୋକେ ଘର ଛାଡ଼ି ପଳାଇ ଯାଇଥିଲେ। ଗାଁଠାରୁ ଅନତି ଦୂରରେ ଘର ଭଡ଼ା ନେଇ ରହୁଛନ୍ତି। ଏନେଇ ସେ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ବଡ଼ପୁଅ ଘର ଛାଡ଼ିବା ପରେ ପୂରା ଅସହାୟ ହୋଇପଡ଼ିଥିଲେ ରାହାସ ଓ ତାଙ୍କ ପତ୍ନୀ। ଦିନରାତି ସେମାନଙ୍କୁ ମାଡ଼ ମାରିଥିଲା। ଖାଇବାକୁ ଦେଉନଥିଲା। ତେବେ ନିର୍ଯାତନା ଅସହ୍ୟ ହେବାରୁ ରାହାସ ଓ ତାଙ୍କ ପତ୍ନୀ ଘର ଛାଡ଼ି ବଡ଼ପୁଅ ପାଖକୁ ପଳାଇ ଯାଇଥିଲେ। ହେଲେ ସେଠାରେ ରଖାଇଦେଲା ନାହିଁ ରଞ୍ଜିତ। ସେଠାରେ ପହଞ୍ଚି ଧମକ ଚମକ ଦେଇଥିଲା। ମାଡ଼ ମଧ୍ୟ ମାରୁଥିଲା। ଯେଉଁଥିପାଇଁ ବଡ଼ପୁଅଠାରୁ ପଳାଇ ଆସିଥିଲେ ରାହାସ ଓ ତାଙ୍କ ପତ୍ନୀ। କିଛି ଉପାୟ ନପାଇ ଏନେଇ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଗାଁଠାରୁ ଅନତି ଦୂରରେ ଥିବା ଏକ ବୃଦ୍ଧାଶ୍ରମରେ ରହିଥିଲେ। ହେଲେ ଏ ସମ୍ପର୍କରେ ରଞ୍ଜିତ ଜାଣିପାରିଥିଲେ।

DKLଅସହାୟ ବାପା-ମାଆ

ବୃଦ୍ଧାଶ୍ରମରେ ପହଞ୍ଚି ରାହାସ ଓ ତାଙ୍କ ପତ୍ନୀଙ୍କୁ ରଞ୍ଜିତ ପ୍ରତିଦିନ ମାଡ଼ ମାରୁଥିଲା। ଟଣା ଓରାଟରା କରୁଥିଲା। ତେଣୁ ସେମାନେ ସେଠାରୁ ଘରକୁ ପଳାଇ ଆସିଥିଲେ। ଘରେ ପହଞ୍ଚିବା ପରେ ପୁଣି ଥରେ ଆରମ୍ଭ ହୋଇଥିଲା ନିର୍ଯାତନା। ଏପରିକି ରଞ୍ଜିତ ନିଜ ବାପ-ମାଆଙ୍କୁ ମାଡ଼ ମାରି ଘରୁ ତଡି ଦେଇଥିଲା। ସେମାନେ ନୂଆ ଠିକଣା ଖୋଜୁଥିବା ବେଳେ ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର ଜନ ଅଭିଯୋଗ ଶୁଣାଣି କରୁଥିବା ଜାଣିବାକୁ ପାଇଥିଲେ ରାହାସ। ତା’ପରେ ସେମାନେ(ରାହାସ ଓ ତାଙ୍କ ପତ୍ନୀ) ଜନ ଅଭିଯୋଗ ଶୁଣାଣିରେ ପହଞ୍ଚି ଥିଲେ। ସାନପୁଅ ଦେଉଥିବା ଅକଥନୀୟ ନିର୍ଯାତନା ନେଇ ଅଭିଯୋଗ କରିଥିଲେ। ଏପରିକି ଥାନାରେ ଅଭିଯୋଗ କଲେ ମଧ୍ୟ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଏସ୍‌ପିଙ୍କ ପାଖରେ କହିଥିଲେ ରାହାସ ଓ ତାଙ୍କ ପତ୍ନୀ।

ଏସ୍‌ପି ମାମଲାକୁ ଗୁରୁତର ସହ ନେଇଥିଲେ। ଗାଁର ଭଦ୍ର ଲୋକଙ୍କ ମାଧ୍ୟମରେ ଘଟଣାର ସମାଧାନ ପାଇଁ ପରାମର୍ଶ ଦେଇଥିଲେ। ଯଦି ଏଥିରେ ରଞ୍ଜିତ ଏଥିରେ ରାଜି ନହୁଅନ୍ତି, ତାହାହେଲେ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦରକାର ପଡ଼ିଲେ ଗିରଫ କରାଯିବ ବୋଲି ଏସ୍‌ପି କହିଥିଲେ।

ଶେଷ ଖବର ସୁଦ୍ଧା ରାହାସ ଓ ତାଙ୍କ ପତ୍ନୀ ଏବେ ବୃଦ୍ଧାଶ୍ରମରେ ଅସହାୟ ଅବସ୍ଥାରେ ଅଛନ୍ତି। ନିର୍ଯାତନା ନେଇ ରାହାସଙ୍କ ବଡ଼ ପୁଅ କହିଛନ୍ତି, ବାପା କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏଥିସହ ନିକଟରେ ସେ ହାର୍ନିଆ ଅପରେଶନ ହୋଇ କଟକରୁ ଫେରିଛନ୍ତି। ତା’ ସତ୍ତ୍ୱେ ସେମାନଙ୍କୁ ମାଡ଼ଧର କରାଯାଉଛି। ରଞ୍ଜିତ ବାପାଙ୍କ ଗୁପ୍ତାଙ୍ଗକୁ ମାଡ଼ ମାରି ଘରୁ ତଡି ଦେଇଥିବା ସେ କହିଛନ୍ତି।

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe